ଉସ୍ଥି ଫାଉଣ୍ଡେସନ ଇଣ୍ଡିଆ ସ୍କୁଲର ୩୨ତମ ବାର୍ଷିକ ଉର୍ତ୍ସବ ଅନୁଷ୍ଠିତ ..

ଗତକାଲି ସନ୍ଧ୍ୟାରେ ଉସ୍ଥି ଫାଉଣ୍ଡେସନ ଇଣ୍ଡିଆ ସ୍କୁଲ ର ୩୨ ତମ ବାର୍ଷିକ ଉତ୍ସବ, ୱାଟର ୱର୍କ୍ସ ରୋଡ, ପେଣ୍ଠକଟା, ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା, ଏହି ଉତ୍ସବରେ ପ୍ରଥମେ ଶ୍ରୀ ଜଗନ୍ନାଥ ସ୍ଵାମୀଙ୍କ ଠାରେ ପ୍ରଦୀପ, ପ୍ରଜଳନ ଅତିଥିମାନଙ୍କ ଦ୍ଵାରା କରାଯାଇ ସ୍ବାଗତ ସଙ୍ଗୀତ ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁମିତା ଦାଶ,ବାର୍ଷିକ ବିବରଣୀ ପାଠ କରିଥିଲେ । ଉସ୍ଥି ଫାଉଣ୍ଡେସନ ଇଣ୍ଡିଆର ସାଧାରଣ ସମ୍ପାଦକ ଶ୍ରୀ ରତନ୍ ବାରିକ, ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ପୁରୀ ଫାଉଣ୍ଡେସନ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ସଂଜୀବ ମାରିକ, ପୂର୍ବତନ DGP ଓଡ଼ିଶା, ଅନୁଷ୍ଠାନର ଭବିଷ୍ଯତ କାର୍ଯ୍ୟକ୍ରମ ତଥା ପେଣ୍ଠକଟା ମତ୍ସ୍ୟ ଜିବୀ କମୁନିଟୀ ର ଗରିବ ପରିବାର ର ପିଲାମାନଙ୍କର ଶିକ୍ଷା ଓ ସ୍ଵାସ୍ଥ୍ୟ ସୁବିଧା ମାଗଣା ରେ ଉପଲବ୍ଧ କରାଯାଉଅଛି ବୋଲି କହିଥିଲେ । ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ କେ ମାର୍କ ପେଣ୍ଠକଟା ଅଞ୍ଚଳ ର ପିଲା ମାନଙ୍କୁ ଉସ୍ଥି ଫାଉଣ୍ଡେସନ ଇଣ୍ଡିଆ ସ୍କୁଲରେ ସଂପୂର୍ଣ୍ଣ ମାଗଣା ଶିକ୍ଷା, ସ୍ଵାସ୍ଥ୍ୟ, ଖାଇବା, ପୋଷାକ ଓ ପୁସ୍ତକ ଯୋଗାଇ ଦେଉଥିବାରୁ ଅନୁଷ୍ଠାନ କୁ ଧନ୍ୟବାଦ ଦେଇଥିଲେ ପରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ଡକ୍ଟର ସମ୍ବିତ୍ ପତ୍ର, ସମ୍ମାନୀୟ ଅତିଥି ରୂପେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ଏବଂ ପୂର୍ବତନ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଜୟନ୍ତ ଷଡ଼ଙ୍ଗୀ ତାଙ୍କର ବକ୍ତବ୍ୟ ଦେଇଥିଲେ । ସ୍କୁଲର ଉନ୍ନତିରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ଅତିଥି ଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରି ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମନେ ମଞ୍ଚରେ ଉପସ୍ଥିତ ଥିଲେ ପୂର୍ବତନ କାଉନସିଲର ଓ ସ୍କୁଲ ପରିଚାଳନା କମିଟି ସଭ୍ୟ ଶ୍ରୀ ଏଁନ ବଳରାମ ରେଡ୍ଡୀ , ଶ୍ରୀ କେ ତାତା ରାଓ, ସୋଡ଼ିପିଲି ରାମାନା, ଏମ ଶୁରିବାବୁ, ମଞ୍ଚ ପରିଚାଳନା କରିଥିଲେ କମିଟି ସଭ୍ୟ ତଥା ପୁରୀ ଜିଲ୍ଲା ମତ୍ସ୍ୟ ଜୀବୀ ର ସଭାପତି ଶ୍ରୀ ବାବୁଲା ପ୍ରସାଦ ଏବଂ ଶେଷରେ ପରିଚଳ କମିଟି ଉପ ସଭାପତି ତଥା ଶିକ୍ଷାବିତ୍ ଶ୍ରୀ ନୀଳମାଧବ ସାହୁ ସ୍କୁଲର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅନ୍ୟ କର୍ମଚାରୀ, ଅତିଥି ବୃନ୍ଦ, ସ୍କୁଲ ପରିଚାଳନା କମିଟି ବୃନ୍ଦ, ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l