March 10, 2026

କୋଟପାଡ଼ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ସ୍କୁଲ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ସପ୍ତମ ଶ୍ରେଣୀ ଛାତ୍ର ମୃତ. ଜନ ସାଧାରଣ ରେ ଅସନ୍ତୋଷ 

IMG-20251210-WA0171
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଢ଼ାମଣାହାଣ୍ଡି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଧାଳୟ ରେ ସପ୍ତମ ଶ୍ରେଣୀ ଛାତ୍ର ଶ୍ରୀରାମ ଭୂମିଆ (12)ଙ୍କ ସ୍କୁଲ କତୃପକ୍ଷ ଙ୍କ ଚିକିତ୍ସା ରେ ଅବହେଳା ଯୋଗୁଁ ମୃତ୍ୟୁ ଘଟି ଥିବା ଜଣା ଯାଇଛି. ସୂଚନା ଅନୁ ଯାଇ ଘୁମର ପଞ୍ଚାୟତ ଗୁଚିୟା ଗୁଡା ଗ୍ରାମର ଶ୍ରୀରାମ ଭୂମିଆ ନଭେମ୍ବର ମାସ ଚବିଶ ତାରିଖ ଦିନ ଜର ହୋଇଥିଲା ସ୍କୁଲ କତ୍ରୁ ପକ୍ଷ ତାଙ୍କ ମା ପଦମା ଭୂମିଆ ଙ୍କୁ ପଚିଶ ତାରିଖ ଦିନ ଖବର ଦେଇ ପିଲାକୁ ଘରକୁ ପଠେଇ ଦେଇ ଚୁପ ହୋଇ ଯାଇଥିଲେ. ପରେ ତାଙ୍କ ମା ସହ ପରିବାର ଲୋକ ପ୍ରଥମେ ଜୟପୁର ପରେ କୋରାପୁଟ ଡାକ୍ତର ଖାନା କୁ ନେଇ ଚିକିତ୍ସା କଲେ କିନ୍ତୁ ସ୍କୁଲ ପକ୍ଷ ରୁ କେହି ଯାଇ ନ ଥିଲେ.ଚିକିତ୍ସା ଅବସ୍ଥା ରେ ଭୂମିଆଙ୍କ ମୃତ୍ୟୁ ହୋଇଥିବାର ଜଣା ଯାଇଛି.ଏ ନେଇ ପ୍ରିନସିପାଲ ନିରଞ୍ଜନ ନିରାଲା ଙ୍କୁ ଯୋଗାଯୋଗ କରିବାରୁ ସ୍କୁଲ ର ନର୍ସ ଚିକିତ୍ସା କଲେ ପରେ ତାଙ୍କ ଅବିଭାବକ ଙ୍କୁ ଖବର ଦେଇ ପଠେଇଲୁ ବୋଲି ବୋଲି ଗଣ ମାଧ୍ୟମ କୁ ସୂଚନା ଦେଇ ଥିବାର ଜଣା ଯାଇଛି. ଏହି ସ୍କୁଲ ର ପ୍ରିନସିପାଲ ଙ୍କ ନାମ ରେ ଦୀର୍ଘ ଦିନ ହେବ ବହୁ ଅଭିଯୋଗ ହୋଇ ଆସୁ ଥିଲେ ମଧ୍ୟ ପ୍ରଶାସନ ପକ୍ଷ ରୁ କୌଣସି କାର୍ଯାନୁଷ୍ଠାନ ହେଉ ନ ଥିବାରୁ ଜନ ସାଧାରଣ ରେ ଅସନ୍ତୋଷ ଦିନ କୁ ଦିନ ବଢିବାରେ ଲାଗିଛି. ଏହି ଘଟଣା ପରେ ଆଦିବାସୀ ଭତରା ବିକାଶ ପରିଷଦ କର୍ମ କର୍ତ୍ତା ଙ୍କ ସହ ସମାଜ ସେବି ରଞ୍ଜିତ କୁମାର ପଟ୍ଟନାୟକ ଏବଂ କେ ରାଜ ଶେଖର ରାଓ ଭୂମିଆଙ୍କ ଘରେ ପହଞ୍ଚି ତାଙ୍କ ମା ଏବଂ ପରିବାର ଵର୍ଗ ଙ୍କୁ ସାକ୍ଷାତ କରି ଶୋକ ସନ୍ତପ୍ତ ପରିବାର ଙ୍କୁ ସମ ବେଦନା ଜଣାଇ ଫେରି ଥିବାର ଜଣା ଯାଇଛି. ଏ ନେଇ ତାଙ୍କ ମା ପଦମା ଭୂମିଆ ଙ୍କୁ ଯୋଗାଯୋଗ କରିବାରୁ ପୁଅ କୁ ଜର ହୋଇଥିଲା ବୋଲି ଖବର ଦେଲେ. ଉତ୍ତମ ଚିକିତ୍ସା କଲେ ନାହିଁ. କାଲି ଅର୍ଥାତ ମଙ୍ଗଳ ବାର ଆମକୁ ଖବର ଦେଇ ମାତ୍ର ପାଞ୍ଚ ହଜାର ଟଙ୍କା ଦେଇ ଥିଲେ ସ୍କୁଲ କତ୍ରୁପକ୍ଷ ବୋଲି ସୂଚନା ଦେଇଥିବାର ଜଣା ଯାଇଛି । କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର