November 25, 2024

ଠିକାନେତା ଓ ଆଗଧାଡ଼ିଆ ନେତାଙ୍କ ଚାପରେ ବ୍ଲକ କଂଗ୍ରେସ ସଭାପତିଙ୍କ ଇସ୍ତଫା

Share

ଠିକାନେତା ଓ ଆଗଧାଡ଼ିଆ ନେତାଙ୍କ ଚାପରେ ବ୍ଲକ କଂଗ୍ରେସ ସଭାପତିଙ୍କ ଇସ୍ତଫା

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ହେବା ଦିନ ଠାରୁ କଂଗ୍ରେସ ଗଡ଼ ଭାବେ ପରିଚିତ ଥିଲା I 1990ରେ ଜନତା ଦଳ ରୁ ସଦନ ନାୟକ ଓ 2019ରେ ବିଯୁଜନତା ଦଳ ରୁ ଶ୍ରୀମତୀ ପଦ୍ମିନୀ ଦିଆନ ବ୍ୟତୀତ ଏହି ଆସନ ରେ କେବଳ କଂଗ୍ରେସ ହିଁ ଅକ୍ତିଆର ରେ ରହିଥିଲା,ହେଲେ 2014ମସିହାରେ ପୂର୍ବତନ ବିଧାୟକ ବାସୁଦବ ମାଝିଙ୍କ ଦେହାନ୍ତ ପରେ ଦଳର ଠେକାଦାର ମାନେ ନେତା ହୋଇଗଲେ ସେବେ ଠାରୁ ସଂଗଠନ ଦୁର୍ବଳ ହବାରେ ଲାଗିଲା. ଫଳରେ 2019ନିର୍ବାଚନ ରେ ବିଧାୟକ ଓ ସାଂସଦ ଙ୍କୁ ପରାଜୟ ର ସ୍ୱାଦ ଚାଖିବାକୁ ପଡିଥିଲା,ସେବେ ଠାରୁ ଆଜି ପର୍ଯ୍ୟନ୍ତ ସଂଘଠନ ସୃଧୃଡ଼ ହୋଇପାରୁ ନ ଥିବା ବେଳେ. ଜ଼ିଲ୍ଲା କଂଗ୍ରେସ କମିଟି ଓ ପର୍ଯ୍ୟ ବେକ୍ଷକ ସମେତ ସତାଧିକ କଂଗ୍ରେସ କର୍ମୀଙ୍କ ଉପସ୍ଥିତି ରେ ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ଚୟନ କରାଯାଇଥିଲା. କିନ୍ତୁ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଙ୍କୁ କେତେକ ଠିକାନେତା ଓ ନିଜକୁ ଦଳର ଆଗ ଧାଡ଼ିଆ ନେତା ବୋଲାଉଥିବା କୁଜି ନେତା ମାନେ ସଭାପତି ପଦ ଛାଡିବା ପାଇଁ ଚାପ ପ୍ରୟୋଗ କରିଥିବାରୁ ସେ ଚାପରେ ପଡି ଇସ୍ତଫା ଦେଇ ଥିବାର ଚର୍ଚ୍ଚା ହେଉଛି I ନିର୍ବାଚନୀ ପୂର୍ବରୁ ଶ୍ରୀ ମହାନ୍ତିଙ୍କ ଇସ୍ତଫା କୁ ନେଇ ଅସନ୍ତୋଷ ଆରମ୍ବ ହୋଇଯାଇଛି I କର୍ମୀଙ୍କ କହିବା ଅନୁଯାଇ ରାଜ୍ୟରୁ ଜ଼ିଲ୍ଲା ଓ ଜ଼ିଲ୍ଲା ରୁ ବ୍ଲକ କୁ କୌଣସି କାର୍ଯ୍ୟ କ୍ରମ ପାଇଁ ଚିଠି ଆସିଲେ କାର୍ଯ୍ୟ କ୍ରମ ହଉ ଥିଲା. ନ ହେଲେ ନାହିଁ. ବର୍ତ୍ତମାନ ନିର୍ବାଚନ ସମୟ ଦଳୀୟ ପାଣ୍ଠି କୁ ହଡ଼ପ କରିବା ପାଇଁ ଏହା ଏକ ଷୋଡଯନ୍ତ. ବ୍ଲକ ସଭାପତି ପଦ ପରିଵର୍ତନ ହେଲେ କୋଟପାଡ଼ କଂଗ୍ରେସ ଦୁଇ ଫାଳ ନିଶ୍ଟିତ,କେବଳ ନିଜ ନିଜ ଭିତରେ କନ୍ଦୋଳ ଛଡା କେହି ମଧ୍ୟ ଅଞ୍ଚଳ କୁ ସଂଘଠନ କରିବା ପାଇଁ ଯାଉନାହାନ୍ତି. ଶାସକ ଦଳ ଦୟାରୁ ପୌର ଆସନ କଂଗ୍ରେସ ହେତେଇଲା. ଦଳକୁ ବଞ୍ଚେଇବା ପାଇଁ କର୍ମୀଙ୍କ ଏକଜୁଟ ର ଆବଶ୍ୟକ ତା ରହିଛି I କୁଜି ନେତା ମାନେ ଟଙ୍କା ଟଙ୍କା ପଇସା ପଇସା ହଉ ଥିବାରୁ କୌଣସି ପ୍ରାର୍ଥୀ ସଂଘଠନ କରିବା ପାଇଁ ଆଗେଇ ଆସୁନାହାନ୍ତି ଯିଏ ଅସୁଛନ୍ତି ସେ ଦଳ ରେ ଯୋଗ ଦେଇ ନାହାନ୍ତି, ତେଣୁ ପ୍ରାର୍ଥୀ କିଏ ଆମେ ଘୋଷଣା କରି ପାରୁନୁ ପ୍ରାର୍ଥି ସହ ଦଳ ପରାଜୟ ହେଉ କିନ୍ତୁ ନିଜର ସ୍ୱାର୍ଥ ହାସଲ ହଉ ବୋଲି ଦୀର୍ଘ ବର୍ଷ ଧରି ସାଂସଦ ଏବଂ ବିଧାୟକ ପ୍ରତିନିଧି ଓ ଦଳୀୟ ସଭାପତି ପଦ ରେ ରହିଥିବା ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମାନେ ଭାବୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିବାରେ ଲାଗିଛି I ଏ ସମ୍ପର୍କ ରେ ବ୍ଲକ ସଭାପତି ଶ୍ରୀ ମହାନ୍ତି ଙ୍କୁ ଯୋଗାଯୋଗ କରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଗଣ ମାଧ୍ୟମ ଆଗରେ ଦେଇ ନ ଥିବାର ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଓପାନ୍ତ ଓଡିଶା ଖବର