November 15, 2024

ଉପାନ୍ତ ଅଞ୍ଚଳ କାଶୀନଗର ଠାରେ ବୃକ୍ଷ ମାନବକୁ ଭ୍ରୁୟସୀ ପ୍ରଶଂସା 

Share

 

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା 13 ଟି ୱାର୍ଡର ଖାଲି ସ୍ଥାନ ମାନ ଚିହ୍ନଟ କରି ସେହି ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରି ପରିବେଶକୁ ସବୁଜ ମୟ କରି ଜଳବାୟୁ ଓ ପାଣିପାଗ ପରିବର୍ତନକୁ ରୋକିବା ପାଇଁ କାଶୀନଗରର ବୃକ୍ଷ ମାନବ ଗୋପୀନାଥ ଚୌଧୁରୀ ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାଙ୍କୁ କାଶୀନଗର ଅଞ୍ଚଳର ସବୁଆଡୁ ପ୍ରଶଂସାର ସୁଅ ଛୁଟି ଆସୁଛି. ଆଜି ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ପରିତ୍ୟକ୍ତ ଅବସ୍ଥାରେ ଥିବା ବନ୍ଧ ପାର୍ଶ୍ୱବର୍ତ୍ତୀ ଖାଲି ସ୍ଥାନ ଓ ଜଳ ସିଞ୍ଚନ ପାର୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଛନ୍ତି. ଶ୍ରୀ ଚୌଧୁରୀ ନିଜେ ଚାରା ଯୋଗାଡ଼ କରି ସେହି ଚାରାକୁ ବିଭିନ୍ନ ସ୍ଥାନରେ ନିଜେ ରୋପଣ କରିବା ପରେ ରୋପଣ କରିଥିବା ଚାରାରେ ପାଣି ପ୍ରତିଦିନ ପକାଇ ତାର ଯତ୍ନ ମଧ୍ୟ ନେଇଥାନ୍ତି. ଆଜି ସେ ବୃକ୍ଷ ରୋପଣ କରୁଥିବା ସୂଚନା ପାଇ ସ୍ଥାନୀୟ ବନ ଅଧିକାରୀ ସୁଶୀଲ କୁମାର ବେହେରା ଙ୍କ ନିର୍ଦେଶନାରେ ଦୁଇ ଜଣ ଫୋରେଷ୍ଟ ଅଧିକାରୀ ପହଂଚି ଶ୍ରୀ ଚୌଧୁରୀଙ୍କୁ ବୃକ୍ଷ ରୋପଣ କରିବାରେ ସାହାଯ୍ୟ କରି ତାଙ୍କ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରି ଭବିଷ୍ୟତରେ ଆହୁରି ଅଧିକରୁ ଅଧିକ ଏହି ପାରି କାର୍ଯ୍ୟକ୍ରମ ସମ୍ପାଦନା କରିବାପାଇଁ ପ୍ରେରଣା ଦେଇଥିଲେ .ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମାଜ ସେବୀ ହୃଷିକେଶ ଗୌଡ଼ ଓ ସାମ୍ବାଦିକ ଆନନ୍ଦ ପାତ୍ର ଉପସ୍ଥିତ ରହି ସହଯୋଗ କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ.