ଶାରଳା କ୍ଷେତ୍ର, ଜଗନ୍ନାଥ ମହୋତ୍ସବ -୨୦୨୫ ର ଶ୍ରୀକ୍ଷେତ୍ର ପାଲଟିଛି…

ତିର୍ତ୍ତୋଲ
ଦୀର୍ଘ ପାଞ୍ଚ ଦିନ ବ୍ୟାପି ସାରଳା ପୀଠ ରେ ପାଳିତ ହେଉଥିବା ଦ୍ୱାଦଶ ବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର, ସୋମବାର ଏକାଦଶୀ ଦିନ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ସାରଳା ସେବାୟତ ମାନଙ୍କ ତତ୍ୱାବଧାନ ରେ ,ମାର୍ଚ୍ଚ ୫ ତାରିଖ ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଉଦଘାଟିତ ହୋଇଥିବା ଏହି ଜଗନ୍ନାଥ ମହୋତ୍ସବ,୨୦୨୫ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଲୀଳାମୟ ମହାପ୍ରଭୂ ଜଗନ୍ନାଥଙ୍କ ୨୪ ବେଶ, ୫୬ ଭୋଗ ମଣ୍ଡପ, ଜଗନ୍ନାଥ ପୁସ୍ତକ ମେଳା, ବିଶ୍ଵଶାନ୍ତି ମହାଯଜ୍ଞ, ଜଗନ୍ନାଥ ଙ୍କ ଉପାସନା ପୂଜାବିଧି ପ୍ରଶିକ୍ଷଣ ଶିବିର ଓ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ପରିବେଷଣ ସହିତ ପ୍ରତ୍ୟେହ ସଂଧ୍ୟା ରେ, ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଦ୍ଵାରା, ସ୍କନ୍ଧ ପୁରାଣ ବର୍ଣ୍ଣିତ ମହାପ୍ରଭୂ ଙ୍କ ଲୀଳା ମାହାତ୍ମ୍ୟ ଉପରେ ଆଧାରିତ, ତାତ୍ତ୍ୟୁକ ଭାବପୂର୍ଣ୍ଣ ଧାରାବାହିକ ଦିବ୍ୟ ପ୍ରବଚନ ଆଦି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯକ୍ରମ, ବାଣୀ କ୍ଷେତ୍ର ଝଙ୍କଡ଼ କୁ ଶ୍ରୀକ୍ଷେତ୍ର ପୁରୀ ରେ ପରିଣତ କରିଥିଲା । ପଞ୍ଚମସନ୍ଧ୍ୟାର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓ ପ୍ରଥମ ଓଡ଼ିଆ କଥକ ନୃତ୍ୟଶିଳ୍ପୀ ଗୁରୁ ଚିତ୍ତରଞ୍ଜନ ସାହାଣୀ ଓ ସଂଯୁକ୍ତା ସାହୁ ଙ୍କ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ। ଉଦଯାପନ ର ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ପୁରୀ ଶ୍ରୀମନ୍ଦିରର ପଣ୍ତିତ ସୁଦର୍ଶନ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଅଲୌକିକ ମହାମହିମାଲୀଳା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କୁନିପ୍ରବଚକ୍ କେଶବ ଦିତିକୃଷ୍ନ, ପ୍ରାରମ୍ଭିକ ଆବାହନି ଭଜନ କରିଥିବା ବେଳେ , ରେଢୁଆ କ୍ରିୟା ଯୋଗ ଆଶ୍ରମ ର ପ୍ରତିଷ୍ଠାତା ସ୍ବାମୀ ଶ୍ରଦ୍ଧାନନ୍ଦ ଗିରୀ, ନିଜକୁ ସମର୍ପଣ କରିଦେଲେ ଭଗବତ କୃପା ଲାଭ ହୋଇଥାଏ ବୋଲି କହିଥିଲେ। ଟ୍ରଷ୍ଟର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ ନିମନ୍ତ୍ରିତ ଅତିଥି ମାନଙ୍କୁ ଓ ସମସ୍ତ ଭକ୍ତସମାଜ କୁ ସ୍ଵାଗତ କରିବା ପରେ, ମା ସାରଳା ଙ୍କ ନିତ୍ୟସେବକ୍ ସ୍ବର୍ଗତ ରାମଚନ୍ଦ୍ର ରାଉଳ ଙ୍କ ଚତୁଃ ଦଶାହ ଉପଲଖେ ୨ ମିନିଟ ନିରବପ୍ରାର୍ଥନା କରାଯାଇ, ସ୍ମୃତିଚାରଣ ରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ତିର୍ତ୍ତୋଲଥାନାର ଆଇ ଆଇ ସି ସୁବ୍ରତ କୁମାର ଦାସ, କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ ଙ୍କ ସମେତ କେତେକ ପୋଲିସ ଅଧିକାରୀ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ମଞ୍ଚ ଉପରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ କ୍ଷୀରୋଦ କୁମାର ରାଉଳ, କୋଷାଧ୍ୟକ୍ଷ ବିଶ୍ୱରଂଜନ ରାଉଳ , ହରେକୃଷ୍ ରାଉଳ, ତ୍ରିଲୋଚନ ରାଉଳ , ହରେକୃଷ୍ଣ ନାୟକ, ସତ୍ୟଭୂଷଣ ଦାସ, ବ୍ରଜ କିଶୋର ମଲ୍ଲିକ, ନୃସିଂହ ଚରଣ ରାଉଳ, ବିଜୟ କୁମାର ରାଉଳ, ରମେଶ ଚନ୍ଦ୍ର ରାଉଳ , ଅଜୟ କୁମାର ରାଉଳ, ନିଗମାନନ୍ଦ ନାୟକ, ନୃସିଂହ ଚରଣ ନାୟକ,ଯଶୋବନ୍ତ ରାଉତ,ଲକ୍ଷ୍ମୀଧର ମହାପାତ୍ର , ସୁଦାମ ଚରଣ ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ସାରଳା ମନ୍ଦିରର ସମସ୍ତ ସେବାୟତ , ସ୍ଥାନୀୟ ଅଞ୍ଚଳର ଅଧିବାସୀ, ଜିଲ୍ଲାପ୍ରଶାସନ ଓ ବହୁ ସାଧୁ ସନ୍ଥ ମହାତ୍ମା ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।
ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…।