March 8, 2026

ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଗ୍ରାମ ସ୍ଥିତ କେଶବ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ୨୮ତମ ପ୍ରତିଷ୍ଠା ଦିବସ

IMG-20250711-WA0024
Share

ତା11,7,2025,ରିଖ ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଗ୍ରାମ ସ୍ଥିତ କେଶବ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ୨୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ “ବନ ମହୋତ୍ସବ -୨୦୨୫ ଓ ” ମା ପାଇଁ ଗଛଟିଏ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ ସଂପର୍କିତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ରୂପେ ଗାଙ୍ଗପୁର ବନାଞ୍ଚଳ ର ବନପାଳ ଶ୍ରୀମତୀ ମିତା ପଲ୍ଲାଇ ଓ ବନରକ୍ଷୀ ବୁଲୁ ନାୟକ, ବିଦ୍ୟାଳୟ ସଂପାଦକ ଶ୍ରୀ ଅଶୋକ ସ୍ୱାଇଁ ଲାଠିପଡ଼ା କ୍ଳଷ୍ଟରର ସି.ଆର୍.ସି.ସି ବଋଣ ସେଠୀ ମୂଖ୍ୟ ବକ୍ତା,ପଳାଶ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ବିଷୋୟୀ, ଶିକ୍ଷକ ତଥା ଗ୍ରାମ ସଭାପତି ଶ୍ରୀ ରାଜକିଶୋର ସ୍ୱାଇଁ , ସମାଜ ସେବୀ ପ୍ରଫୁଲ୍ଲ ଚନ୍ଦ୍ର ଲେଙ୍କା , ଅଙ୍ଗନବାଡି କର୍ମୀ ସୁଲଚନା ବିଷୋୟୀ , ରାଜଲକ୍ଷ୍ମୀ ସ୍ୱାଇଁ, ଆଶାକର୍ମୀ ସବିତା ସ୍ୱାଇଁ, ସମାଜସେବିସୂର୍ଯ୍ୟ ଚନ୍ଦ୍ର ଗୌଡ଼, ପ୍ରଧାନ ଶିକ୍ଷକ ଶ୍ରୀରଂଜିତ କୁମାର ପାତ୍ର, ଶିକ୍ଷକ ପ୍ରଦିପ କୁମାର ରାଉତ, ଦିଗାମ୍ବର ସ୍ୱାଇଁ, ବିଦ୍ୟାଳୟର ପୂର୍ବତନ ସଭାପତି ଖଦାଳ ବିଷୋୟୀ, ପ୍ରଭୃତି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ l ବନ କର୍ମଚାରୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ବିଦ୍ୟାଳୟ ପରିସରରେ ପ୍ରାୟ ୧୮୦ଟି ଓ ଗ୍ରାମ ର ବିଭିନ୍ନ ସ୍ଥାନରେ ପ୍ରାୟ ୨୦୦ଟି ବୃକ୍ଷ ଚାରା ରୋପଣ କରାଯାଇଥିଲା l ଏହା ପରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସଭାପତି ଶ୍ରୀ ସୁଦାମ ଚରଣ ଗୌଡ଼ ସଭାପତିତ୍ୱ କରିଥିଲେ l ବୈଠକ ରେ ବକ୍ତାମାନେ ଜଳବାୟୁର ବ୍ୟପକ ପରିବର୍ତ୍ତନ, ବିଶ୍ଵତାପ ବୃଦ୍ଧି, ବାୟୁ ମଣ୍ଡଳ ରେ ଅଙ୍ଗାରକାମ୍ଳ ଗ୍ୟାସର ବୃଦ୍ଧି ଓ ଅମ୍ଳଜାନ ଗ୍ୟାସର ହ୍ରାସ,ଅସ୍ଵଭାବିକ ବର୍ଷା, ଜଳ, ବାୟୁ ଓ ମୂର୍ତ୍ତିକାର ବ୍ୟାପକ ପ୍ରଦ୍ୟୁଷଣ,ବନ୍ୟଜୀବ ଜନ୍ତୁଙ୍କ ସଂରକ୍ଷଣ, ବନାଗ୍ଜି ର କୁପରିଣାମ ଓ ତାହାର ନିରାକରଣ ଉପରେ ସଚେତନତା ସୃଷ୍ଟି ଉପରେ ବକ୍ତାମାନ ନିଜ ନିଜର ମତ ସାବ୍ୟସ୍ତ କରିଥିଲେ । ବନମହୋତ୍ସବ ପାଳନ ଅବସରରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ବଣ୍ଟନ କରାଜାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବୃକ୍ଷ ସଂପର୍କିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ପୁରାତନ ଛାତ୍ର କାହୁଁ ଚରଣ ବିଷୋୟୀ, ସାଗର ସ୍ୱାଇଁ, କୈଳାସ ବିଷୋୟୀ, ବଳରାମ ଗୌଡ଼, ଅରୁଣ ସ୍ୱାଇଁ, ମନୋଜ ବିଷୋୟୀ,ରୂପସ୍ଵିନୀ ସ୍ୱାଇଁ, ରେଶ୍ମା ସ୍ଵାଇଁ, ସ୍ୱପ୍ନା ସ୍ୱାଇଁ. ଜଗନ୍ନାଥ ସ୍ୱାଇଁ ତଥା ବିଦ୍ୟାଳୟ ଓ ଗ୍ରାମ ପରିଚାଳନା କମିଟିର ସଦସ୍ୟମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଶିକ୍ଷକ ଶ୍ରୀ ଅଶୋକ କୁମାର ଗୌଡ଼ ବୈଠକ କୁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ୍ର ଙ୍କୁ ଧନ୍ୟବାଦ ଅର୍ପଣକରିଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରଂଜିତ କୁମାର ପାତ୍ର ଓ ସଭାପତି ଶ୍ରୀ ସୁଦାମ ଚରଣ ଗୌଡ଼ଙ୍କ ନେତୃତ୍ଵରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା । ବିଦ୍ୟାଳୟ ତରଫରୁ ଚଳିତ ବର୍ଷର ସବୁଜ ସାଥୀ ରୂପେ ଛାତ୍ର ରାଜା ମଣ୍ଡଳ ଙ୍କୁ ଚ଼ୟନ କରାଯାଇ ପୁରଷ୍କୃତ କରାଯାଇଥିଲା lବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ