March 10, 2026

ଅମଳ ଧାନ ସମ୍ପର୍କ ରେ ଚାଷୀ ଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ 

IMG-20251211-WA0010
Share

ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମ ର ଚାଷୀମାନେ ଧାନ ଅମଳ କରି ରାସ୍ତା ପାର୍ଶ୍ୱ ରେ ଶୁଖେଇ ଥିବା ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଦେଖି ସେମାନଙ୍କ ସମସ୍ୟା ବୁଝିଥିଲେ. ଚାଷୀ ମାନଙ୍କ ସହିତ ଆଲୋଚନା ବେଳେ ସେମାନେ ଧାନ ଅମଳ ସମୟରେ ଲଘୁଚାପ ଜନିତ ବର୍ଷା ଦାଉ ସାଧୁଥୁବା ବେଳେ ବର୍ତମାନ କାଶୀନଗର ବ୍ଲକ ର ଅନ୍ୟ ପଂଚାୟତ ରେ ହାତୀ ଉପଦ୍ରଵ କରି ଚାଷୀ ମାନଙ୍କ ନିଦ ହଜେଇଦେଇଛି. ଏ ପରିପ୍ରେକ୍ଷୀରେ ଧାନ ମଣ୍ଡି ରେ ଚାଷୀ ମାନେ ଟୋକେନ ପାଇ ଛନ୍ତି କିନ୍ତୁ ମଣ୍ଡି ରେ ଧାନ ବିକ୍ରି କରିବା ପାଇଁ ଧାନ ମାନ ଭଲ ରହିବା ସହ ଗୋଡି ବାଲି ମାଟି ନ ରହିଲେ ଉପଯୁକ୍ତ ମୂଲ୍ୟ ମିଳିବ ବୋଲି ଚାଷୀ ମାନେ ପ୍ରକାଶ କରିଥିଲେ. ଚାଷୀ ମାନଙ୍କ ସମସ୍ୟା ତୃଣମୂଳ ସ୍ତରରୁ ବିଧାୟକ ବୁଝୁଥିବାରୁ ଖାରଡ଼ା ସରପଞ୍ଚ ଅଖିଳ କୁମାର ପାତ୍ର ଧନ୍ୟବାଦ ଦେଇଛନ୍ତି. ଏହି ବିଷୟ ନେଇ ବିଧାସଭାରେ ମଧ୍ୟ ଉପସ୍ଥାପନା କରି ଚର୍ଚ୍ଚାରେ ଆସିଥିଲେ ବିଧାୟକ ,