June 29, 2024

ବ୍ରାହ୍ମଣୀଗାଁ ରେ ବିଜୁ ଜନତା ଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା

Share

ବ୍ରାହ୍ମଣୀଗାଁ ରେ ବିଜୁ ଜନତା ଦଳ ପକ୍ଷରୁ ଜନସଂପର୍କ ପଦଯାତ୍ରା
ବ୍ରାହ୍ମଣୀଗାଁ ତା: ୧୧/୧୦ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ର ବିଧାୟକ ସାଲୁଗା ପ୍ରଧାନ ଙ୍କ ନେତୃତ୍ୱରେ ଏହି ଜନ ସମ୍ପର୍କ ପଦଯାତ୍ରା ର ଆୟୋଜନ କରାଯାଇ ଥିବା ବେଳେ ଏଥିରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ପରିବହନ ନିଗମ ଅଧ୍ୟକ୍ଷ ବିଜୟ କୁମାର ନାୟକଯୋଗ ଦେଇ ଥିଲେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୁଦନ ମଲ୍ଲିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ରାଇକିଆ ସମିତି ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ, ୧୦ନଂ ଜୋନ ଜିଲ୍ଲା ପରିଷଦ ରଞ୍ଜନ ପ୍ରଧାନ, ବ୍ଲକ ସଭାପତି ଜ୍ୟୋତି ରାଜ ପ୍ରଧାନ, ବ୍ଲକ କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ପ୍ରଧାନ, ସଭାନେତ୍ରୀ ରଞ୍ଜିତା ପ୍ରଧାନ, ଲ୍ୟାମ୍ପ ସଭାନେତ୍ରୀ ନିଳମତି ମଲ୍ଲିକ, ଜିଲ୍ଲା ସମ୍ପାଦକ ବାବୁନି ପଣ୍ଡା ଓ ବରିଷ୍ଠ କର୍ମୀ ବିରଞ୍ଚି ବିଷୋଇ ସମେତ ଦଳୀୟ କର୍ମୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ଅତିଥି ମାନେ ଦଳୀୟ କର୍ମୀ ଓ ଅଞ୍ଚଳ ବାସୀ ଙ୍କ ଗହଣ ରେ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ଠାରୁ ଏହି ପଦଯାତ୍ରା ଆରମ୍ଭ କରି ବଜାର ପରିକ୍ରମା ପରେ ହାଇସ୍କୁଲ ନିକଟସ୍ଥ ପଡ଼ିଆରେ ଏକ ସାଧାରଣ ସଭାସ୍ଥଳ ରେ ପହଞ୍ଚି ଥିଲେ, ସେଠାରେ ଅତିଥି ମାନେ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଓଡ଼ିଶାର ତଥା ଏହି ଅଞ୍ଚଳ ର ବିକାଶ ସମ୍ପର୍କ ରେ ଭାଷଣ ଦେଇଥିଲେ । ମୂଖ୍ୟ ମନ୍ତ୍ରୀଙ୍କ ସ୍ୱଚ୍ଛ , ନିର୍ମଳ ଭାବମୂର୍ତ୍ତି ଓ ବିଧାୟକ ଶ୍ରୀ ପ୍ରଧାନ ଙ୍କ କର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଶତାଧିକ ମହିଳା ପୁରୁଷ ବିଜେଡ଼ି ଦଳ ରେ ସାମିଲ ହୋଇଥିଲେ। ସେଥି ମଧ୍ୟରୁ ବ୍ରାହ୍ମଣୀଗାଁର ଚିତ୍ର ସେନ ପାତ୍ର ଅଞ୍ଚଳ ରୁ ବିଜେପି ର ଜିଲ୍ଲା ଉପସଭାତି ଭାବେ ପ୍ରତିନିଧିତ୍ଵ କରୁଥିବା ବେଳେ ଆଜି ସେ ବିଧିବଦ୍ଧ ଭାବେ ବିଜେଡ଼ି ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ତାଙ୍କ ସହ କଂଗ୍ରେସ ଦଳର ପୂର୍ବତନ ସରପଞ୍ଚ ରମେଶ ମାଝୀ, ସମିତି ସଭ୍ୟା ଜଳିତା ମାଝୀ,କିଶୋର ଚନ୍ଦ୍ର ନାୟକ, ସାନନ୍ଦ ନାୟକ ଙ୍କ ସମେତ ପ୍ରାୟ ୧୫୦ଜଣ ମହିଳା ପୁରୁଷ ବିଜେଡ଼ି ରେ ସାମିଲ ହୋଇଥିବା ବେଳେ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ଦଳୀୟ ଚିହ୍ନ ଦେଇ ସାମିଲ କରାଯାଇ ଥିବା ନେଇ ବିଧାୟକ ଶ୍ରୀ ପ୍ରଧାନ ଘୋଷଣା କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)