ଆସୁଛନ୍ତି ମା କାଳୀ : ପ୍ରସ୍ତୁତି ଚୂଡାନ୍ତ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି)ଗୁଣୁପୁର ଆଇଟିଡିଏ କାର୍ଯ୍ୟାଳୟ ନିକଟରେ ଚଳିତ ବର୍ଷ ମା କାଳୀ ଙ୍କ ପୂଜା ଆଧ୍ୟାତ୍ମିକ ବିଚାର ଓ ପରିବେଶ ମଧ୍ୟରେ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା କାଲି ଦୀପାବଳି ଠାରୁ ସାତ ଦିନ ପର୍ଯ୍ୟନ୍ତ ମା ଙ୍କ ପୂଜା ଅନୁଷ୍ଠିତ ହେବ । ଚଳିତ ବର୍ଷ ୧୭ ବର୍ଷ ରେ ପଦାର୍ପଣ କରିଛି ମା ଙ୍କ ପୂଜା । ଆକର୍ଷଣୀୟ ତୋରଣ, ରଙ୍ଗୀନ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ମିନାବଜାର ମଧ୍ୟ ରହିଛି । ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ସହ ରୀତିନୀତି ଅନୁଯାୟୀ ମା ଙ୍କ ପୂଜା କୁ ପ୍ରାଧାନ୍ୟ ଦିଆଯାଇଛି । ପ୍ରତ୍ୟେକ ଦିନ ରାତିରେ ସ୍ଥାନୀୟ କଳାକାର ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।