March 10, 2026
IMG-20250511-WA0051
Share

 

ଏମିତି ଗୋଟେ ଶବ୍ଦ ଯାହାକି ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ଓଠରେ ଥାଏ। ଭଗବାନଙ୍କ ସର୍ବଶ୍ରେଷ୍ଟ ଆଉ ଉତ୍କୃଷ୍ଟ ରଚନାର ଏକ ଅଂଶ, ଯିଏ କି ସବୁ ଦୁଃଖ ନିଜ ପଣତ କାନିରେ ସାଉଁଟି ନିଏ ଓ ଦୁନିଆର ସବୁ ଖୁସିକୁ ଆମ ପାଦ ତଳେ ଓଜାଡ଼ି ଦିଏ। ମାଆ ଶବ୍ଦକୁ ବାଖ୍ୟା କରିବା ବହୁତ କଷ୍ଟ। ଏପରି ପ୍ରକାଶ ହୁଏ ଯେପରି.. ଶବ୍ଦଗୁଡିକ ସାହସ କରନ୍ତିନି, ଲେଖନୀ ସ୍ତବ୍ଧ ହୁଏ, ଆଖି ଲୁହରେ ଭିଜେ, ଆଉ ମନ ଚାଲିଯାଏ ତା’ ପଣତ କାନିରେ ଲୁହ ପୋଛିବାକୁ। ତା’ର କେତେ ସାରା ଭଲ ଗୁଣ, କଣ ବା ବଖାଣିବି। ବୋଉଲୋ, ତମେ ଏତେ ଧର୍ଯ୍ୟଶୀଳ, ସାହସୀ, ସବୁ କାମରେ ପାରଙ୍ଗମ। ବହୁତ୍ ଦୁଃଖକଷ୍ଟ ପାଇ ଆମକୁ ଜନ୍ମଦେବା ସହ ଏତେ ସ୍ନେହରେ ପାଳିଛ, ନିଜେ ନ’ଖାଇ, ନ’ପିନ୍ଧି ଆମ ଅଭାବକୁ ପୂରଣ କରିଛ ଆଉ ଆମକୁ ଅଭାବ ବୋଲି କିଛି ଜଣେଇ ଦେଇନ।

 

ବାଡେ଼ଇବିନି କହିଲା ପରେ ବହୁତ୍ ମାରିବ।

ଖାଇବାକୁ ଦେବିନି କହିଲା ପରେ ବଳେଇ ବଳେଇ ଖୁଆଇବ।

 

*ମାଆ ପରି କିଏ ହେବ…*

 

*#ମାଆପାଇଁପଦେ*

*Mother’s day2025*