ଧାନର ପୋଷକତତ୍ୱ ଦକ୍ଷତା ବୃଦ୍ଧି ପାଇଁ ଶୁଷ୍କ ଯିବ ସୂତ୍ର ତାଲିମ ଶିବିର ଅନୁଷ୍ଠିତ

ଛତ୍ରପୁର -୧୧/୩/୨୫(ଅରୁଣ କୁମାର ପଣ୍ଡା )ଓଡିଶା ରେ କୃଷି ସମ୍ପ୍ରଦାୟ ପାଇଁ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ତରଫରୁ ଧାନ ର ପୋଷକ ତତ୍ୱ ଦକ୍ଷତା ବୃଦ୍ଧି ପାଇଁ ଏକ ତାଲିମ ଶିବିର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଲ୍ଲୀ ଅମା ଗ୍ରାମରେ ଇ ଚାଷୀ ପ୍ରକଳ୍ପ ଅଧୀନରେ ମୁଖ୍ୟ ଅନୁସନ୍ଧାନ କରି ଡ଼ଃ ଅମରେଶ କୁମାର ନାୟକ ଙ୍କ ତତ୍ଵା ବଧାନ ରେ ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ର କୃଷି ବୈଜ୍ଞନିକ ଡ଼ଃ ଉପେନ୍ଦ୍ର କୁମାର ଓ ଡ଼ଃ ପ୍ରକାଶ କୁମାର ଜେନା ଯୋଗ ଦେଇଥିଲ ରାଜ କୁମାର ବସ୍ତିଆ ଙ୍କ ସଭାପତିତ୍ୱ ରେ ଓ ପାଣି ପଂଚାୟତ ର ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଏଥିରେ ୧୫୦ଜଣ ଚାଷୀ ଭାଗ ନେଇ କୃଷି ଓ କୃଷକ ଙ୍କ ବିଷୟରେ ଆଲୋଚନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଚାଷୀ ନେତା ସୁଦର୍ଶନ ନାହାକ, ସୁରେଶ ଚନ୍ଦ୍ର ନାହାକ, ଦିବାକର ନାହାକ, ମହେଶ୍ୱର ନାହାକ, ଭଗବାନ ନାହାକ ପ୍ରମୁଖ ବହୁ ଚାଷୀ ନେତା ଉପସ୍ଥିତ ଥିଲେ