February 22, 2025
Share

 

୧-ଆସିଲା ଦଶମ ଶ୍ରେଣୀ ଆଡମିଟ୍‌ କାର୍ଡ,ଛାତ୍ରଛାତ୍ରୀମାନେ www.bseodisha.ac.in ୱେବସାଇଟକୁ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ।

 

୨-ବ୍ରହ୍ମପୁର: ଗୋଟିଏ ପରିବାରକୁ ୩ଥର ଇନ୍ଦିରା ଆବାସ,ପିଇଓଙ୍କୁ ଦୁଇ ବର୍ଷ ଜେଲ ଓ ୧୫ ହଜାର ଜୋରିମାନା।

 

୩-ପରିବର୍ତ୍ତିତ ପାଣିପାଗ:ଘରେ ଘରେ ଥଣ୍ଡା,କାଶ,୫ ଜଣରେ ଜଣେ ସଂକ୍ରମିତ, ଶ୍ବାସନଳୀ ସଂକ୍ରମଣରୁ ହେଉଛି ସମସ୍ୟା।

 

୪-ବାରବାଟୀରେ ବିଜୁଳି ବିଭ୍ରାଟ, ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର।

 

୫-ଭୁବନେଶ୍ୱର: ରାତିରେ ଶୀତ;ଦିନରେ ହେଉଛି ଟାଣ ଖରା।ଜି ଉଦୟଗିରିରେ ସର୍ବ ନିମ୍ନ ତାପମାତ୍ରା ୯ ଡିଗ୍ରୀ।

 

୬-ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଇନ ଶୃଂଖଳା ବିଗୁଡିଛି, ଆଡ଼କାଠ ସାମ୍ନାରେ ସେବାୟତ -ଶ୍ରଦ୍ଧାଳୁ ପିଟାପିଟି।

 

୭-ଏଥର ବିଧାନସଭାରେ ଆସିବ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍।

 

୮-ଭୁବନେଶ୍ୱର:ଗାଡି ଚେକିଂ ଜୋରଦାର, ପ୍ରଥମ ଦିନରେ ୯୫ ହଜାର ଟଙ୍କା ଜୋରିମାନା ଦେଲେ ଅମାନିଆ।

 

୯-ଫୁଲବାଣୀ ଜଗନ୍ନାଥଙ୍କ ମନ୍ଦିରରୁ ପ୍ରାୟ ପନ୍ଦର ଲକ୍ଷରୁ ଊର୍ଦ୍ଧ୍ବ ଅଳଙ୍କାର ଓ ଟଙ୍କା ଚୋରି, ତଦନ୍ତ କରୁଛି ପୋଲିସ।

 

୧୦-ସ୍ଥିର ରହିଛି ଅଭିନେତା ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା, ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା।

 

୧୧-ବିଧାନସଭାରେ ଉଠିବ ବାରବାଟୀ ପାସ୍ ପ୍ରସଙ୍ଗ । ଶ୍ୱେତପତ୍ର ଜାରି କରିବାକୁ କଂଗ୍ରେସର ଦାବି । କଳାବଜାରୀ ହୋଇଥିବା ବିଜେଡିର ଅଭିଯୋଗ।

 

୧୨-ବୋଲଗଡ଼ ଗୋପବନ୍ଧୁ ଛକରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ଅନେକ ଆହତ, ୩ ଗୁରୁତର।

 

୧୩-ରାଜ୍ୟରେ ବଢିବ ପଞ୍ଚାୟତ ଓ ବ୍ଲକ ସଂଖ୍ୟା । ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା । ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ।

 

୧୪-ସୋର : କୃମି ଔଷଧ ଖାଇ ସ୍କୁଲର ୬ ଛାତ୍ରଛାତ୍ରୀ ଅସୁସ୍ଥ, କେଦାରପୁର ପଞ୍ଚାୟତ ଥାନେଶ୍ବର ସ୍ଥିତ ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

 

୧୫-କେନ୍ଦୁଝର:ତାତି ଆସୁ ଆସୁ ଜଳିଲା ପାଟଣା ରେଞ୍ଜ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲ।

 

୧୬-ଆଜି ରାଜଧାନୀରେ ହେବ ମହିଳା ଜନ ଶୁଣାଣୀ କାର୍ଯ୍ୟକ୍ରମ; ଉପସ୍ଥିତ ରହିବେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର।

 

୧୭-ଭୁବନେଶ୍ବର ଛାଡ଼ିଲେ ଭାରତ-ଇଂଲଣ୍ଡ ଟିମ୍‌; ୧୨ରେ ଅହମ୍ମଦାବାଦରେ ଖେଳିବେ ଶେଷ ମ୍ୟାଚ୍‌।

 

୧୮-ମହାକୁମ୍ଭରେ ଟ୍ରାଫିକ ଅସମ୍ଭାଳ,ପ୍ରୟାଗରାଜ ସଙ୍ଗମ ଷ୍ଟେସନ ୧୪ ଯାଏଁ ବନ୍ଦ।

 

୧୯-ପ୍ରଧାନମନ୍ତ୍ରୀଙ୍କ ପାଠଶାଳା । ପରୀକ୍ଷାର୍ଥୀଙ୍କୁ ମୋଦୀଙ୍କ ଟିପ୍ସ । ନିଜ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦେଲେ ପରାମର୍ଶ।

 

୨୦-କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦବୀରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି।

 

୨୧-ଲଗାତାର ଚତୁର୍ଥ ଦିନ ସେୟାର ବଜାରରେ ହ୍ରାସ ଜାରି, ୫୪୮ ପଏଣ୍ଟ ଖସିଲା ସେନସେକ୍ସ।

 

୨୨-ଯଦି ଜାରି ରୁହେ ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧ, ଦୀପାବଳିକୁ ଲକ୍ଷେ ଛୁଇଁବ ସୁନା ଦର।