March 11, 2026

ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଜନ ଶୁଣାଣୀ……..

sikh
Share

 

 

ନବରଙ୍ଗପୁର:-ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ଦ୍ୱାରା ଆଜି ନବରଙ୍ଗପୁର ସ୍ଥିତ ସଂଗ୍ରାମୀ ଲକ୍ଷ୍ମୀ ଚନ୍ଦ୍ର ଦାଶ ପ୍ରେସ୍ କ୍ଲବ ଠାରେ ଶିକ୍ଷା ବିଭାଗର ଦୁର୍ନିତି ସମ୍ପର୍କିତ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବ୍ୟାପକ ଦୁର୍ନିତି ସମ୍ପର୍କରେ ରାଜ୍ୟ କମିଟି ନିକଟରେ ଅଭିଯୋଗ ପହଞ୍ଚିଲା ପରେ ସଂଗଠନର ରାଜ୍ୟ ଆବାହକ ତଥା ବରିଷ୍ଠ ଆଇନଜୀବି ସୁବ୍ରତ କୁମାର ନନ୍ଦଙ୍କ ନିର୍ଦ୍ଦେଶରେ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇ ଆଜି ଅନେକ ଅଭିଯୋଗ ଗ୍ରହଣ କରାଯାଇଛି ।ଏହି କମିଟିରେ ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ପଣ୍ଡା,କୋରାପୁଟ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବି ଅଶୋକ ମିଶ୍ର,ବୋରିଗୁମ୍ମା ବ୍ଲକ୍ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବିଶଙ୍କର ମହାପାତ୍ର,ରାୟଗଡ଼ା ଜିଲ୍ଲା ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ପଟ୍ଟନାୟକ,ନବରଙ୍ଗପୁର ଜିଲ୍ଲା ଆବାହକ ଇଶ୍ଵର ରାଓ, ଜିଲ୍ଲା ସମ୍ପାଦକ ତଥା ଆଦିବାସୀ ନେତା ଅର୍ଜୁନ ଭତ୍ରା,ଗୁଡାରୀ ବ୍ଲକ୍ ସଂଯୋଜକ ଗୌରୀଶଙ୍କର ମିଶ୍ର ପ୍ରମୁଖ ଜନ ଶୁଣାଣିରେ ଉପସ୍ଥିତ ରହି ଅଭିଯୋଗ ଗ୍ରହଣ କରିଥିବା ଜଣା ପଡିଛି ।(ନବରଙ୍ଗପୁର ଜିଲ୍ଲା ରୁ ଏମ୍. ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)