ଶିଆଳି ପଞ୍ଚାୟତ ରେ ହାତୀ ପଶି କ୍ଷୟକ୍ଷତି କରିଥିବା ସ୍ଥାନ ଗୁଡ଼ିକୁ ନିରୀକ୍ଷଣ କଲେ ବିଧାୟକ …
କାଶୀନଗର(ଲମ୍ବୋଦର ସାହୁ)ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଚାରୋଟି ହାତୀ ଜଙ୍ଗଲ ରେ ଦେଖିବାକୁ ମିଳୁଛି। ସନ୍ଧ୍ୟା ସମୟରେ ଜଙ୍ଗଲରେ ହାତୀ ଦେଖିବା ପରେ ଗ୍ରାମବାସୀ ଭୟଭିତ ହୋଇ ତୁରନ୍ତ ବନ ଅଧିକାରୀଙ୍କୁ ସୂଚନା ଦେଲା ପରେ ବନ ଅଧିକାରୀ ରାତି ସାରା ଜଗି ରହି ଆଖ ପାଖରେ ରହୁଥିବା ଜନସାଧାରଣଙ୍କୁ ସତର୍କ ର ସଙ୍କେତ ଦେଈଛନ୍ତି।କିନ୍ତୁ ହାତୀ ବହୁ ଗ୍ରାମ ଭିତରେ ପଶି କେତେକ ଲୋକଙ୍କ ଘରେ ପଶି ଧାନ ଓ ଚାଉଳ ଖାଈ ଭଙ୍ଗା ରୁଜା କରିଛି। ଗ୍ରାମବାସୀ ଭୟଭୀତ ହୋଇ ଘର ଛାଡ଼ି ବାହାରକୁ ଦୌଡ଼ି ଦୌଡ଼ି ଚାଲି ଯାଇଛନ୍ତି।ଜଙ୍ଗଲରେ ହାତୀର ଖବର ଶୁଣି ଶିଆଳି ପଞ୍ଚାୟତ ଓ ପରିଡ଼ା ପଞ୍ଚାୟତ ର ଅନେକ ଗ୍ରାମ ଗୁଡ଼ାକ ଭୟଭୀତ ହୋଇ ରହୁଛନ୍ତି। ଏହି ଖବର ପାଇ ବିଧାୟକ
ଇଂ.ରୂପେଶ ପାଣିଗ୍ରାହୀ ବିଭିନ୍ନ ଗ୍ରାମ ଗ୍ରସ୍ତ କରି ହାତୀ କରିଥିବା କ୍ଷୟକ୍ଷତି ଦେଖି ଦୁଃଖ ପ୍ରକାଶ କରିଥିଲେ।ଏହି ବିଷୟ ନେଇ ଜିଲ୍ଲା ବନ ବିଭାଗ ଅଧିକାରୀ ଓ ପ୍ରଶାସନ କୁ ଜଣାଇ ଏଥିପ୍ରତି ପଦେକ୍ଷପ ନେବେ ବୋଲି ବିଧାୟକ ରୂପେଶ ପାଣିଗ୍ରାହୀ ଜଣାଇଛନ୍ତି।ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା,ଶିଆଳି ପଞ୍ଚାୟତ ର ସରପଞ୍ଚ ରାମ ପ୍ରସାଦ ପଟ୍ଟନାୟକ ଖାରାଡା ସରପଞ୍ଚ ଅଖିଳ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।
