July 5, 2024

ନିତ୍ଯ।ଙ୍କ ପାଇଁ ପ୍ରଚାର କଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ ଓ ମହା ପ୍ରସାଦ କର…..

Share

ଉମରକୋଟ – ବିଜେପି ପ।ର୍ଥୀଙ୍କ ପାଇଁ ଜଣେ ପରେ ଜଣେ ରାଜ ନେତା ପ୍ରଚାର ଜାରି ରଖିଥିବା ବେଳେ ଆଜି ଓଡ଼ିଆ ସିନେମା ର ଅଭିନେତା ଶ୍ରୀତମ ଦାସ ଓ ମହା ପ୍ରସାଦ କର ଉମରକୋଟ ବିଜେପି ପ।ର୍ଥୀ ନିତ୍ୟ।ନନ୍ଦ ଗଣ୍ଡଙ୍କ ପାଇଁ ଉମରକୋଟ ସହରରେ ଜୋରଦାର ରୋଡ ସୋ କରି ଭୋଟର ଙ୍କ ମନ ଜିଣିବା ପାଇଁ ଚେଷ୍ଟା କରିଛନ୍ତି। ଏହି ରୋଡ ସୋ ଉମରକୋଟ ସହର ର ଡଙ୍ଗରିଗୁଡ଼ା ଠାରୁ ବିଜେପି ର 5 ଶହ ବାଇକ ରେ କର୍ମୀ ର।ଲି ରେ ବାହାରି ଶ୍ରୀତମ ଦାସ ଓ ଉମରକୋଟ ବିଜେପି ପ।ର୍ଥୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ନେଇ କି ବାହାରିଥିଲେ। ଶ୍ରୀତମ ଓ ନିତ୍ୟ।ଗୋଟିଏ ଖୋଲା ଗାଡି ରେ ଓ ଅନ୍ୟ ଗାଡି ମହା ପ୍ରସାଦ କର ଠିଆ ହେଇ ସହର ବାସି ଙ୍କୁ ଅଭିବାଦନ ଜଣାଇ ଭୋଟ ଭିକ୍ଷା କରି ଥିଲେ। ଏହି ର।ଲି ଦୀର୍ଘ ୪ ଘଣ୍ଟା ଧରି ଉମରକୋଟ ସହର ର ୧୪ ଟି ୱାର୍ଡ ପରିଭ୍ରମଣ କରି ଥିଲା। ଶ୍ରୀତମ ମହା ପ୍ରସାଦ ଙ୍କୁ ଦେଖିବା ପାଈଁ ସହର ଦୁଇ ପାଖ ରେ ପ୍ରଭଳ ଭିଡ ଜମି ଥିଲା। ଏହି ରାଲି ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଂପାଦକ ରମେଶ ଚନ୍ଦ୍ର ସାହୁ, ପୁର୍ବତନ ନଗର ପ।ଳ ପି. ରାବଣ। ରାଓ, ଭୋଜ ନାଥ ଗଣ୍ଡ, ଜିଲ୍ଲା ସଂପାଦକ ରାମ ନାୟକ, କୂର୍ମ। ରାଓ,ନଗର ସଭାପତି ଗୋପୀନାଥ ସାହୁ, ପ୍ରଭାତ ନାୟକ, ରମେଶ ଦାସ, ମିଲୁ ପଣ୍ଡା , ବାଦଲ ପଟନାୟକ ,ଆଶିଷ ରାଓ , ସତ୍ୟ ବେହେରା, ପ୍ରମୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।(ଏମ.ଦିନା°ଶୁ ଆଚାରୀ)