March 10, 2026

ଏଫ୍.ଏଫ୍.ଭି.ଡି.ପି ପ୍ରୋଗ୍ରାମର ସହ ଯୋଗ ରେ ସି ସି ଡ଼ି ଦ୍ଵାରା ଦ୍ବାରା ଯୁବମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆର୍ଥିକ ଅନୁଦାନ ରାଶି ପ୍ରଦାନ…

IMG-20250911-WA0041
Share

 

 

ପାରଳାଖେମୁଣ୍ଡି:୧୧/୯(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଜିରାଙ୍ଗ ପଞ୍ଚାୟତ ଠାରେ ଏଫ୍.ଏଫ୍.ଭି.ଡି.ପି ପ୍ରୋଗ୍ରାମ୍‌ର ସହଯୋଗରେ ସିସିଡି ପକ୍ଷରୁ ₹1,26,000/- ରାଶି ସାଧାରଣ ସେବା କେନ୍ଦ୍ର ସ୍ଥାପନ ପାଇଁ ଏବଂ ₹70,000/- ରାଶି ଛୋଟ କିରାଣୀ ଦୋକାନ ଆରମ୍ଭ ଆରମ୍ଭ ପାଇଁ ଜିରାଙ୍ଗ ପଞ୍ଚାୟତର ତଳ ଗାଲଗଣ୍ଡା ଗ୍ରାମରେ ଆର୍ଥିକ ସହାୟତା ଦିଆଯାଇଛି।ଏହି ପଦକ୍ଷେପଗୁଡ଼ିକ ଯୁବମାନଙ୍କୁ ସ୍ଥାୟୀ ଆୟର ସୁଯୋଗ ଦେବା ସହିତ ଗ୍ରାମ ଓ ପଡ଼ୋଶୀ ଗ୍ରାମର ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାରେ ସହଜରେ ଆବେଦନ କରିବା ସୁବିଧା ଏବଂ ଆବଶ୍ୟକ ଘରୋଇ ସାମଗ୍ରୀ ନିଜ ଗ୍ରାମରେ ପାଇବାର ସୁବିଧା ଯୋଗାଇଛି। ଏହାର ଫଳରେ ଲୋକ ମାନଙ୍କୁ ଦୂରକୁ ଯିବାକୁ ପଡ଼ୁନି, ନିଜ ଗ୍ରାମରେ ସବୁ ସୁବିଧା ମିଳୁଛି।ଏହି ଦୁଇଟି ଦୋକାନର ଉଦ୍‌ଘାଟନ ପ୍ରୋଗ୍ରାମ୍ ମ୍ୟାନେଜର ବିଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ, ଜିରାଙ୍ଗ ସରପଞ୍ଚ ଶ୍ରୀମତୀ ରିସ୍ପା ଭୁୟାଙ୍କ ଦ୍ୱାରା କରାଯାଇଥିଲା। ଏଥିରେ ପ୍ରୋଜେକ୍ଟ ଅଫିସର ବି. ମନସା ଓ ଜୟଲକ୍ଷ୍ମୀ ବେହେରାଙ୍କ ସହିତ ଅନେକ କର୍ମକର୍ତ୍ତା ଓ ସାଧାରଣ ଲୋକେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।