ଖୋର୍ଦ୍ଧା ବ୍ୟବସାୟୀ ମହାସଂଘ ର ମିଳିତ ବୈଠକ।
ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧାରେ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ ନିଷ୍ପତ୍ତି କୁ ନେଇ ଖୋର୍ଦ୍ଧାର ବ୍ୟବସାୟୀ ମାନେ ଘୋର ପ୍ରତିବାଦ କରିଥିଲେ। ଖୋର୍ଦ୍ଧା ସହରକୁ ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ସନ୍ଧ୍ୟାରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସର ରେ ଖୋର୍ଦ୍ଧାର ସମସ୍ତ ୨୭ ଟି ବ୍ୟବସାୟ ସଂଘ ର ସଦସ୍ୟ ମାନେ ଯୋଗ ଦେଇଥିଲେ। ମହାସଂଘ ର ସଭାପତି ସାରଦା ଚରଣ ପଟ୍ଟନାୟକ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ରେ ବିଜେଡି ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, କଂଗ୍ରେସ ସଭା ନେତ୍ରୀ ସୋନାଲି ସାହୁ, ସ୍ୱାଗତିକା ପଟ୍ଟନାୟକ ଏବଂ ଖୋର୍ଦ୍ଧା ମ୍ୟୁନିସିପାଲଟି ର ସମସ୍ତ କାଉନସିଲର ଯୋଗ ଦେଇଥିଲେ। ଜୀବନ ଜୀବିକା କୁ ନେଇ ଏହି ସଙ୍ଘର୍ଷ ର ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ଥଇଥାନ ପାଇଁ ଆଲୋଚନା ହୋଇଥିଲା। ପ୍ରଶାସନ ର ଉଚ୍ଛେଦ ନିଷ୍ପତ୍ତି କୁ ସମସ୍ତେ ବିରୋଧ କରି ୫ଦିନ ମଧ୍ୟରେ ପ୍ରଶାସନ ସହ ଆଲୋଚନା କରିବାକୁ ଥଇଥାନ ନ ହେବା ପର୍ଯ୍ୟନ୍ତ ଉଚ୍ଛେଦ ନିଷ୍ପତ୍ତି ନ ନେବାକୁ ସମସ୍ତେ ଏକ ସ୍ୱର ରେ ମତ ରଖିଥିଲେ। ୨୭ ଟି ସଂଘର କର୍ମକର୍ତ୍ତା, ବ୍ୟବସାୟୀ ମହାସଂଘ ର କର୍ମକର୍ତ୍ତା, ସମସ୍ତ କାଉନସିଲର ଏବଂ ରାଜ ନେତା ଙ୍କୁ ନେଇ ଏକ କୋର୍ କମିଟି ଗଠନ କରାଯାଇଥିଲା। ଆଗାମୀ ଦିନରେ ଏହି କମିଟି ପ୍ରଶାସନ ସହ ଆଲୋଚନା କରିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା।