ସ୍ଵାଗତ ଓ ସମ୍ବର୍ଦ୍ଧନା ସଭା
କୁନ୍ଦୁରା ତା 11. 2 କୁନ୍ଦୁରା ବ୍ଲକ ସଦର ମହକୁମା ସ୍ଥିତ ସାଗର ଗୁଡା ଶିକ୍ଷକ ଭବନ ସଭା ଗୃହ ଠାରେ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସ୍ଵାଗତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଥିଲା l ପ୍ରାଥମିକ ଶିକ୍ଷକ ସଂଘ ବ୍ଲକ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂତନ ଗୋଷ୍ଠୀ ଶିକ୍ଷା ତିଳୋତ୍ତମା ଗରଡ଼ା, ସମ୍ମାନିତ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀମାଞ୍ଚଳ ମିଶ୍ର ଯୋଗଦେଇ ଥିଲେ I ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଶିକ୍ଷକ ସାମାଜ ନିଜ ନିଜ କର୍ମ କ୍ଷେତ୍ରରେ ସିଧାସଳଖ ଗାଁ ଲୋକେଙ୍କ ସହ ଯୋଡ଼ିହୋଇ ଶିକ୍ଷାର ବିକାଶ ସାଙ୍ଗକୁ ସାମାଜିକ, ଆର୍ଥିକ, ରାଜନୈତିକ ଭଳି ସମସ୍ତ ବିକାଶ କାର୍ଯ୍ୟରେ ସାମିଲ ହୋଇ ଆଲୋକ ଦେଖାଇବାକୁ ପଡ଼ିବ l ଶିକ୍ଷକ କେବଳ ଛାତ୍ର ଛାତ୍ରୀଙ୍କ ଶିକ୍ଷକ ନୁହଁନ୍ତି ସମଗ୍ର ସମାଜର ଶିକ୍ଷକ l ଯାହା ଦ୍ୱାରା କି ଛାତ୍ରଛାତ୍ରୀ, ଅଭିଭାବକ ଓ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ରହିବ ବୋଲି କହିଥିଲେ l ମୁଖ୍ୟ ଅତିଥି ଶ୍ରୀମତୀ ଗରଡ଼l ଶିକ୍ଷାର ବିକାଶ ନିମନ୍ତେ ଥିବା ସରକାରୀ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଗଲେ ପ୍ରାଥମିକ ଶିକ୍ଷାର ବହୁ ଉନ୍ନତି ଘଟି ପାରିବ l ପାଠ ପଢ଼ା ସାଙ୍ଗକୁ ଅନ୍ୟ କିଛି ନଥିପତ୍ର କିମ୍ବା ତଥ୍ଯ ଭିତିକ କାର୍ଯ୍ୟ ମଧ୍ଯ ରହୁଛି ଯାହାକି କୁନ୍ଦୁରା ବ୍ଲକ ଅତିତରେ ପଛରେ ରହିବାର ନଜିର ରହିଛି ତେଣୁ ଆଗାମୀ ଦିନରେ ସେ ସବୁ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ଅନୁସାରେ କରିବା ଅନୁରୋଧ କରିବା ସହ ଶିକ୍ଷକ ସାମାଜର ପ୍ରତିଟି ସମସ୍ୟା ଓ ସରକାରୀ କାର୍ଯ୍ୟ ପାଇଁ ପୂର୍ଣ୍ଣ ସହଯୋଗ ରହିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ କୁନ୍ଦୁରା ଅରବିନ୍ଦ ଶିକ୍ଷା ନିକେତନ ର ପ୍ରଧାନ ଶିକ୍ଷକ ତଥା ଜୟପୁର ବାଳିକା ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅରବିନ୍ଦ ମହାପାତ୍ର, କାଉଡିଆଗୁଡା ssd ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲାଲବାହାଦୁର ମଲିକ୍, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ K କ୍ରିଷ୍ଣା ମୋହନ ରାଓ, ପ୍ରମୁଖ ମଞ୍ଚାସୀନ ଥିଲେ l ପ୍ରଥମେ ପୂର୍ବତନ beo ଶ୍ରୀ ମିଶ୍ରଙ୍କୁ ଉପଢୌକନ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ମାନପତ୍ର, ନୂତନ beo ଶ୍ରୀମତୀ ଗରଡା, ଏବଂ ସମସ୍ତ ଅତିଥିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ଓ ସମ୍ବର୍ଦ୍ଧନା କରାଗଲା l ଶିକ୍ଷକ ଅଶୋକ ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ crcc ବିନାୟକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକର 300 ରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବହୁ ଶୃଙ୍ଖଳିତ ଓ ସୁରୁଖୁରୁ ଭାବେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ ଓ ସହଯୋଗ କରିଥିଲେ l
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା