March 12, 2026
hand
Share

 

 

ବେଲଗୁଣ୍ଠା,୧୧/୦୩,ଆଜି ସକାଳ ୯:୦୦ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉସ୍ତିଆ ଗ୍ରାମର ଭଗବାନ ଜେନା (୫୨) ଗ୍ରାମ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ I ପୋଖରୀ ପାହାଚରେ ଶିଉଳି ପଡିଥିବାରୁ ଶିଉଳିରେ ଭଗବାନଙ୍କ ଗୋଡ଼ ଖସିଯିବାରୁ ସେ ପାଣି ଭିତରେ ପଡ଼ି ଯାଇଥିଲେ I ସେ ପାଣିରେ ବୁଡିଯାଉଥିବା ସମୟରେ କିଛି ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଭଗବାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରିଥିଲେ I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭଗବାନଙ୍କର ମୃତ୍ୟୁ ଘଟିଥିଲା I ଏନେଇ ଭଗବାନଙ୍କ ପୁଅ ଗଣେଶ ଜେନା ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଭଞ୍ଜନଗର ମେଡିକାଲ୍ ରେ ପହଞ୍ଚି ମୃତ ଭଗବାନଙ୍କ ଶବକୁ ଜବତ କରି ୦୭/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ I ଶବ ବ୍ୟବଚ୍ଛେଦ ପରେ ଶବକୁ ତାର ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଥାନା ଏଏସ୍ଆଇ ଅନୁ ମଲ୍ଲିକ ଏହି ଘଟଣାର ତଦନ୍ତ କରୁ୍ଥିବା ଜଣା ପଡିଛି Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ