February 22, 2025

ତିର୍ତ୍ତୋଲ ବିଧାୟକ ଙ୍କ ଯୋଜନାରେ ପାଣି ମଡ଼େଇଦେଲେ ମନ୍ତ୍ରୀ ମହାଶୟ l

Share

                  ତିର୍ତ୍ତୋଲ ବିଧାୟକ ଙ୍କ ଯୋଜନାରେ ପାଣି ମଡ଼େଇଦେଲେ ମନ୍ତ୍ରୀ ମହାଶୟ

ଆଦିକବି ଶାରଳାଦାସ ମହାବିଦ୍ୟାଳୟ ରେ ପାଳନ ହେଲା ବାର୍ଷିକ ଉତ୍ସବ l

 

ତିର୍ତ୍ତୋଲ

 

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଏବେ ହୀନ ରାଜନୈତିକ ପଶାପାଲିରେ ପରିଣତ ହୋଇଥିବା ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି l ରାଜନୀତିର ଛକାପଞ୍ଝାରେ ଶୁଦ୍ରମୁନି ସାରଳାଦାସଙ୍କ ଶ୍ରାଦ୍ଧ ଉତ୍ସବ କୁ ମଧ୍ୟ ବକରା ବନେଇବାକୁ ପଛେଇଲେ ନାହିଁ l ଦର୍ଶକବନ୍ଧୁ ଆମ ଚାନେଲରେ ପ୍ରଦର୍ଶିତ ହୋଇଥିଲା ଯେ କିପରି ତିର୍ତ୍ତୋଲ ବିଧାୟକ ଙ୍କ ଦବଙ୍ଗଗିରି ରେ ଆଦିକବି ସାରଳାଦାସ କଲେଜ ର ସାହିତ୍ୟ ଉତ୍ସବକୁ ଧମକ ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇ ଥିଲା l ବିଧାୟକ ଙ୍କ ସବୁ ଯୋଜନାକୁ ପଣ୍ଡ କରି ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l ଖବର ଅନୁସାରେ ବିଗତ ମାଘ ସପ୍ତମୀରେ ସ୍ଥଗିତ ରହିଥିବା ତିର୍ତ୍ତୋଲସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟ ର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ, ପୁରସ୍କାର ବିତରଣ ଓ ମୁଖପତ୍ର ଦ୍ୱା-ସୁପର୍ଣ୍ଣା ଉନ୍ମୋଚନ ଆଦି ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ଯୋଗଦାନରେ ଅନୁଷ୍ଠିତ ହୋଇଯାଇଛି l ତିର୍ତ୍ତୋଲ ବିଧାୟକ ଙ୍କ ଚାପରେ ବନ୍ଦ ହୋଇ ଯାଇଥିବା ଏହି ଉତ୍ସବ କୁ ନେଇ ଲାଗି ରହିଥିବା ଉତ୍ତେଜନା କୁ ପ୍ରଶମିତ କରାଇବା ପରେ, କଲେଜ ଅଧ୍ୟକ୍ଷା ମମତା ରାଉତ ଙ୍କ ସଭାପତିତ୍ୱରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା l ଅଶି ଦଶକରୁ ପ୍ରାରମ୍ଭ ହୋଇଥିବା

କଲେଜର ଏହି ସାରଳାଦାସଙ୍କ ଶ୍ରାଦ୍ଧ ଉତ୍ସବରେ ଛାତ୍ରଛାତ୍ରୀ ମାନେ ଓଡ଼ିଆ ଭାଷା ସାହିତ୍ୟରେ ନିଜନିଜର ପ୍ରତିଭାର ପରାକାଷ୍ଠା ପ୍ରତିପାଦନ କରି ଆସୁଛନ୍ତି l

ଏହି ପ୍ରତିଭାବାନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ କେତେକ ବଦାନ୍ୟମାନ ବ୍ୟକ୍ତି ମାନଙ୍କ ନାମରେ ବହୁ ସ୍ମାରକୀ ଛାତ୍ର ବୃତ୍ତି ମଧ୍ୟ ପ୍ରଦାନ କରା ଯାଉଅଛି l ଚଳିତ ବର୍ଷ ରାଜନୈତିକ ଅଭିସନ୍ଧି ରଖି ବନ୍ଦ ହେବାକୁ ବସିଥିବା ଉତ୍ସବ କୁ ସାକାର ରୂପ ଦେଇଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଥିଲା l ଆୟୋଜିତ ସଭାରେ ମାଟିର ମହାକବି ସାରଳାଦାସ ଙ୍କ ପାଇଁ ଓଡ଼ିଆଜାତିର ବିଶାଳ ଭାଷା ସାହିତ୍ୟ,ମହାନ ଐତିହ୍ୟ ଓ ମହାର୍ଘ୍ୟ ସଂସ୍କୃତି ପରମ୍ପରା ଆଜି ବିଶ୍ୱ ଦରବାର ରେ ପରିଚିତ, ପ୍ରତିଷ୍ଠିତ, ଓ ବିଶ୍ୱବନ୍ଦିତ ହୋଇପାରିଛି ବୋଲି ଏହି ସଭାରେ ମତ ପ୍ରକାଶ ପାଇଥିଲା l ସମ୍ମାନିତ ଅତିଥିଭାବେ ଓଡ଼ିଆ ସାହିତ୍ୟ ସମାଜ ର ଉପସଭାପତି ଡଃ. ସୁରଞ୍ଜନ ଲେଙ୍କା, ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ପ୍ରଫେସର ରଞ୍ଜନ କୁମାର ଦାସ, ପ୍ରଫେସର ଅରୁଣ କୁମାର ପଣ୍ଡା, ଅଧ୍ୟାପିକା ଅଲିପ୍ସା ଜେନା, ଅଧ୍ୟାପକ ଋତୁପଦ ମହାନ୍ତି, ଡଃ. ସୁମନ୍ତ କୁମାର ଭୋଇ,ପ୍ରମୁଖ ସାରଳା ସାହିତ୍ୟ ର ସାରଗର୍ଭକ ତତ୍ତ୍ୱ ଉପରେ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ସ୍ମାରକୀ ମାନପତ୍ର, ଅର୍ଥରାଶି, ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଦିତ କରାଯିବା ପରେ,

ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପକ ଦୀପକ କୁମାର ସିଂହ, ଅଧ୍ୟାପକ କିଶୋର କୁମାର ନାୟକ, ଆଶିଷ କୁମାର ମହାନ୍ତି, ବିଶ୍ୱଜିତ ନାଥ, ପ୍ରଶାନ୍ତ କୁମାର ସାହୁ, ଜ୍ଞାନରଞ୍ଜନ ପରିଜା, ଓ ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ Abstract ମିଳିଥିଲା l ପରିଶେଷରେ ଅଧ୍ୟାପିକା ସାଗରୀକା ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….।