March 10, 2026

 ଶର୍ଯ୍ୟାରେ ସାମ୍ବାଦିକ ,ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0affbfe6-2ecf-4ac4-92b2-08ea52749520
Share

କେଉଁଝର ଜିଲ୍ଲା ହାଟଡିହି ବ୍ଲକର ବରିଷ୍ଟ କାର୍ଯ୍ୟରତ ଅମୃତ ଦୁନିଆ ପ୍ରିଣ୍ଟି ମିଡିଆ ସାମ୍ବାଦିକ ମକରଧ୍ବଜ ଯେନାଙ୍କ ଦେହ ବହୁଦିନ ଧରି ଅସୁସ୍ଥ ଯୋଗୁଁ ସେ ଏବେ ଶର୍ଯ୍ୟାଶାୟୀ ହୋଇ ପଡିଛନ୍ତି।କିଛି ମାସ ପୂର୍ବରୁ ସେ ପାରାଲିସିସ୍ ରୋଗରେ ପିଡିତ ହୋଇ କଟକ ରେ ଚିକିତ୍ସାଧିନ ଅବସ୍ଥାରେ ଘରକୁ ଫେରୁଥିବା ସମୟରେ ରାସ୍ତା ରେ ବାଇକି୍ ରୁ ଖସିପଡି ବାମ ଗୋଡ ଓ ହାତରେ ଗଭିର ଆଘାତ ଲାଗି ଗୁରୁତଃର ହୋଇପଡିଛନ୍ତି।ଶରୀରର ଅବସ୍ଥା ଅନୁଯାୟୀ ଉନ୍ନତ ମାନର ଚିକିତ୍ସା ଆବଶ୍ୟକ ହୋଇପଡିଛି। ପରିବାରର ଆର୍ଥିକସ୍ଥିତି ଭଲ ନଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ତେଣୁ ପରିବାର ତରଫରୁ ସହହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଟାନ ସାହାଯ୍ୟର ହାତ ବଢାଇବାକୁ ଫୋନ୍ ପେ ନଂ ୭୭୩୫୬୬୬୩୧୩ ରେ ଯୋଗା ଯୋଗ କରିବାକୁ ପରିବାର ତରଫରୁ ନିବେଦନ କରାଯାଇଛି।
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।