July 3, 2024

ପବିତ୍ର ଶୁଭ ଅକ୍ଷୟ ତୃତୀୟା ଏବଂ ବ୍ରହ୍ମଗିରି କ୍ଳବର ଶୁଭ ପ୍ରତିଷ୍ଠା ଉତ୍ସବ ଅବସରର ଆରମ୍ଭ ହେଲା ଜଳସେବା କେନ୍ଦ୍ର। ମହିମା ଧର୍ମର ସନ୍ଥମାନେ ଦୀପ ପ୍ରଜ୍ବଳନ କରି ସଂସାର ତଥା ଜଗତର ମଙ୍ଗଳ କାମନା କଲେ…

Share

 

କୃଷି କୃଷକର ପର୍ବ ଅକ୍ଷୟ ତୃତୀୟା। ଶୁଭ ଅନୁକୂଳ ଶୁଦ୍ଧ ଓ ସିଦ୍ଧି ର ଦିବସ। ଜନସାଧାରଣଙ୍କ ସେବା ପାଇଁ ସମର୍ପିତ ଅନୁଷ୍ଠାନ ବ୍ରହ୍ମଗିରି କ୍ଳବର ଆଜି ପ୍ରତିଷ୍ଠା ଦିବସ। ଆଜିର ପ୍ରତିଷ୍ଠା ଦିବସରେ ଆଧ୍ଯାତ୍ମିକତା ସୃଷ୍ଟି କରି ସମାଜରେ ଶାନ୍ତି ସଂହନ୍ତି ଭାଇଚାରା ସ୍ଥାପନ ସହିତ ସଂସାରର ମଙ୍ଗଳ କାମନା କରି ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହିମାଧର୍ମର ବରିଷ୍ଠ ସନ୍ଥମାନଙ୍କ ଅନୁଷ୍ଠାନ କାର୍ଯ୍ୟଳୟ ପରିସରରେ ସମବେତ ହୋଇ ପୂଜାର୍ଚ୍ଚନା କରିବା ପ୍ରଦୀପ ପ୍ରଜ୍ବଳନ କରି ବ୍ରହ୍ମଗିରି ଅଞ୍ଚଳରେ ଅଖଣ୍ଡ ଶାନ୍ତି ସଂହନ୍ତି ପ୍ରଗତି ଭାଇଚାରା ସ୍ଥାପନ ପାଇଁ ଆହୁତି ପ୍ରଦାନ କରିଥିଲେ।

ଆଜି ପବିତ୍ର ଦିବସ ଅବସରରେ ଆରମ୍ଭ ହୋଇଥିଲା ଜଳସେବା କେନ୍ଦ୍ର। ପ୍ରବଳ ନିଦାଘର ରୌଦ୍ରତାପ ରେ ଡହଳ ବିକଳ ଜନଜୀବନ। ନିଦାଘରୁ ରକ୍ଷା ନିମନ୍ତେ ସୁଶୀତଳ ପାନୀୟ ଏବଂ ଛାୟା ଆଶ୍ରୟ ଖୋଜୁଛନ୍ତି ପଥାଚାରୀ। ସାଇକେଲ, ମଟରସାଇକେଲ, ବସଯାତ୍ରୀ, ପଦଯାତ୍ରା ତାପ ଜନିତ ତୃଷାରେ ଆଉଟୁପାଉଟ ହୁଅନ୍ତି ରାସ୍ତାରେ। ପଥଚାରୀଙ୍କ ତୃଷାର୍ତ୍ତ ଜନିତ କ୍ଳେଷକୁ ଅନୁଭବ କରି “ବ୍ରହ୍ମଗିରି କ୍ଳବ” ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଜଳସେବା କେନ୍ଦ୍ର ଆରମ୍ଭ କରିଛି। ଆଜି ଜଳସେବା କେନ୍ଦ୍ରକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ ବ୍ରହ୍ମଗିରି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରାଜେନ୍ଦ୍ର Mohapatra , ଷ୍ଟେଟବ୍ଯାଙ୍କ ଅଫ ଇଣ୍ଡିଆ ବ୍ରହ୍ମଗିରି ଶାଖାର ପରିଚାଳିକା ଶ୍ରୀମତୀ ସସ୍ମିତା ବେହେରା ବନବିଭାଗ ଅଧିକାରୀ ଶ୍ରୀ ଚନ୍ଦ୍ର ସେଖର ସାହୁ । ଅଞ୍ଚଳର ବୟଜ୍ଯେଷ୍ଠ ମୁରବୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଅତିଥିମାନେ ଜଳସେବା କେନ୍ଦ୍ରରେ ପଥାଚାରୀଙ୍କୁ ଜଳ ସେବା ପ୍ରଦାନ କରିଥିଲେ। ପୁରୀସାତପଡା ରାସ୍ତାର ବ୍ରହ୍ମଗିରି ଥାନା ଛକ ସମବାୟ ବ୍ୟାଙ୍କ ବ୍ରହ୍ମଗିରି କ୍ଳବର କାର୍ଯାଳୟ ସମ୍ମୁଖରେ ଖୋଲାଯାଇଛି ଜଳବଣ୍ଟନ କେନ୍ଦ୍ର। ଜଳ ବଣ୍ଟନ କେନ୍ଦ୍ରର ମୁଖ୍ଯ ଆକର୍ଷଣ ହେଉଛି ଟଙ୍କ ତୋରାଣି। ସ୍ବତନ୍ତ୍ର ଭଲଭାବରେ ଅବଢା, ଦହି, ମିଷ୍ଟି, ସୈନ୍ଧବଲବଣ, ଆମ୍ବକସିଆ ଆଦାର ରସ, ଗୋଲମରିଚ ଗୁଣ୍ଡ, କଞ୍ଚା ଲଙ୍କା, ବିବିଧ ଆୟୁର୍ବେଦିକ ଔଷଧୀୟ ରସକୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରଯାଏ। ଏହା ସହିତ ବିଭିନ୍ନ ଫଳରସର ସର୍ବତ, ଭୁସି ସର୍ବତ, ଚିଆ ସିଡ୍ ର ସର୍ବତ ପଥାଚାରୀଙ୍କ ତୃଷା ନିବାରଣ ପାଇଁ ବଣ୍ଟନ କରାଯାଏ। ଅତିଥି ମାନଙ୍କ ସହ କ୍ଳବରସଭା ପତି ଓ ସଦସ୍ଯ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
(ପୁରୀରୁ ସୁମିତ୍ରା ସାହୁଙ୍କ ରିପୋର୍ଟ)