November 16, 2024

ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ରଙ୍ଗିନ୍ ଆଲୋକରେ ଝଲସୁଛି ମେଢମୟ ସହର , ଭିଡ ଜମାଉଛି ମୀନା ବଜାର

Share


ବୁଗୁଡ଼ା : ତା ୧୧/୦୫/୨୩ : ଚଳିତ ବର୍ଷ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆନନ୍ଦ ଉଲ୍ଲାସର ସହ ମହାସମାରୋହରେ ଅନୁଷ୍ଠିତ ହେଉଥିବା ବେଳେ ରଙ୍ଗିନ୍ ଆଲୋକରେ ସଜ୍ଜିତ ହୋଇ ଝଲସୁଛି ମେଢମୟ ସହର ଏବଂ ନାହିଁ ନଥିବା ଭିଡ ଜମାଉଛି ଦୋଳି ଖେଳ ଓ ମୀନା ବଜାର । ଏ ବର୍ଷ ଯାତ୍ରାରେ ନୂଆଁ ବସଷ୍ଟାଣ୍ଡରେ ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା ମେଢ ଓ କାମଧେନୁ ମେଢ , ଟୁଣୁଟୁଣିଆ ସାହିରେ ଲଙ୍କେଶ୍ବରୀ ମେଢ , ଜଗନ୍ନାଥ-ଦାସିଆ ବାଉରୀ ମେଢ ଓ ଲକ୍ଷ୍ମୀ ମେଢ , ନୂଆଁ ସାହିରେ ବୁଦ୍ଧ-ହନୁମାନ ମେଢ , ଅନନ୍ତ ଶୟନ ମେଢ ଓ ରାଧାକୃଷ୍ଣ ମେଢ , ବଡଦାଣ୍ଡରେ ତିରୁପତି ବାଲାଜୀ ମେଢ, ପୂରୁଣା ବସଷ୍ଟାଣ୍ଡରେ ବିଶାଳକାୟ ନୃସିଂହନାଥ ମେଢ , ଗଣେଶ ବଜାରରେ ବ୍ରହ୍ମା-ବିଷ୍ଣୁ-ମହେଶ୍ଵର ମେଢ , ମେଡିକାଲ ଛକର ଲକ୍ଷ୍ମୀ-ନାରାୟଣ ମେଢ, କଲେଜ ରୋଡରେ ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା ମେଢ , ବ୍ଲକ ଛକରେ ମହାଲକ୍ଷ୍ମୀ ମେଢ , ଖଦାଳସାହିରେ ଅର୍ଦ୍ଧନାରୀଶ୍ଵର ମେଢ , ପଥୁରିଆ ସାହିରେ ନୀଳମାଧବ ମେଢ, କୁମ୍ଭାର ସାହିରେ କର୍ଣ୍ଣ-ଅର୍ଜୁନ-ଭୀଷ୍ମ ମେଢ , ରଘୁନାଥ ସାହିରେ ସୁଉଚ୍ଚ ଜଗନ୍ନାଥ ମେଢ , ଗଣ୍ଡାମଞ୍ଜି ସାହିରେ ମହାମାୟୀ ମେଢ , କାର୍ଜି ସାହିରେ ଅନନ୍ତ ନାରାୟଣ ମେଢ , ଓଡ଼ିଆ ସାହିରେ ରାମ-ଲକ୍ଷ୍ମଣ-ସୀତା-ହନୁମାନ ମେଢ , ବେଙ୍ଗେଇ ବନ୍ଧ ସାହିରେ ହନୁମାନ ମେଢ ଆଦି ପ୍ରଦର୍ଶିତ ହୋଇ ଲୋକଙ୍କ ଭିଡ ଜୁଟାଉଛି । ଏଥି ସହ ସୂର୍ଯ୍ୟ ନଇଁଲେ ଚକାଚକ୍ ଆଲୋକମାଳାରେ ସାରା ସହର ଝଲସି ଉଠୁଥିବା ବେଳେ ଦୋଳି ଖେଳ ଏବଂ ମୀନାବଜାର ପରିସର ଲୋକାରଣ୍ୟ ପାଲଟି ଯାଉଛି । ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ରଙ୍ଗମହଲ ଅପେରା ପ୍ରଦର୍ଶିତ ହୋଇ ଚାଲିଯିବା ପରେ ଦ୍ଵିତୀୟ ପର୍ଯ୍ୟାୟରେ ସୂର୍ଯ୍ୟ ମନ୍ଦିର ଓ ସାଇ ସମ୍ରାଟ ଅପେରା ଦ୍ବୟରେ ଚଳଚ୍ଚିତ୍ର ଜଗତର ଅଭିନେତା , ଅଭିନେତ୍ରୀ ଓ ହାସ୍ୟାଭିନେତାଙ୍କ ଯୋଗଦାନ ସହ ପ୍ରତିଯୋଗିତା ଚାଲିଥିବା ବେଳେ ଦର୍ଶକ ଏହାର ଭରପୁର ଫାଇଦା ଉଠାଉଥିବା ଦେଖାଯାଇଛି । ସନ୍ଧ୍ୟା ସମୟରେ ଯାତ୍ରା ପରିବେଶ ଉତ୍ସବ ମୁଖର ହୋଇ ପଡୁଥିବା ବେଳେ ସାରା ସହର ଚଳ ଚଞ୍ଚଳ ହୋଇ ଉଠୁଛି

You may have missed