September 29, 2024

ଡ୍ରେନ୍ ଅଭାବରୁ ରାସ୍ତାରେ ଭାସୁଛି ପାଣି , ସାହି ବାସିନ୍ଦାଙ୍କ ଅସନ୍ତୋଷ , ପ୍ରତିକାର ଦାବି

Share


ବୁଗୁଡ଼ା : ତା ୧୧/୦୬/୨୪ : ସ୍ଥାନୀୟ ଓ୍ବାର୍ଡ ନଂ-୪ ଅନ୍ତର୍ଗତ ସନ୍ତୋଷୀ ମନ୍ଦିର ସାହିରେ ଡ୍ରେନ୍ ଅଭାବରୁ ରାସ୍ତାରେ ପାଣି ଭାସୁଥିବା ଯୋଗୁଁ ସାହି ବାସିନ୍ଦାଙ୍କ ଅସନ୍ତୋଷ ଦେଖା ଦେଇଛି ।
ସାହିର ଗୋଟିଏ ପାର୍ଶ୍ୱରେ ଥିବା ଘରଗୁଡ଼ିକ ପାଇଁ ବାରିପଟେ ଜଳ ନିଷ୍କାସନର ବ୍ଯବସ୍ଥା ରହିଥିଲା ବେଳେ ଅନ୍ଯ ପାର୍ଶ୍ଵର ଘରଗୁଡ଼ିକରୁ ଜଳ ନିଷ୍କାସନ ପାଇଁ କୌଣସି ଡ୍ରେନର ବ୍ଯବସ୍ଥା ନଥିବାରୁ ଲୋକେ ଦାଣ୍ଡପଟ ରାସ୍ତା ଆଡକୁ ଘରର ପାଣି ଛାଡିବା ଏକ ସାଧାରଣ ଘଟଣା ପାଲଟିଛି । ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ହେଁ ଏନ୍ଏସି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ଦେଖିବାକୁ ମିଳୁନଥିଲା । ତେଣୁ
ସମ୍ପୃକ୍ତ ଓ୍ବାର୍ଡର କାଉନସିଲରଙ୍କ ଅବଗତ ପୂର୍ବକ ଆଜି ସକାଳେ ସାହି ବାସିନ୍ଦା ରାସ୍ତାରେ କଂକ୍ରିଟ୍ ହମ୍ଫ୍ ତିଆରି କରି ବୋହୁଥିବା ପାଣିକୁ ଅଟକାଇବା ସହ ଗାଡି ମଟର ରଖି ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ । ଫଳରେ ସେହି ରାସ୍ତା ଦେଇ ଯାନବାହାନ ଚଳାଚଳ ଠପ୍ ହୋଇ ଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରା ପହଞ୍ଚି ସାହି ବାସିନ୍ଦାଙ୍କ ଦାବିକୁ ହୃଦୟଙ୍ଗମ କରି ଉକ୍ତ ସମସ୍ଯାର ଦୂରୀକରଣ ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଫଳରେ ରାସ୍ତା ଅବରୋଧ ହଟିବା ସହ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା ।