June 29, 2024

ବ୍ରାହ୍ମଣୀଗାଁରେ ପଥପ୍ରାନ୍ତ ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ବ୍ରାହ୍ମଣୀଗାଁରେ ପଥପ୍ରାନ୍ତ ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ।
ବ୍ରାହ୍ମଣୀଗାଁ ତା :୧୧\୧୦
କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ପଥପ୍ରାନ୍ତ ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ଙ୍କ ନେତୃତ୍ୱରେ ଏହି ସଚେତନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା, ଏଥିରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଋଷିମାଳ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ, ପ୍ରଥମେ ସାଇବର ସୁରକ୍ଷା ଅଭିଯାନ ପାଇଁ ଜିଲ୍ଲା ରୁ ଆସିଥିବା ସଚେତନା ରଥ କୁ ଧର୍ମ ସାହି ଛକ ଠାରୁ ସ୍ଵାଗତ ସମ୍ବର୍ଦ୍ଧନା କରି ରଥ ସହ ସାଇରା ମାସ୍କଟକୁ ବାଜା ବଜାଇ ବଜାର ପରିକ୍ରମା କରି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇ ଥିଲେ, ସେଠାରେ ବ୍ରାହ୍ମଣୀଗାଁ ଥାନା ପୋଲିସ ପକ୍ଷରୁ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇ ଥିଲା ଉକ୍ତ ସଭାରେ କନ୍ଧମାଳ ଜିଲ୍ଲା ସାଇବର ଥାନା ପକ୍ଷରୁ ଏସ ଡିପିଓ ହୃଷୀକେଶ ନାୟକ, ସାଇବର ଥାନା ଇନ୍ସପେକ୍ଟର ତରୁଣ ତପନ ବେହେରା,ସାଇବର କ୍ରାଇମ୍ ଏକ୍ସପୋର୍ଟ ସୌମ୍ୟ ରଞ୍ଜନ ସାହୁ , ୠଷିମାଳ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷ ଦେବରାଜ ବଳିଆର ସିଂ, ୠଷିମାଳ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଭାସ୍କର ଚରଣ ନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂ, ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଡେପୁଟି ସୁବେଦାର ବାଳକୃଷ୍ଣ ପାଣି ଓ ପଦ୍ମ ଚରଣ ମହାଲିଙ୍ଗ ପ୍ରମୁଖ ମଞ୍ଚାସିନ କରିଥିଲେ । ଉକ୍ତ ସଭାରେ ପଥପ୍ରାନ୍ତ ନାଟକ ମଧ୍ୟମ ରେ ସାଇବର ଠକେଇ ରୋକିବା ପାଇଁ ସଚେତନା କରାଯାଇ ଥିଲା , ଏତଦ୍ ବ୍ୟତୀତ ସାଇବର କ୍ରାଇମ୍ ଏକ୍ସପୋର୍ଟ ସୌମ୍ୟ ରଞ୍ଜନ ସାହୁ କିଭଳି ଭାବେ ଲୋକେ ସାଇବର ଠକେଇ ର ଶିକାର ହେଉଛନ୍ତି , ବିଶେଷ କରି ଆଜିକାର ଯୁବ ଗୋଷ୍ଠୀ ,ସ୍ମାର୍ଟ୍ ଫୋନ୍ ରେ ବ୍ୟବହୃତ ବିଭିନ୍ନ ଆପ ବ୍ୟବହାର କରିବା ଦ୍ଵାରା ବିଭିନ୍ନ ପ୍ରକାର ସାଇବର ଠକେଇ ର ଶିକାର ହେଉଥିବା ନଜିର ରହିଛି, ଯେଭଳି ଫେସ୍ ବୁକ୍, ଇନଷ୍ଟାଗ୍ରାମ , ହ୍ୱାଟସ ଅପ୍, ସ୍ନାପ ଚାର୍ଟ , ଇଣ୍ଟରନେଟ ବ୍ୟାଙ୍କିଙ୍ଗ , ଓଟିପି ଜରିଆରେ ଫେକ୍ ମେସେଜ ପ୍ରଦାନ କରି ବିଭିନ୍ନ ସାଇବର ଠକ ମାନେ ଲୋକଙ୍କୁ ଲୁଟି ଚାଲିଛନ୍ତି, ଏଣୁ ନିଜେ ସଚେତନ ହେଲେ ଏଭଳି ସାଇବର ଠକେଇ ରୁ ଉଦ୍ଧାର ପାଇ ପାରିବେ , ଏଣୁ ସାଇବର ଠକେଇ ରୁ କିଭଳି ଦୁରେଇ ରହିବେ ଏବଂ ଅଜଣା ଲୋକଙ୍କୁ ନିଜର କୌଣସି ଡାଟା ପ୍ରଦାନ ନ କରିବାକୁ ସେ ନିଜ ବକ୍ତବ୍ୟରେ ସଚେତନା କରିଥିଲେ। ନିଜେ ସଚେତନ ହେବା ଓ ଅନ୍ୟକୁ ସଚେତନ କରିବା ଦ୍ଵାରା ସାଇବର ଅପରାଧ ହ୍ରାସ ହୋଇ ପାରିବ ବୋଲି ସେ କହିଥିଲେ।ଏହା ପରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏକ କୁଇଜ୍ ପ୍ରତିଯୋଗୀତା କରଯାଇଥିଲା ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)