May 20, 2025

ଅଷ୍ଟାଦଶ ସୁଦର୍ଶନ ମହାନ୍ତି ଚେସ୍ ଉଦଯାପିତ 

Share

ସର୍ବଭାରତୀୟ ସ୍ତରରେ ଚେସ୍ ଖେଳାଳି ସୃଷ୍ଟି କରିବାରେ ପୁରୀ ଚେସ୍ ଆସୋସିଏସନ୍ ଓ ସୁଦର୍ଶନ ମହାନ୍ତି ଚେସ୍ ସ୍ମାରକୀ ନିଖିଳ ଉତ୍କଳ ଚେସ୍ ଚାମ୍ପିଅନସିପ୍ ର ଅବଦାନ ଉଲ୍ଲେଖନୀୟ ବୋଲି କହିଛନ୍ତି ରୋଟାରୀ କ୍ଳବ୍ ର ସଭାପତି କୃଷ୍ଣଚନ୍ଦ୍ର ପାତ୍ର। ପୁରୀ ଭୋଳାନାଥ ବିଦ୍ୟାପୀଠ ର ସମ୍ମିଳନୀ କକ୍ଷରେ ଆୟୋଜିତ ଚେସ୍ ପ୍ରତିଯୋଗୀତା ର ଉଦଯାପନ ଯୋଗ ଦେଇ ଶ୍ରୀପାତ୍ର କୃତୀ ପ୍ରତିଯୋଗୀମାନଙ୍କୁ ପୁୁରସ୍କୃତ କରିଥିଲେ। ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ଓ ସଂପାଦକ ଡକ୍ଟର ବିମଳ ପ୍ରସାଦ ମହାନ୍ତିଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ଭାରତୀ ସଂପାଦକ ରଘୁନାଥ ସାହୁ, ପ୍ରାକ୍ତନ କ୍ରୀଡ଼ା ଅଧିକାରୀ ରବିନ୍ଦ୍ର ନାଥ ସେନାପତି, ସର୍ବଭାରତୀୟ ଚେସ୍ ଖେଳାଳୀ ମନୋଜ ପାଣିଗ୍ରାହୀ, ପ୍ରାକ୍ତନ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ କ୍ରୀଡାବିତ୍ ବଦ୍ରି ମିଶ୍ର ଯୋଗଦାନ କରିଥିଲେ। ଦେବାଶିଷ ପାଣିଗ୍ରାହୀ,ଶ୍ୟାମଲ କୁଣ୍ଡୁ ଓ କମଳ ପ୍ରସାଦ ମହାନ୍ତି ଚେସ୍ ପ୍ରତିଯୋଗୀତା ପରିଚାଳନା କରିଥିଲେ। ଏଥିରେ ବିଶିଷ୍ଟ ଚେସ୍ ଖେଳାଳୀ ବୀରକିଶୋର ବେହେରାଙ୍କୁ ଶ୍ରେଷ୍ଠ ଖେଳାଳୀ ଓ ବିଶିଷ୍ଟ ମହିଳା ଖେଳାଳୀ ଆରାଧ୍ୟ ସରାଫ୍ ଙ୍କ ସମେତ କୃତୀ ଖେଳାଳୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ