March 12, 2025

ଉମରକୋଟ ବ୍ଲକ ଭାମିନି ପଞ୍ଚାୟତ ଅନ୍ତର୍ଗତ ଟିସାଗୁଡା ଗ୍ରାମ ର ଫୁଲ କୁମାର ହରିଜନ ଏକ ମାରାତ୍ମକ ରୋଗରେ ପୀଡିତ…………..

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚରୀ) ବହୁତ ଦିନ ହେଲା ଦୁଃଖ ଯନ୍ତ୍ରଣାରେ ଛୋଟ ପଟ ହେଉଛନ୍ତି ଫୁଲ କୁମର । ଏକ ମାରାତ୍ମକ ରୋଗ ରେ ବାମ ଗୋଡ଼ର ପାଦ ରେ ଆକ୍ରାନ୍ତ ହୋଇଛି ଏହି ରୋଗ ପାଦର ଆଙ୍ଗୁଳି ଗୁଡ଼ିକ ପୋଚି ସୋଡି ନଷ୍ଟ ହେଲାଣି । ଦୀର୍ଘ ଚାରିବର୍ଷ ହେଲା ମଧୁମୟ ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ରୋଗ ଶଯ୍ୟାରେ ଏହି ରୋଗୀ । ଅର୍ଥର ଅଭାବ ହେତୁ ବାଧକ ସାଜିଛି ଏହି ରୋଗ । ବର୍ତମାନ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲ୍ ରେ ସେ ଚିକିତ୍ସିତ ହେଉଛନ୍ତି । ଏହି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଭାମିନି ପଞ୍ଚାୟତ ଅନ୍ତର୍ଗତ ଟିସା ଗୁଡ଼ା ଗ୍ରାମର ଶ୍ରୀ ଫୁଲ କୁମର ହରିଜନ,ପିତା ପିଲାଲାଲ୍ ହରିଜନ । ଛୋଟ ପରିବାର ମଧ୍ୟରେ ତାଙ୍କର ସ୍ତ୍ରୀ ସହ ଗୋଟିଏ ପୁଅ ଓ ଗୋଟିଏ

ଝିଅ । ବହୁତ ଦୁଃଖ,କଷ୍ଟରେ ଜୀବନ ବିତୁଛି ଏହି ପରିବାରର ଜୀବନ । ଭଗବାନ ଏହି ପରିବାର ପ୍ରତି ଦୟା କରନ୍ତୁ।

You may have missed