ଗୁଣୁପୁର ରେ ଲୋକ ମହୋତ୍ସବ ଚଇତି ଇଡ଼ାଇ ଇଡିତାଲ ଅନୁଷ୍ଠିତ …
ଗୁଣପୁର -ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଗଣପର୍ବ ଚଇତି ଇଡ଼ତାଲ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି , ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଦିନ ୧୦ ଟା ସମୟରେ କଳସି ଯାତ୍ରା ଆରମ୍ଭ କରି ଚଇତି ପଡିଆ ଅଭିମୁଖେ ବାହାରିଥିଲା ।ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ଶତାଧିକ ପୁରୁଷ ଓ ମହିଳା,ଛାତ୍ରଛାତ୍ରୀ ଆଧୁନିକ ବାଦ୍ୟ ଓ ଲୋକନୃତ୍ୟ ଇତ୍ୟାଦି ସହ ମିଳିମିଶି କଳସି ଯାତ୍ରା ବାହାରିଥିଲା । ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର , ତହସିଲଦାର ସରତ ଚନ୍ଦ୍ର ,ପୌରଦକ୍ଷ ମମତା ଗୌଡ଼ , ଉପାଦକ୍ଷ ସାନ ଗୌଡ଼ ଗୋଷ୍ଟିଉନୟନ ଅଧିକାରୀ ସମେତ ବିଭିନ୍ନ ଦଳର ନେତା ଏବଂ କର୍ମୀ ମିଳିତ ଭାବେ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ଗୁଣୁପୁର ସ୍ଥିତ ଚଇତି ମଣ୍ଡପ ରେ ସମସ୍ତ ପୂର୍ଣ୍ଣ କଳସ କୁ ସ୍ଥାପନା କରାଯାଇଥିଲା ଗୁଣୁପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର ତହସିଲଦାର ଶରତ ଚନ୍ଦ୍ର ନାୟକ ମାଁ ମାଣୀକେଶ୍ୱରୀ ମନ୍ଦିରରେ ପୁଷ୍ପମାଲ୍ୟ ପ୍ରଦାନ ଓ ଦୀପ ପ୍ରଜ୍ବଳନ କରିଥିଲେ ଏହାପରେ ଗୁଣୁପୁର ବିଧାୟକ ଶ୍ରୀ ଗମାଙ୍ଗ ଙ୍କ ଦ୍ଵାରା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପାଞ୍ଜଳି ପ୍ରଦାନ କରିଥଲେଥ। ଚଇତି ୨୦୨୩ କୁ ସଫଳ ରୂପାୟନ ଦେବାରେ ପ୍ରତ୍ୟକ୍ଷ ଭାବେ ସମସ୍ତ କର୍ମୀ ଉପସ୍ଥିତ ରହି ପରିଚାଳନା କରିଥିଲେ।(ସୁରେନ୍ଦ୍ର ମହାନ୍ତି )