September 29, 2024

ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଆଇନା” ତରଫରୁ ରଜ ଉତ୍ସବ ପାଳନ

Share

 

ଭଂଜନଗର, ଜୁନ ୧୧:

ଆଜି ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ଆଇନା” ତରଫରୁ ଭଂଜନଗର ବ୍ଲକ ଅଧିନସ୍ଥ ବଡକୋଦଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କିଶୋରୀ ବାଳିକା ମାନଙ୍କ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ “ରଜ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ବଡକୋଦଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶ୍ରୀ ହୃଷିକେଶ ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ ସମାଜସେବୀ ଶୁଳପାଣି ଶତପଥୀ, କ୍ଷତ୍ରିୟବରପୁର ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଶ୍ରୀ ତ୍ରିନାଥ ବେହେରା, ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ମୋହନ ସାହୁ, ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ଲାଲସିଂ କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା, ଆଇସିଡିଏସ୍ ସୁପରଭାଇଜର ମଳୟ ମଜ୍ଞରୀ ମୁନି, ଅଙ୍ଗନବାଡ଼ି କର୍ମୀ ବିଜୟଲକ୍ଷ୍ମୀ ସାହୁ ଓ ଆଇନା ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ରାଜ୍ୟ ସଂଯୋଜିକା ଗିତିକା ଚନ୍ଦ୍ରା। ସମସ୍ତ ମଞ୍ଚାସୀନ ଅତିଥି ଆଜିର କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ପରିବାର ଓ ସମାଜରେ ନାରୀ ମାନଙ୍କ ଭୂମିକା, ନାରୀ ମାନଙ୍କ ଉପରେ ଭେଦଭାବ, ନାରୀ ଶିକ୍ଷା, ନାରୀ ନିର୍ଯାତନା, ସମାଜ ରେ ରହିଥିବା ଅନ୍ଧ ବିଶ୍ବାସ, କୁସଂସ୍କାର ବିଷୟ ରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ କିଶୋରୀ ବାଳିକା ମାନେ ନାଚଗୀତ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିଥିଲେ। ଉପସ୍ଥିତ ମହିଳା ମାନଙ୍କର ପିଠା ପ୍ରତିଯୋଗିତା, କିଶୋରୀ ବାଳିକା ମାନଙ୍କ ର ରଙ୍ଗୋଲି ବା ଝୋଟି ପକା ପ୍ରତିଯୋଗିତା ତଥା ରଜଦୋଳି ର ଆୟୋଜନ କରାଯାଇଥିଲା। ଆଜି ର କାର୍ଯ୍ୟକ୍ରମ ରେ ହୋଇଥିବା ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

ଆଇନା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଟୁକୁନା ଖଟେଇ, କରୁଣାକର ବାରିକ, ବିଶ୍ଵନାଥ ଗୈାଡ, ଜଗନ୍ନାଥ ବିଷୋୟୀ ଓ ବନାନୀ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଟୋକାଗଣ୍ଡା ଗ୍ରାମର ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ କିଶୋରୀ ଓ ମହିଳା ଉପସ୍ଥିତ ରହି ଥିଲେ।

ଟୋକାଗଣ୍ଡା ବିଦ୍ୟାଳୟ ର ଶିକ୍ଷକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ଟୋକାଗଣ୍ଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ ଶ୍ରୀ ମତି ରଞ୍ଜିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)