ଶିକ୍ଷା ବିକାଶର ଚାବିକାଠି ଓ ଜୀବନର ମାନଦଣ୍ଡ ..

ବୋଲଗଡ,(ଉପାନ୍ତ ଖବର): ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଫାସୀଓଦା ଗ୍ରାମ ପଞ୍ଚାୟତ କାଉତରା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ସଭାପତିତ୍ୱରେ ଓ କାଉତରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ୧୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି ବାର୍ଷିକ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ,ମୁଖ୍ୟ ବକ୍ତାଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ବୋଲଗଡ ବ୍ଲକ ପ୍ରାକ୍ତନ ସମିତି ଅଧ୍ୟକ୍ଷ ବାନାମ୍ବର ମାଝୀ ବୋଲଗଡ ବ୍ଲକ ସମିତି ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ ,ଫାସଓଦା ଗ୍ରାମ ପାଞ୍ଚୟତର ସରପଞ୍ଚ ପୁଷ୍ପ ଲତା ଭଟ୍ଟ, ଜହ୍ନିପଦା ଗ୍ରାମ ପାଞ୍ଚୟତ ସରପଞ୍ଚଙ୍କ ପ୍ରତିନିଧି ଅରୁଣ କୁମାର ରାଉତରାୟ,ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀନିବାସ ଛୋଟରାୟ, ପଞ୍ଚ ସଖା ସେତୁ ସଭାପତି ଗଙ୍ଗାଧର ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଦାଧର ପରିଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁବଳ ଛୁଆଳ ସିଂହ,ଆଞ୍ଚଳିକ ସାଧନ ସଂଯୋଜକ ଜନାବ ମହମ୍ମଦ ମୁସ୍ତାକ ଅଲ୍ଲୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଜୟ କୁମାର ନାୟକ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ, ଧୂପ ଦୀପ ଦେଇ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l ଉତ୍ସବର ପ୍ରାରମ୍ଭରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l ବିଦ୍ୟାଳୟ ସହଶିକ୍ଷକ ଜନ୍ମେଜୟ ମାଝୀ ସ୍ଵାଗତ ଭାଷଣ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଶିକ୍ଷକ ତ୍ରିନାଥ ଜେନା ବାର୍ଷିକ ବିବରଣୀ ପଠନ କରିଥିଲେ l କୃତୀ ଛାତ୍ର ଛାତ୍ରୀମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପୁରସ୍କାର ସ୍ୱରୂପ ପ୍ରମାଣ ପତ୍ର ଟ୍ରଫି ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ନିତ୍ୟାନନ୍ଦ ଜେନା,ସୂର୍ଯ୍ୟକାନ୍ତ ନାୟକ, ରାମଦାସ ମୁର୍ମୁ, ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ, ରଶ୍ମିତା ମଣ୍ଡଳ, ଅଳକା ବେହେରା ମଧୁସ୍ମିତା ପ୍ରଧାନ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ଶିକ୍ଷା ବିକାଶର ଚାବିକାଠି ଓ ଜୀବନର ମାନଦଣ୍ଡ ହୋଇଥିବାରୁ ପ୍ରତ୍ୟେକ ଛାତ୍ର ଛାତ୍ରୀମାନେ ଶିକ୍ଷା ଅଧ୍ୟୟନ ସମୟରେ କଠିନ ପରିଶ୍ରମ କରିବାକୁ ମୁଖ୍ୟ ଅତିଥି ଡ଼କ୍ଟର ଅରୁଣ କୁମାର ସାହୁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ କରିବା ପାଇଁ ଶ୍ରୀ ସାହୁ ଅନୁରୋଧ କରିଥିଲେ l ପ୍ରତ୍ୟେକ ପିତା ମାତା ଘରେ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିବା ସମୟରେ କୌଣସି ଖରାପ କଥା ଓ ସମାଜ ଗ୍ରହଣ ଯୋଗ୍ୟ ହେଉନଥିବା କାର୍ଯ୍ୟମାନ କଲେ ଛାତ୍ର ଛାତ୍ରୀମାନେ ତାହା ଗ୍ରହଣ କରି ଖରାପ ବାଟକୁ ଗଲେ ଭବିଷ୍ୟତରେ ସେମାନେ ଭଲ ମଣିଷ ହୋଇପାରିବେ ନାହିଁ ବୋଲି ମୁଖ୍ୟ ବକ୍ତା ଶ୍ରୀ ସାହୁ ପରାମର୍ଶ ଦେଇଥିଲେ l ଯେଉଁ ସମୟରେ ଛାତ୍ର ଛାତ୍ରୀମାନେ ଘରେ ନଥିବେ ସେ ସମୟରେ କୌଣସି ଖରାପ କଥା କି କାର୍ଯ୍ୟ ଆଲୋଚନା କରିଲେ ପିଲାମାନେ ତାହା ଗ୍ରହଣ କରିପାରିବେ ନାହିଁ କି ଖରାପ ବାଟକୁ ଯିବେ ନାହିଁ ବୋଲି ମୁଖ୍ୟବକ୍ତା ଶ୍ରୀ ସାହୁ ମତ ବ୍ୟକ୍ତ କରିଥିଲେ l ବିଦ୍ୟାଳୟର ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ ଓ ନୃତ୍ୟ ଗୁରୁ କାର୍ତ୍ତିକ ସ୍ୱାଇଁଙ୍କ ନିର୍ଦେଶନାରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା l ପରିଶେଷରେ ଶିକ୍ଷକ ଗଣେଶ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ-ମାନସ ରଂଜନ କର।