November 23, 2024

ଆମକୁ ମା’ ଛେଉଣ୍ଡ କରନ୍ତୁ ନାହିଁ,” ଜିଲ୍ଲପାଳଙ୍କୁ ଆକୁଳ ନିବେଦନ କଲେ ପୁଅ ଆଉ ଝିଅ

Share

ଆମକୁ ମା’ ଛେଉଣ୍ଡ କରନ୍ତୁ ନାହିଁ,”
ଜିଲ୍ଲପାଳଙ୍କୁ ଆକୁଳ ନିବେଦନ କଲେ ପୁଅ ଆଉ ଝିଅ !
++++++++++++++++++++
ଜଗତସିଂହପୁର :- “ଆମକୁ ମା’ ଛେଉଣ୍ଡ କରନ୍ତୁ ନାହିଁ ! ବାପାଙ୍କୁ ହରେଇ ସାରିଛୁ ! ମା’ଙ୍କୁ ହରେଇ ଆମେ ବଞ୍ଚି ପାରିବୁନାହିଁ ! କିଏ ଆମକୁ ମାଗିଯାଚି ଖାଇବାକୁ ଦେବ ? କିଏ ଆମର ଭବିଷ୍ୟତ ଦେଖିବ ? ନଖାଇ ନପିଇ ବରଂ ଉପାସରେ ରହିଯିବୁ ହେଲେ ଆମ ମାଆକୁ ବଞ୍ଚେଇ ଦିଅ କଲେକ୍ଟର ମାଡାମ “! ଏଥିଲା ଦୁଇ କୋମଳମତି ଶିଶୁକନ୍ୟା ଅଲିଶା ଆଉ ଶିଶୁ ପୁତ୍ର ଆଶୁତୋଷ ର ମାଆଙ୍କର ଚିକିତ୍ସା ପାଇଁ,ଜିଲ୍ଲାପାଳ ମହୋଦୟାଙ୍କୁ ଆକୁଳ ନିବେଦନ ! ଖବର ଅନୁସାରେ ଏପରି ଅଭାବନୀୟ ଦୃଦୟ ବିଦାରକ ଘଟଣା ହେଉଛି ଜଗତସିଂହପୁର ଜିଲ୍ଲାର ସଦରବ୍ଲକ ଅନ୍ତର୍ଗତ ମଣ୍ଡାସାହି ଗ୍ରାମର ! ଏହି ଗ୍ରାମର କୃଷ୍ଣ ଚନ୍ଦ୍ର ଓଝା ଜଣେ ଦିନମଜୁରିଆ ଏବଂ ନିଜ କୌଳିକ ବୃତ୍ତି କାଠ କାରିଗର ଭାବେ ପରିବାର ପ୍ରତିପୋଷଣ କରି ଆସୁଥିଲେ ! 2015 ମସିହାରେ କୌଣସି କାରଣରୁ ଇଲେକ୍ଟ୍ରି କରେଣ୍ଟ ଯୋଗୁ ତାଙ୍କର ଦେହାନ୍ତ ହୋଇଗଲା ! ପରିବାର ମଧ୍ୟରେ ରହିଲେ ବୁଢା ବାପା ମାଆ, ସ୍ତ୍ରୀ ଏବଂ ଦୁଇଟି ପିଲା ! ସମୟକ୍ରମେ ବୁଢ଼ା ବାପା ମାଆ ବି ଚାଲିଗଲେ ଆରପାରିକୁ ! ଦଇବ ର ଦଣ୍ଡ କମ ହେଇଗଲା ବୋଧେ ! ସ୍ତ୍ରୀ ରାଲି ଓଝାଙ୍କୁ ହେଇଗଲା ଲିଭର ସିରୋସିସ ରୋଗ ! ପାଖରେ ଯାହା ବିଷୟ ବାସନ ଥିଲା ତାକୁ ବିକି ଭାଙ୍ଗି ଡାକ୍ତରୀ ଚିକିତ୍ସା କରେଇ ନେଲେ ସିନା ! ଦୈନିକ ଔଷଧ ବାବଦକୁ ଅର୍ଥ ସାଜିଛି ବାଧକ ! ଛୁଆ ଦୁଇଟାଙ୍କ ମୁହଁରେ ଦାନା ଦେବାକୁ ୟା ଓଳି ତା ଓଳି ହାତ ପାତିବାକୁ ପଡୁଛି ସିନା ! ଅଭାବ ଯେପରି ପିଛା ଛାଡ଼ୁନି ! ନିଜେ ବଞ୍ଚିବା ଓ ଛୁଆଙ୍କୁ ବଞ୍ଚେଇବା ମୁସ୍କିଲ ହେଇପଡୁଥିବା ବେଳେ ଛୁଆ ଦୁଇଜଣ ଜିଲ୍ଲାପାଳ ଙ୍କୁ ଆକୁଳ ନିବେଦନ କରିଛନ୍ତି ତାଙ୍କ ମାଆଙ୍କ ଜୀବନ ବଞ୍ଚେଇବାକୁ ଔଷଧ ପାଇଁ କିଛି ବି ସାହାଯ୍ୟ କରନ୍ତୁ !ନିକଟରେ ଜିଲ୍ଲପାଳ ମହୋଦୟା ବେଟି ପଢ଼ାଓ ବେଟି ବଚାଓ କାର୍ଯ୍ୟକ୍ରମର ସଚେତନତା ରଥର ଶୁଭାରମ୍ଭ କରିଥିବା ବେଳେ ଆଶୁତୋଷ ଓ ଅଲିଶା ପରି ଅବହେଳିତ ଶିଶୁ କଣ ଶିକ୍ଷାରୁ ବଞ୍ଚିତ ରହିବେ ! ଖାଇବା ଯାହାଙ୍କ ପାଇଁ ସ୍ବପ୍ନ, ଔଷଧ ପାଇଁ ଯିଏ ନିଜ ମାଆ ଙ୍କ ମୃତ୍ୟୁକୁ ଅପେକ୍ଷା କରିଛନ୍ତି, ସେ ଶିକ୍ଷା ପାଇବାର ଅଭାବ ଦେଖେଇବେ କାହାକୁ ??? ଯେବେ ଜିଲ୍ଲପ୍ରଶାସନ ଚାହିଁବ ସବୁକିଛି ସମ୍ଭବ ହୋଇପାରିବ ବୋଲି ଗ୍ରାମବାସୀ ଦାବି କରିଥିବା ବେଳେ, ଜିଲ୍ଲପାଳ ଓ ପ୍ରଶାସନକୁ ଚାହିଁ ବସିଛନ୍ତି ଦୁଇଟି କୋମଳମତି ଶିଶୁ ସନ୍ତାନ ! ଦେଖିବାକୁ ରହିଲା ଏଠି ବେଟି ପଢୁଛି ନ ପରିବାର ବଞ୍ଚି ରହୁଛି ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !