ଆଜିର ଖବର..
୧-କୁହୁଡି ପାଇଁ ଧିରେ ଗାଡ଼ି ଚଲାନ୍ତୁ । ଭିଡ଼ିଓ ଜାରି କରି ଲୋକଙ୍କୁ ସର୍ତକ କଲା ରାଜ୍ୟ ପରିବହନ ବିଭାଗ।
୨-ଚିଲିକାକୁ ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ।ବିରଳ ପ୍ରଜାତିର କୌଣସି ସମ୍ପୂର୍ଣ ନୂଆ ପକ୍ଷୀ ଆସିଥିବାର ଦୃଶ୍ୟମାନ ହୋଇନାହିଁ।
୩-ଭୁବନେଶ୍ବର : ରାଜ୍ୟରେ ୨୮୫୩୭ ଗ୍ରାମକୁ ପୂର୍ଣ୍ଣାଙ୍ଗ ବା ଆଂଶିକ ରୂପେ ପାଇପ ଯୋଗେ ପାନୀୟଜଳ ଯୋଗାଣ କରାଯାଇଛି
୪-ଯାତ୍ରୀଙ୍କ ଯାତ୍ରା ହେବ ସରଳ ,ଗଡ଼ିବ ଡବଲ୍ ଡେକର୍ ବସ୍।ଡବଲ୍ ଡେକର୍ ବସ୍ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ ହେଉଛି ଯୋଜନା।
୫-ଭୁବନେଶ୍ବରରେ ନିର୍ମାଣ ହେବ ନୂଆ ସଡ଼କ, ଫ୍ଲାଇ ଓଭର ଏବଂ ରିଂ ରୋଡ, ଟ୍ରାଫିକ ବ୍ୟବସ୍ଥାକୁ କରିବ ସହଜ।
୬-ରାଜ୍ୟରେ ମୋଟ ମଞ୍ଜୁରୀ ପ୍ରାପ୍ତ ପଦବୀ ମଧ୍ୟରୁ ଖାଲି ପଡିଛି ୧୨୭୭ଟି ଇଂଜିନିୟର ପଦବୀ।
୭-୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ : ଦ୍ବାର ଫିଟା ନୀତି ରାତି ୨ଟାରୁ ଆରମ୍ଭ।
୮-ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ସରକାରଙ୍କ ଉଦ୍ୟମ, ଗଠନ ହେବ ଟାସ୍କ ଫୋର୍ସ।
୯-କଟକ ସହରରେ ମଶାଙ୍କ ଉପଦ୍ରବ କମାଇବା ପାଇଁ CMCର ପଦକ୍ଷେପ, ଡ୍ରୋନରେ କରାଯିବ ସ୍ପ୍ରେ।
୧୦-କଟକ:ଓଡ଼ିଶା ମାଷ୍ଟରସ୍-୨୦୨୪ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ, ଭାଗ ନେଇଛନ୍ତି ୨୯ଟି ଦେଶରୁ ପ୍ରାୟ ୩୦୦ କ୍ରୀଡ଼ାବିତ୍।
୧୧-ସୋସିଆଲ ମିଡିଆରେ:ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା:ଅତୁଲ ସୁଭାଷ
୧୨-ସ୍ତ୍ରୀ ନିର୍ଯାତନା ଓ ଆଇନର ଅନ୍ଧ ବ୍ୟବସ୍ଥା ସହ ଲଢ଼ି ମୋ ଭାଇ ମରିଗଲା: ଆତ୍ମହତ୍ୟା ପରେ ଅତୁଲଙ୍କ ସାନ ଭାଇ ବିକାଶ ମୋଦୀଙ୍କ କରୁଣ ବୟାନ।
୧୩-ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା, ଏଥରକ ମଧ୍ଯ ପୂର୍ବ ବର୍ଷ ଅପେକ୍ଷା କମ ରହିବ ଶୀତ : ଆଇଏମଡି ଡିଜି।
୧୪-ଭୁବନେଶ୍ୱର:’ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି’:ବିରୋଧୀ ଦଳ ନେତା
୧୫-ଟ୍ରାପ କ୍ୟାମେରା ବଳରେ ଶିମିଳିପାଳରୁ ୬ ଶିକାରୀ ଗିରଫ।
୧୬-ବଦଳିବ +2 ପରୀକ୍ଷା ଢାଞ୍ଚା; ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ନୂଆ ଫର୍ମାଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।
୧୭-ଆଜି ୫୧ଟି କେନ୍ଦ୍ରରେ ହେବ ସ୍ମାର୍ଟ ଇଣ୍ଡିଆ ହାକାଥନ୍ର ଗ୍ରାଣ୍ଡ ଫିନାଲେ।୧୩୦୦ରୁ ଅଧିକ ଛାତ୍ର ଦଳ ଅଂଶଗ୍ରହଣ କରିବେ।
୧୮-ରାଜ୍ୟସଭା ଉପନିର୍ବାଚନ: ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ, ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସମ୍ଭାବନା।
୧୯-ଷଷ୍ଠ ଦିନ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପୁଷ୍ପା ୨ର ଆୟ ୯୫୦ କୋଟି ଟପିଲା।ସାକନିଲ୍କର ରିପୋର୍ଟ ମୁତାବକ ସପ୍ତାହ ପୂରା ହେବା ସୁଦ୍ଧା ୧୦୦୦ କୋଟି କ୍ଲବରେ ସାମିଲ ହୋଇଯିବ।
୨୦-ପାରାଦୀପ: ଭାରତୀୟ ଜଳ ସୀମାରେ ପ୍ରବେଶ କରିଥିବା ୭୮ଜଣ ବାଂଲାଦେଶୀ ନାଗରିକ ପାରାଦୀପରେ ଅଟକ।
୨୧-ଇସ୍ରାଏଲ ପରେ ସିରିଆ ଉପରେ ତୁର୍କୀ ଓ ଆମେରିକାର ଘନ ଘନ ଆକ୍ରମଣ । ରାଷ୍ଟ୍ରପତିଙ୍କ ପଳାୟନ ପରେ ସାମରିକ ଅସ୍ତ୍ରଶସ୍ତ୍ର କବଜା କରିବାକୁ ବିଦ୍ରୋହୀଙ୍କ ଲକ୍ଷ୍ୟ।
୨୨-ମହମ୍ମଦ ଅଲ୍-ବଶିର ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ, ବିଦ୍ରୋହୀ କଲେ ଘୋଷଣା।
୨୩-ହାଇତି ଦ୍ବୀପପୁଞ୍ଜରେ ଗୋଷ୍ଠୀ ସଂଘର୍ଷ,୨୦୦ ମୃତ।
*🙏 ସୁପ୍ରଭାତ 🙏*