ପୁରୀରେ ତାଳଚେର କୋଇଲାଖଣି କର୍ମଚାରୀଙ୍କ ଚାରୋଟି ଶ୍ରମ ଅଇନି କୁ ନେଇ ଦୁଇଦିନିଆ ଆଲୋଚନା ଚକ୍ର ଅନୁଷ୍ଠିତ

ପୁରୀ ଲକ୍ଷ୍ମୀ ସିନେମାହଲ ନିକଟସ୍ଥ କୁଳମଣି ଭବନ ସଭାଗୃହ ପରିସରରେ ତାଳଚେର କୋଇଲାଖଣି କର୍ମଚାରୀ ସଂଘ ପକ୍ଷରୁ ଶ୍ରୀଜଗନ୍ନାଥଧାମ ପୁରୀଠାରେ ” ଚାରୋଟି ନୂତନ ଶ୍ରମ ସଂହିତା ଏବଂ କୋଇଲା ଶ୍ରମିକ ଉପରେ ଏହାର ପ୍ରଭାବ ” ବିଷୟ ଉପରେ ଏକ ଦୁଇଦିନିଆ କର୍ମଶାଳା / ଅଭିମୁଖୀକରଣ ପାଠ୍ୟକ୍ରମ ର ଆଲୋଚନା କରାଯାଇଛି l ରାଜ୍ୟ AITUC ର ରାଜ୍ୟ ମହାସଚିବ ବିଜୟ ଜେନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣକରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଏହାପରେ ବିଭିନ୍ନ ପ୍ରକଳ୍ପ ଏବଂ ୟୁନିଟର ମହାନଦୀ କୋଲଫିଲଡ଼ସ ଲିମିଟେଡ଼ କର୍ମଚାରୀ ସଂଘର ନେତାମାନେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜନିଜର ମତପ୍ରକାଶ କରିଥିଲେ l ଆଜିର କାର୍ଯ୍ୟକ୍ରମ ସଫଳତା ର ସହିତ ସମ୍ପାଦନ ହୋଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ତାଳଚେର କୋଇଲାଖଣି କର୍ମଚାରୀ ସଂଘର ମହାସଚିବ ଏସ କେ ଶର୍ମା l ଏହି କାର୍ଯ୍ୟକ୍ରମ ରେ TEMEU ର ସଭାନେତ୍ରୀ ସିମା ମଣ୍ଡଳ, AITUC ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, TCMEU ର ସମ୍ପାଦକ ବୃନ୍ଦାବନ ଲେଙ୍କାଙ୍କ ସହିତ ବିଭିନ୍ନ ଅନୁଷ୍ଠାନ ଶ୍ରମିକ ସଂଗଠନ ର ନେତୃତ୍ୱ ନେଉଥିବା ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଅଂଶଗ୍ରହଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
