March 8, 2026

ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ୨ଶ୍ରମିକଙ୍କ ମୃତ୍ୟୁ

IMG-20230511-WA0003
Share

ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ୨ଶ୍ରମିକଙ୍କ ମୃତ୍ୟୁ

 

ରାମନାଗୁଡା, ରାସ୍ତା ତଳକୁ ଓଲଟି ପଡ଼ିଲା ବିଦ୍ୟୁତ ଖୁଣ୍ଟ ବୋଝେଇ ଟ୍ରାକ୍ଟର। ଆଉ ଡାଲା ତଳେ ଚାପି ହୋଇ ଚାଲିଗଲା ୨ଜଣ ଶ୍ରମିକଙ୍କ ଜୀବନ। ଆଜି ମଧ୍ୟାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡାରୀ ଥାନା ଅଞ୍ଚଳର ଗୁମୁଡା ଫାଣ୍ଡି ନିକଟସ୍ଥ ମଶାରିଗୁଡା ଗ୍ରାମ ନିକଟରେ।କୋଲନରା ବ୍ଲକ ରବାଡ଼ି ଗାଁର ଶ୍ୟାମ କମ୍ଭରିକା ଓ ସନ୍ତୋଷ କୁମ୍ଭରିକା ଏକ ଠିକା କମ୍ପାନୀରେ ଶ୍ରମିକ ଭାବେ କାମ କରନ୍ତି। ଆଜି ପ୍ରତିଦିନ ଭଳି ଆଜି ମଧ୍ୟ ସେମାନେ ଟ୍ରାକ୍ଟରରେ ସିମେଣ୍ଟ ଓ ବିଦ୍ୟୁତ ଖୁଣ୍ଟ ବୋଝେଇ କରି ଯାଉଥିଲେ। ତେବେ ମଶାରୀ ଗୁଡ଼ା ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ଶ୍ୟାମ ଓ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା। ତେବେ ଟ୍ରାକ୍ଟର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଗୁରୁତରଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ଅନ୍ୟପକ୍ଷରେଏନେଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣାପଡିଛି।

 

ରିପୋର୍ଟ ରାକେଶ କୁମାର ବେହେରା