June 29, 2024

ମୁଖ୍ୟମନ୍ତ୍ରୀ ଦ୍ୱାରା ମିଶନଶକ୍ତି ସ୍କୁଟର ଯୋଜନା ଶୁଭାରମ୍ଭ,

Share

ମୁଖ୍ୟମନ୍ତ୍ରୀ ଦ୍ୱାରା ମିଶନଶକ୍ତି ସ୍କୁଟର ଯୋଜନା ଶୁଭାରମ୍ଭ,

====================

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ କଂଫେରେନ୍ସ ହଲ ରେ ବସି ଏଲଇଡି ଟିଭି ରେ ଭିଡିଓ କନଫରେନ୍ସ ମାଧ୍ୟମରେ ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହାକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ଗଞ୍ଜାମ ବ୍ଲକ ବିଡ଼ିଓ ଜସ୍ମିନ ପ୍ରଧାନ ସ୍ୱାଗତ ଜଣାଇଥିଲେ ଏସଏଚଜି ମହିଳା ମାନଙ୍କୁ ଦେଖିବାକୁ ମିଳିଥିଲା l ବିଡ଼ିଓ ଜସ୍ମିନ ପ୍ରଧାନ,ସିଡିପିଓ ସଲୀଳା ପ୍ରଧାନ, ବିପିଏମ ଜଳନ୍ଧର ମହାରଣା, ମିଶନଶକ୍ତି ପ୍ରୋଗ୍ରାମ ଅଫିସର ଚନ୍ଦନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l 2001 ରୁ ଆରମ୍ଭ ହୋଇଥିବା ଏହି ମିଶନ ଶକ୍ତି ଯୋଜନାରେ ପ୍ରାୟ ୨ଲକ୍ଷ ମହିଳା ଉପକୃତ ହୋଇ ପାରିବେ ବୋଲି ସୂଚନା ମିଳିଥିଲା l ବ୍ୟାଙ୍କ ମିତ୍ର ଓ ଅନ୍ୟାନ୍ୟ ମହିଳା ସଶକ୍ତିକରଣ ନିମନ୍ତେ ସରକାର ବିଭିନ୍ନ ସ୍କିମ କରିଥିବା ବେଳେ ଏହି ସ୍କୁଟର ଯୋଜନାରେ ଏକ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଦ୍ଧରେ ଯୋଗାଇ ଦେଇଛନ୍ତି ବୋଲି ସୂଚନା ମିଳିଛି l ଏହି ସ୍କୁଟର ଦ୍ୱାରା ଏସଏଚଜି ମହିଳା ମା ମାନେ କମ ସମୟ ରେ ବୁଲି ବୁଲି ସମସ୍ତଙ୍କ ପାଖରେ ପହଂଚି ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇବେ l ଏଥିପାଇଁ ସେମାନଙ୍କୁ ସେନାପତି ବୋଲି ଆଖ୍ୟା ଦିଆଯାଇଛି l ଆଶା ଓ ଦକ୍ଷତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି l ପଂଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ସେମାନେ ସେମାନଙ୍କ କାର୍ଯ୍ୟ ଦକ୍ଷତା ଦେଖାଇ ସାରିଛନ୍ତି ଆଗକୁ ମା ମାନଙ୍କୁ ସଶସ୍ତ୍ରୀ କରଣ କରିବାପାଇଁ ବିଭିନ୍ନ ଯୋଜନା ଅଛି ବୋଲି କୁହାଯାଇଥିଲା l