ରାହାମା ଅଞ୍ଚଳର ଯୁବ ପ୍ରତିଭା ଆକାଶ କୁମାର ପ୍ରଧାନ ଙ୍କୁ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ତରଫରୁ ଯୁଗ୍ମ ସମ୍ପାଦକ ଭାବେ ସମ୍ବର୍ଦ୍ଧିତ…
ସ୍ୱାଧୀନତା ପରେ ପରେ ବିଶ୍ୱ ସ୍ତରୀୟ ଉପଭୋକ୍ତା ଙ୍କ ସ୍ୱାର୍ଥ ଓ କଲ୍ୟାଣ ନିମନ୍ତେ ବିବିଦ୍ଧ ଉପୋଭୋକ୍ତା ସଂଗଠକ ଏ ଦିଗରେ କାର୍ଯ୍ୟ କରି ଆସୁଛନ୍ତି, ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ତୃଣ ମୂଳ ସ୍ତର ରୁ ଉପଭୋକ୍ତା ଙ୍କ ସ୍ୱାର୍ଥ କୁ ଅଗ୍ରାଧିକାର ଦେଇ ଉପାଦେୟ କାର୍ଯ୍ୟକ୍ରମ ମାନ କରିବା ସହ ଏହାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତର ରେ ଅଗ୍ରଣୀ କର୍ମକର୍ତ୍ତା କୁ ନିଯୁକ୍ତି ପ୍ରଦାନ କରୁଅଛି, ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଜଟାଧାରୀ ଷ୍ଟିଲ ର ସ୍ୱତାଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ପ୍ରଧାନ ଙ୍କ ର ବିଟେକ ଡିଗ୍ରୀ ଧାରୀ ସୁପୁତ୍ର ଶ୍ରୀମାନ ଆକାଶ କୁମାର ପ୍ରଧାନ ବ୍ୟବସାୟ ସହିତ ବିବିଧ ସାମାଜିକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିଛନ୍ତି, ରାହାମା ଅଂଚଳ ର ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ମହିଳା ସଭାପତି ଶ୍ରୀମତୀ ସ୍ନେହ ମୟୀ ଆଚାର୍ଯ୍ୟ ଙ୍କ ର ଉପଭୋକ୍ତା ସମ୍ବଦ୍ଧିୟ କାର୍ଯ୍ୟ ଓ ତତ ସମ୍ପର୍କିତ ସାଧାରଣ ଲୋକ ଙ୍କୁ ନ୍ୟାୟ ପ୍ରଦାନ ଶ୍ରୀମାନ ଆକାଶ ଙ୍କୁ ଉତତ୍ସାହିତ କରିବା ସହ ଦୀର୍ଘ ଦିନ ହେବ ସେ ମଧ୍ୟ ତାଙ୍କ ସହ କାର୍ଯ୍ୟ କରି ଆସୁଛନ୍ତି, ତାଙ୍କର ଏପରି ଦକ୍ଷତା ପାଇଁ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ଜାତୀୟ ସାଧାରଣ ସମ୍ପାଦକ ଦେବେନ୍ଦ୍ର ତିୱାରୀ ମହୋଦୟ ତାଙ୍କୁ ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି,ସି,ସି,ଆଇ ର ଆନ୍ତର୍ଜାତୀୟ ସଭାପତି ଶ୍ରୀଯୁକ୍ତ ଅନନ୍ତ ଶର୍ମା ଖୁସି ବ୍ୟକ୍ତ କରିବା ସହ, ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ର ମୁଖ୍ୟ ବକ୍ତା ତଥା ରାଜ୍ୟ ସମ୍ପାଦକ ଡ଼ଃ ସୁନାକର ବେହେରା, ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ତୃପ୍ତି ଲେଙ୍କା ଶରତ କୁମାର ସାହୁ, ଡକ୍ଟର ପଣ୍ଡିତ ସିଧେଶ୍ୱର ପଣ୍ଡା, କୁଲୁ ପରିଜା, ମହେଶ୍ୱର ଦାସ, ମିଟୁ ମଣ୍ଡଳ, ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଶ୍ରୀମାନ ଆକାଶ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଆଶ୍ରିବାଦ ପ୍ରଦାନ କରି ତାଙ୍କର ସଫଳତା ସହ ଶୁଭ କାମନା କରିଥଲେ,ଶ୍ରୀମାନ ଆକାଶ ମଧ୍ୟ ନିଜର ଦାୟିତ୍ୱ କୁ ସୁଚାରୁ ରୂପେ ତୁଲାଇବେ ବୋଲି ମତ ବ୍ୟକ୍ତ କରିବା ସହ ସମାଜ ର ଯୁବ ପିଢ଼ିକୁ ଏକ ନୂତନ ଦିଗଦର୍ଶନ ଦେବେ ବୋଲି କହିଥିଲେ,
ଜଗତସିଂହପୁର କୁଜଙ୍ଗ ରୁ ଶାରଦା ପ୍ରସନ୍ନ ପରିଜାଙ୍କ ରିପୋର୍ଟ