ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଶିକ୍ଷୟିତ୍ରୀ ସୁନିତା ପ୍ରଧାନ l
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ଶିକ୍ଷୟିତ୍ରୀ ସୁନିତା ପ୍ରଧାନ l
ତିନିବର୍ଷ ତଳୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଚଳିତ ବର୍ଷ ପୁରୀସଦର ଅଞ୍ଚଳରେ ପାଇଛନ୍ତି ଛଇତନା ହରିଶ୍ଚନ୍ଦ୍ର ମେମୋରିଆଲ ନୋଡାଲ ହାଇସ୍କୁଲ ର ଶିକ୍ଷୟିତ୍ରୀ ସୁନିତା ପ୍ରଧାନ l ସୁନିତା ଶିକ୍ଷକତା କରୁଥିବା ବିଦ୍ୟାଳୟ ରେ ସୁନିତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ପୁରୀଜିଲ୍ଲା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ପୁରୀଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ l ସୁନିତା ଛଇତନା ନୂଆପଡାର ଗୋଲକବିହାରୀ ପ୍ରଧାନଙ୍କ ଝିଅ ହୋଇଥିବା ବେଳେ ପୁରୀ ଦୋଳମଣ୍ଡପ ସାହି ଖଟୁଆ ସାହିର ନିରୁପମା ବେହେରା ଏବଂ ହରିହର ବେହେରାଙ୍କ ବୋହୁ l ସେ ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପିତା ସ୍ବର୍ଗତ ଗୋଲକବିହାରୀ ପ୍ରଧାନ ଏବଂ ଶାଶୁ ଶ୍ୱଶୁରଙ୍କୁ ଦେବାସହିତ ଅଧିକ ଶ୍ରେୟ ଦେଇଛନ୍ତି ନିଜର ସ୍ୱାମୀ ଜଗନ୍ନାଥ ବେହେରାଙ୍କୁ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
