ଏକ୍ସ ଉପରେ ସାଇବର ଆଟାକ୍, ପଛରେ ୟୁକ୍ରେନର ହାତ

( ଦେବାଶିଷ ଦାଶ )
ସୋସିଆଲ୍ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର) ଉପରେ ବଡଧରଣର ସାଇବର ଆଟାକ୍ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ବାରମ୍ୱାର ଏକ୍ସ ସର୍ଭର ଡାଉନ୍ ହୋଇଥିଲା । ଏହାପରେ ଏକ୍ସ ଉପରେ ସାଇବର ଆଟାକ୍ ହୋଇଥିବା ନେଇ କହିଛନ୍ତି ସ୍ପଷ୍ଟ କରିଥିଲେ ଏଲନ୍ ମସ୍କ ।
ଆମେରିକାର DOGE ବିଭାଗର ମୁଖ୍ୟ ଏଲନ ମସ୍କ ଦାବି କରିଛନ୍ତି ଯେ, ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ଉପରେ ୟୁକ୍ରେନରୁ ସାଇବର ଆଟାକ୍ ହୋଇଛି ।
ଯେଉଁଥିପାଇଁ ଏକ୍ସ ସର୍ଭର ସାରା ବିଶ୍ୱରେ ଡାଉନ ହୋଇଯାଇଥିଲା । ସୋମବାର ଦିନ ଏକ୍ସ ସର୍ଭର ଅନେକ ଥର ଡାଉନ୍ ହୋଇଥିଲା । ସର୍ଭର କେତେବେଳେ କେତେବେଳେ ଭଲ କାମ କରୁଥିଲା, କିନ୍ତୁ ତା’ପରେ ପୁଣି କ୍ରାସ୍ ହୋଇଯାଉଥିଲା ।
ଏଲନ୍ ମସ୍କ କହିଛନ୍ତି, ‘ବାସ୍ତବରେ କ’ଣ ଘଟିଥିଲା ତାହା ଜାଣିନାହୁଁ, କିନ୍ତୁ ଏକ୍ସ ସିଷ୍ଟମକୁ ଭାଙ୍ଗିବା ପାଇଁ ୟୁକ୍ରେନର ଏକ IP ଆଡ୍ରେସ୍ ବ୍ୟବହାର କରି ଏହି ସାଇବର ଆଟାକ୍ କରାଯାଇଥିଲା ।