December 3, 2024

୩୪୮ ଲୋକ ଙ୍କ ଅଭିଯୋଗ ଶୁଣାଣି ଶେଷ। ସାମିଲି ହେଲେ ବହୁ ଅଧିକାରୀ ସମାଧାନ କୁ ଅପେକ୍ଷା।

Share

୩୪୮ ଲୋକ ଙ୍କ ଅଭିଯୋଗ ଶୁଣାଣି ଶେଷ। ସାମିଲି ହେଲେ ବହୁ ଅଧିକାରୀ ସମାଧାନ କୁ ଅପେକ୍ଷା।

ହାଟଡିହି ବ୍ଲକ ରେ ଗତ କାଲି କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଆଶିଷ ଠାକେର ଙ୍କ ଅଧ୍ୟକ୍ଷତା ରେ ପୁରା ବ୍ଲକ ରୁ ପ୍ରାୟ ୩୪୮ଅଭିଯୋଗ କୁବିଭିନ୍ନ ବିଭାଗ କୁ ହସ୍ତାନ୍ତର କରିଛନ୍ତି। ଏହି ଅଭିଯୋଗ ଶୁଣାଣୀ ରେ ସାଧାରଣ ଲୋକ ସେମାନଙ୍କ ର ସମସ୍ୟା ସମାଧାନ କରିବା ପାଇଁ ସରକାରୀ ବିଭାଗ କୁ ଅଭିଯୋଗ ଗୁଡ଼ିକ ଜଣାଇବା ପରେ କେବେ ତାହା ସମାଧାନ ହେବ ତାକୁ ଅପେକ୍ଷା କରି ଫେରିଯାଇଛନ୍ତି। ଯାହାକି ସାଳନିଆ ପଞ୍ଚାୟତ ରୁ ୧୭ପରିବାର ଲୋକ ଅଁରା ପଞ୍ଚାୟତ ରୁ ୫ ପରିବାର ଅକରୁଆ ପଞ୍ଚାୟତ ର ୨୦ଜଣ ପରିବାର ଆବାସ ଯୋଜନା ରୁ କିପରି ବାଦ୍ ପଡିଛନ୍ତି ଏନେଇ ଅଭିଯୋଗ କରିଥିବା ବେଳେ , ଆନନ୍ଦପୁର ବ୍ଲକ ରୁ ଧକୋଠା ରୁ ଉଷା ପଢିଆଳ ଙ୍କ ୩୬ବର୍ଷ ର ପୁଅ ହଜିବାକୁ ୧୭ମାସ ହେଲା ନପାଇ କେନ୍ଦୁଝର ଜିଲ୍ଲା ପୋଲିସ୍ ର ନିଃସ୍କ୍ରିୟତା ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ। ସେହିପରି ୧୦୯ବର୍ଷ ହୋଇଥିବା ପଞ୍ଚୁଗୋଛିଆ ପଞ୍ଚାୟତ ର କ୍ଷେତ୍ରବାସୀ ମହାନ୍ତ ଙ୍କ ର ଆଧାର କାର୍ଡ ହୋଇ ପାରିନଥିବାରୁ ସେ ଚାଉଳ ଓ ଭତା ୭୦୦ ଟଙ୍କା କାହିଁକି ପାଇ ପାରିବେ ନାହିଁ ବୋଲି ପ୍ରଶ୍ନ କରିଥିଲେ। ସେହି କେତେକ ଗୋଡ ନଥିବା ଲୋକ ଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ରୁ ବ୍ୟାଟେରୀ ଗାଡି ପ୍ରଦାନ କରାଯାଇଛି। ପ୍ରତିଦିନ ବ୍ଲକ ଓ ବ୍ୟାଙ୍କ୍, ତହସିଲକୁ ଆସୁଥିବା ଲୋକଙ୍କ ନିମନ୍ତେ ହାଟଡିହି ରେ ଜିଲ୍ଲା ଖଣିଜ ପାଣ୍ଠି ରୁ ଆହାର କେନ୍ଦ୍ର ଖୋଲିବାକୁ ଦେବବ୍ରତ ବେହେରା ପ୍ରସ୍ତାବ ଦେଇଥିବା ବେଳେ ହାଟଡିହି ତହସିଲ ଛକ ରୁ ହାଟଡିହି ପଞ୍ଚାୟତ ଅଫିସ୍ ପର୍ଯ୍ୟନ୍ତ ରାସ୍ତା କୁ ଆରଡି ବିଭାଗ ରେ ସାମିଲ କରି ନବୀ କରଣ କରିବାକୁ
ପ୍ରସ୍ତାବ ଦିଆଯାଇଛି , ପରେ ମହିଳା କଲେଜ ରେ ଶୌଚାଳୟ, ମରେଇଗାଁ ରୁ ଛେନାପଦୀ ପର୍ଯ୍ୟନ୍ତ ରାସ୍ତା ଦୁଇ କଡ ରୁ ଜବର୍ ଦଖଲ ଉଚ୍ଛେଦ, ଓ ରାସ୍ତା କଡ ରେ ବାଲି ଚିପିସ ରଖିବା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଉଥିବା ଦେଖିବାକୁ ଦୃଷ୍ଟି ଆକର୍ଷଣ କରିବା ପରେ ଆଦିବାସୀ ମାନଙ୍କୁ ବ୍ଲକ ର ମୂଲ୍ୟବାନ ଜମି ପ୍ରଦାନ ନକରି ଅନାବଶ୍ୟକ ସ୍ଥାନ ରେ ପ୍ରଦାନ କରିବାକୁ ଗୋପାଳ କୃଷ୍ଣ ରାଉତ ପ୍ରସ୍ତାବ ଦେଇଥିଲେ। ଶେଷରେ ହାଟଡିହି ପଞ୍ଚାୟତ ର କୁଣ୍ଡିସାହି ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ଦିନ ହେବ ଜଣେ ମାତ୍ର ମହିଳା ଶିକ୍ଷୟତ୍ରୀ ଙ୍କୁ ନେଇ ବିଦ୍ୟାଳୟ ଚାଲୁଥବାରୁ ବିଭୂତି ଭୂଷଣ ଜେନା ଙ୍କ ସହ ଗାଁ ର କିଛି ଯୁବକ ଜିଲ୍ଲାପାଳ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ଯଥା ଶୀଘ୍ର ଉକ୍ତ ବିଦ୍ୟାଳୟ କୁ ଜଣେ ଶିକ୍ଷକ ଆସିବା ନେଇ ସହକାରୀ ଶିକ୍ଷା ଅଧିକାରୀ ଓ ହାଟଡିହି ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ କହିଛନ୍ତି। ଏହି ଅଭିଯୋଗ ଶୁଣାଣୀ ରେ ଜିଲ୍ଲାପାଳ ଆଶିଷ ଠାକେର, ପ୍ରକଳ୍ପ ଅଧିକ୍ଷକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରଞ୍ଚି ପ୍ରସାଦ ଦେହୁରୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ କିଶୋର କୁମାର ପୁର୍ଷ୍ଟୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ କୃଷ୍ଣ ଚନ୍ଦ୍ର ଅଡା, ସହକାରୀ ଯୋଗାଣ ଅଧିକାରୀ ଶବ୍ୟ ସଚି ବସ୍ତିଆ,ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଉପଖଣ୍ଡ ଯୋଗାଣ ଅଧିକାରୀ ଧର୍ମପଦ ଦାସ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହି ବିଡ଼ିଓ ବିନୀତା ବିଜୟିନୀ, ହାଟଡିହି ତହସିଲ ଦାର୍ ମିତାଲି ମଧୁଛନ୍ଦା ପାତ୍ର, ଙ୍କ ସହ ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜଳ ଯୋଗାଣ, ସାଧାରଣ ବଣ୍ଟନ ବ୍ୟବସ୍ଥା, ବାର୍ଦ୍ଧକ୍ୟ ଭତା, କୃଷି, ବିଦ୍ୟୁତ୍, ରାସ୍ତା, ଗୋ ପାଳନ ପଶୁ ଚିକିତ୍ସା, ଅବକାରୀ, ଫରେଷ୍ଟ , ଆରକ୍ଷୀ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏଥିରେ ହାଟଡିହି ବ୍ଲକ ର ପ୍ରତାପ କୁମାର ବୈଠା, ମହେଶ୍ୱର ସାହୁ, ବିନୟ ମଲ୍ଲିକ, ସୁବ୍ରତ କୁମାର ରାଉତ, ମଧୁସ୍ମିତା ପଟ୍ଟନାୟକ, ହରି ସେଠୀ , ଶ୍ରବଣ କୁମାର,ଏପୀଓ କାନନ ବାଳା ପୂର୍ଷ୍ଟି ସହୋଯୋଗ କରିଥିଲେ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍)