March 12, 2025

ଜିଲ୍ଲା କଂଗ୍ରେସ ପକ୍ଷରୁ ନାରୀ ନିର୍ଯ୍ୟାତନା ବିରୋଧରେ ପ୍ରତିବାଦ ସଭା

Share

 

ବାଲେଶ୍ଵର(ଶେଖ ନଜିମ): ରାଜ୍ୟରେ ବିଜେପି ସରକାର ଆସିବା ପରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ଏପରିକି ରାଜ୍ୟରେ ମହିଳା ହିଂସା ସୀମା ଟପିଛି । ଗୋଟିଏ ପରେ ଗୋଟିଏ ହିଂସା ଡବଲ ଇଞ୍ଜିନ ସରକାରଙ୍କ ମୁଖା ଖୋଲି ଦେଇଥିବା ବେଳେ ଓଡ଼ିଶା ଲୋକେ ଶାନ୍ତିରେ ରହି ନାହାନ୍ତି । ଏପରିକି ବେଟି ବଚାଅ,ବେଟି ପଢ଼ାଅ ସ୍ଲୋଗାନ ଦେଉଥିବା ଡବଲ ଇଞ୍ଜିନ ସରକାରଙ୍କର ୮ମାସର ଶାସନ କାଳ ଲଜ୍ଜାରେ ଭରି ଯାଇଛି । ଗତ୮ମାସ ମଧ୍ୟରେ ୫୪ଟି ଗଣ ଦୁଷ୍କର୍ମ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପଦାରେ ପଇଛି । ଦଶମ ଶ୍ରେଣୀ ପରୀକ୍ଷାର୍ଥି ପ୍ରସବ ଦେବନାରେ ଛଟପଟ ହେଉଥିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ରୀ ମା ହେଉଛି ଯାହାକି ଓଡ଼ିଶାର ବିଜେପି ସରକାରର ଏକ କଳଙ୍କିତ ଅଧ୍ୟାୟ । ଏହାକୁ ପ୍ରତିବାଦ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଅଜୟ ଲୁଲୁଙ୍କ ଆହ୍ୱାନ କ୍ରମେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପିସିସି ସଭ୍ୟା ଅର୍ଚ୍ଚନା ନନ୍ଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ କଂଗ୍ରେସ ପ୍ରଭାରୀ ସନ୍ତୋଷ ସିଂ ଶାଲୁଜା ଏବଂ ଏଆଇସିସି ସଭ୍ୟ ନବଜ୍ୟୋତି ପଟ୍ଟନାୟକ ଯୋଗଦେଇ,ବର୍ତମାନର ବିଜେପି ସରକାର ସମୟରେ ନାରୀ ନିର୍ଯ୍ୟାତନା ଅଧିକମାତ୍ରାରେ ବୃଦ୍ଧି ପାଇଛି । ପ୍ରତିଦିନ ୭ରୁ ଅଧିକ ନାରୀଙ୍କୁ ଦୁଷ୍କର୍ମ ଓ ଅତ୍ୟାଚାର କରାଯାଉଛି । ରାଜ୍ୟରେ ନାରୀ ନିର୍ଯ୍ୟାତନା ଉପରେ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତର ଦେଇ କହିଛନ୍ତି ଯେ,୭ମାସରେ ୧୮ହଜାର ଏକ ଜଣ ନାରୀ ନିର୍ଯ୍ୟାତନାରେ ଶିକାର ହୋଇଛନ୍ତି । ସେଥିରେ ଏକ ହଜାରରୁ ଅଧିକ ମାମଲାରେ ତଦନ୍ତ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୧୭ହଜାର ପାଖାପାଖି ମାମଲା ଗୁଡିକରେ ତଦନ୍ତ ବର୍ତମାନ ପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ । ତେବେ ୪ମାସ ହେବ ଯେଉଁମାନେ ନାରୀ ନିର୍ଯ୍ୟାତନା କିମ୍ବା ଦୁଷ୍କର୍ମ ମାମଲାରେ ଥିବେ ପୁଲିସ ଚାର୍ଜସିଟ ନଦେବା ଫଳରେ ସେମାନେ ଖସିଯିବାର ସମ୍ଭାବନା ରହିଛି । ଏବଂ ଏହି ୬ମାସ ମଧ୍ୟରେ ଗଣ ଦୁର୍ଷ୍ମ ହେଉଛି ୫୨ ଏବଂ ଛୋଟ ଶିଶୁଙ୍କ ଦୁଷ୍କର୍ମ ୭୬୯ଟି ହୋଇଥିବା ବେଳେ ୫୦୯ ଦୁଷ୍କର୍ମ ହୋଇଛି । ତେବେ ମୋଟ ଉପରେ ୬ମାସ ମଧ୍ୟରେ ୧୩ଶହରୁ ଅଧିକ ଦୁଷ୍କର୍ମ ହୋଇଛି । ୨୦୦୦ରୁ ୨୦୦୪ମସିହା ମଧ୍ୟରେ ୩୬ହଜାର ମହିଳା ନିଖୋଜ ରହିଛନ୍ତି ଏବଂ ୮୪୦୦ଶିଶୁ ନିଖୋଜ ରହିଛନ୍ତି ଯାହାର କି କିଛି ଖୋଜ ଖବର ମଧ୍ୟ ନାହିଁ । ଏପରିକି ବାଲେଶ୍ୱରରେ ଦୁଷ୍କର୍ମ ଓ ହତ୍ୟା ମଧ୍ୟ ହୋଇଛି । ଏଣୁ ଆଗାମୀ ଦିନରେ ନାରୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉ । ନାରୀଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନ କରାଯାଉ ବୋଲି କଂଗ୍ରେସ କହିଛି । ପ୍ରଦେଶ କଂଗ୍ରେସ କମିଟିର ଗୋଟିଏ ଦାବି ଯାହାକି ନାରୀମାନେ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି । ଏନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,୨୪ବର୍ଷ ପରେ ଗୋଟିଏ ସରକାର ଆସିବା ଦ୍ୱାରା ଲୋକେ ଭାବିଥିଲେ ସୁଖଶାନ୍ତି ଫେରିବ । ହେଲେ ଡବଲ ଇଞ୍ଜନ ସରକାର ଦ୍ୱାରା ଡବଲ ନାରୀମାନଙ୍କୁ ଅତ୍ୟାଚାର କରାଯାଉଛି । ସେଥିପାଇଁ କଂଗ୍ରେସ ଚୁପ ହୋଇ ବସିବ ନାହିଁ ଏଇ ଡବଲ ଇଞ୍ଜିନ ସରକାରର ଡବଲ ନିର୍ଯ୍ୟାତନାକୁ ବନ୍ଦ କରିବା ପାଇଁ ପିସିସି ସଭାପତିଙ୍କ ଡାକରାରେ ଏହି ଘେରାଉ କାର୍ଯ୍ୟକ୍ରମ କରାଯାଇଛି ବୋଲି କହିଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାବବ ଦିଅନ୍ତୁ କିପରି ଭାବେ ଏହି ନାରୀ ନିର୍ଯ୍ୟାତନା ବନ୍ଦ ହେବ ବୋଲି କଂଗ୍ରେସ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଜିଲ୍ଲ ସଭାପତି ସଞ୍ଜୀବ ଗିରି,ବିଜନ ନାୟକ, ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚଣ୍ଡ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, କାଉନସିଲର ପଦ୍ମଲୋଚନ ଲେଙ୍କା,ସୁବ୍ରତ ଧଡା,ହିମାଂଶୁ ବେହେରା,ବାଲିଆପାଳ ବ୍ଲକ ଚେୟାରମେନ ରଞ୍ଜିତା ନାୟକ,ବାସନ୍ତୀ ସାମଲ, ଯୁବନେତା ସରୋଜ ଲେଙ୍କା,ଗୋପୀନାଥ ପାଢ଼ୀ,ଶ୍ରୀକାନ୍ତ ବୁଗୁଡାଇ,ମୀନାରାଣୀ ସୁର ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଏକ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବା ପରେ ସେଠାରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା ।