November 23, 2024

ଗୁଣି ସନ୍ଦେହରେ ଯୁବକଙ୍କୁ ଗୁଳି ମାଡ

Share

 

ଗୁଣି ଗାରେଡି ସନ୍ଦେହରେ ଯୁବକକୁ ଗୁଳି ମାଡ କରି ମରଣାନ୍ତକ ଆକ୍ରମଣ l ଏଭଳି ଘଟଣା ଘଟିଛି ଅଡବା ଥାନା ଅନ୍ତର୍ଗତ ଦାମଦୁଆ ପଂଚାୟତ ନିକଟସ୍ଥ ଘୁଡlପଙ୍କା ଗ୍ରାମରେ l ସୂଚନା ପ୍ରକାରେ କପିଳେନ୍ଦ୍ର ମଳିକ ନାମକ ଯୁବକଙ୍କୁ ଦୁଇଜଣ ଯୁବକ ତାଙ୍କରି ଗାଁ ନିକଟରେ ଛକି ବସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । କପିଳେନ୍ଦ୍ର ନିଜ ମାମୁ ଘର ଗାଁ ବୁଡ଼ୀହୁରୁ ଗାଁ କୁ ଯାଇ ଫେରିବା ବାଟରେ ନିଜ ଗ୍ରାମ ଘୁଡାପଙ୍କା ନିକଟରେ କପିଳେନ୍ଦ୍ର ଙ୍କୁ ହୋଇଥିଲା ମରଣାନତ୍ମକ ଆକ୍ରମଣ l ଜଣେ ଯୁବକ ଠେଙ୍ଗାରେ ଆକ୍ରମଣ କରିବା ବେଳେ ଅନ୍ୟ ଜଣେ ଆକ୍ରମଣକାରି ଏକ ବୁଦା ଭିତରୁ କପିଳେନ୍ଦ୍ର କୁ ଗୁଳି କରିଥିଲେ, କପିଳେନ୍ଦ୍ର ଙ୍କୁ ପିଚାରେ ଗୁଳି ବାଜିବାରୁ କପିଳେନ୍ଦ୍ର ଚିତ୍କାର କରିଥିଲେ l ଯାହାରୀ ଫଳରେ ଆକ୍ରମଣକାରି ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ଘଟନା ସମ୍ବନ୍ଧରେ ସୂଚନା ପାଇ ଘଟଣା ସ୍ଥଳରେ ଅଡବା ପୋଲିସ ପହଂଚି କପିଳେନ୍ଦ୍ର ଙ୍କ ଗାଡିକୁ ପୋଲିସ ନେବା ସହିତ ଅଧିକା ତଦନ୍ତ ଜାରି ରଖିଛି l