November 24, 2024

ଜିଲ୍ଲାସ୍ତରୀୟ ଏକାଦଶ କୃଷି ଗଣନା ସମନ୍ୱୟ କମିଟି ବୈଠକ

Share

ପାରଳାଖେମୁଣ୍ଡି, ୧୦.୦୧.୨୦୨୩

ଭାରତ ସରକାରଙ୍କର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ଵାବଧାନରେ ଏବଂ ଜିଲ୍ଲାପ୍ରଶାସନ ତରଫରୁ ହେବାକୁ ଥିବା ଏକାଦଶ କୃଷି ଗଣନା ପାଇଁ ଗଜପତି ଜିଲ୍ଲାର ପ୍ରଥମ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ତଥା ଜିଲ୍ଲା କୃଷି ଗଣନା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆଜି କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ପାରମ୍ବିକ ସୂଚନାରେ ଅତିରିକ୍ତ ଜିଲ୍ଲାପାଳ ଚଳିତ ଏକାଦଶ କୃଷି ଗଣନାର ଆଭିମୁଖ୍ୟ ସହିତ ଏଥିରେ ସାମିଲ ହେବାକୁ ଥିବା ନୂତନ ନିୟମବଳୀକୁ ପାଳନ କରି ସର୍ଭେ କାମ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ।
ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଉପନିର୍ଦେଶକ ଶ୍ରୀ କୁଳମଣୀ ରାଉତ ଏହି କୃଷି ଗଣନାର ଉଦ୍ଦେଶ୍ୟ ସଂପର୍କରେ ସମସ୍ତ ସଦସ୍ୟଙ୍କୁ ଅବଗତ କରିବା ସହିତ ଏହି ସର୍ଭେର ପ୍ରଥମ ପ୍ରର୍ଯ୍ୟୟ କାର୍ଯ୍ୟ ଆସନ୍ତା ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପୁର୍ଣ୍ଣ ହେବାକୁ ସରକାରଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ବିଷୟରେ ଆଲୋକପାତ କରିଥିଲେ। ଚଳିତ ମାସ ମଧ୍ୟରେ ସର୍ଭେପାଇଁ ଆବଶ୍ୟକୀୟ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ସହ ସମସ୍ତ ଗଣନାକାରୀ ଓ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କରାଯାଇ ଚଳିତ ମାସରୁ କ୍ଷେତ୍ରୀୟ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା କରାଗଲା । ଏହି ଗଣନା କାର୍ଯ୍ୟକୁ ସୁପରିଚାଳିତ କରିବା ପାଇଁ ଜିଲ୍ଲା ପ୍ରରିସଂଖ୍ୟାନ ବିଭାଗର କ୍ଷେତ୍ର ସର୍ଭେ ଓ ନୀରିକ୍ଷକ, କୃଷି ବିଭାଗର ଗ୍ରାମ କୃଷି କର୍ମଚାରୀ ଓ ପରିଦର୍ଶକ ଏବଂ ରାଜସ୍ବ ବିଭାଗର ଅମିନ ଓ ଅତିରିକ୍ତ ରାଜସ୍ବ ନିରିକ୍ଷକ କାମ କରିବେ । ଜିଲ୍ଲାରେ ସମସ୍ତ ୧୫୩୪ରାଜସ୍ୱ ଗ୍ରାମରେ ଏହି ସର୍ଭେ କାମ ଅନୁଷ୍ଠିତ ହେବ। ଏଥିନିମନ୍ତେ ୧୦୮ ଜଣ କ୍ଷେତ୍ର କର୍ମଚାରୀ ଓ ୩୬ ଜଣ ସୁପରଭାଇଜର କୃଷି, ରାଜସ୍ୱ ଓ ଯୋଜନ ଓ ସଂଜଯୋନା ପରିସଂଖ୍ୟାନ କ୍ଷେତ୍ର କର୍ମଚାରୀ ଉପାରୋକ୍ତ ତିନି ବିଭାଗରୁ ନିଯୁକ୍ତି ହେବେ। ଗଣନା କାର୍ଯ୍ୟ ତଦାରଖ ଓ ଧାର୍ଯ୍ୟ ସମୟରେ ସାରିବା ନିମନ୍ତେ ସମସ୍ତ ତହସିଲଦାର ତଥା ନୋଡାଲ ଅଧିକାରୀ ରୂପେ କାର୍ଯ୍ୟ କରିବେ। ପ୍ରକାଶ ଥାଉକି ୨୦ ପ୍ରତିଶତ ଗ୍ରାମକୁ ସର୍ଭେ କାର୍ଯ୍ୟ କରାଯାଇ ଗତ ଦଶମ କୃଷି ଗଣନା କରାଯାଇଥିଲା ବେଳେ ଚାଳିତ ଏକାଦଶ କୃଷି ଗଣନାରେ ଜିଲ୍ଲାର ଶତପ୍ରତିଶତ ଗ୍ରାମ ଅର୍ଥାତ ସମସ୍ତ ୧୫୩୪ ରାଜସ୍ବ ଗ୍ରାମରେ ଡିଜିଟାଲ ଭାବେ ମୋବାଇଲ ଆପ ମାଧ୍ୟମରେ ସମସ୍ତ ସର୍ଭେ କରାଯାଇ ତିନୋଟି ପ୍ରର୍ଯ୍ୟାୟରେ ଡ଼ାଟାବେସ ପ୍ରସ୍ତୁତି କରାଯିବ। ଏହି ଗଣନା କାର୍ଯ୍ୟରେ ଜମି ମାଲିକାନା, ଜମିର ଆକାର,କ୍ଷୁଦ୍ର ନାମମାତ୍ର ଚାଷୀ, ବୃହତ୍ ଚାଷୀ, ବ୍ୟକ୍ତିଗତ ଜୋତ , ଯୁଗ୍ମ ଜୋତ ,ଆନୁଷ୍ଠାନିକ ଜୋତ, କୃଷି ଯନ୍ତ୍ରପାତି ଉପଯୋଗ, ଜୈବିକ ଓ ରାସାନୀୟକ ସାର, ଔଷଧ ଆଦିର ବ୍ୟବହାର, ବ୍ୟବହୃତ ଚାଷଜମି ତଥା ଅନ୍ୟାନ୍ୟ କୃଷି ଆନୁସଙ୍ଗିକ ବ୍ୟବହାର , ଫସଲ ପ୍ରଣାଳୀ ଆଦି ଉପରେ ତଥ୍ୟ ସଂଗ୍ରହ କରାଯିବ। ଡିଜିଟାଲ ମାଧ୍ୟମରେ ଥିବା ଜମିର ରେକର୍ଡକୁ ଏଥିପାଇଁ ବ୍ଯବହାର କରାଯିବ। ଏହି ଗଣନା କାର୍ଯ୍ୟର ପରିଚାଳନା ଓ ଅଗ୍ରଗତି ବିଭାଗ ୱେବ୍ ପୋର୍ଟାଲ୍ ରେ ମଧ୍ୟ ଅପଲୋଡ଼ କରାଯିବ।

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲା କୃଷି ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ବେହେରା, ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଟି. ପାତ୍ର,ସମବାୟ ସମିତିର ଉପ ସହକାରୀ ପ୍ରବନ୍ଧକ ଶ୍ରୀ ନାରାୟଣ ସେଠୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଅନିଲ କୁମାର ସେଠୀ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ (ଏନ୍.ଆଇ.ସି.) ଶ୍ରୀ ଟି.ବାଳକ୍ରିଷ୍ଣା ମୂର୍ତ୍ତି, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ଅରୁଣ କୁମାର ନାୟକପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।