March 10, 2026

ସମାଜସେବୀ ତଥା ତିର୍ତୋଲ ପଞ୍ଚାୟତ ସମିତି ର ପୂର୍ବତନ ଅଧକ୍ଷ,ନରହରି ସ୍ୱାଇଁ ଅସୁସ୍ଥ….

IMG-20251210-WA0167
Share

 

 

ତିର୍ତୋଲ ରୁ ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )।

 

ତିର୍ତୋଲ ବ୍ଲକ ଅଧୀନ, ସାମନ୍ତରାପୁର ଗ୍ରାମପଂଚାୟତ କୂଳସାମନ୍ତରାପୁର ଗ୍ରାମର ବରିଷ୍ଠ ସମାଜସେବୀ ନରହରି ସ୍ୱାଇଁ ଅସୁସ୍ଥ | ବୟସାଧିକ କାରଣରୁ ସେ ବର୍ତ୍ତମାନ ଶଯ୍ୟାଶାୟୀ | ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନିଶାମଣି ଖୁଣ୍ଟିଆଙ୍କର ସେ ଅନ୍ୟତମ ସହଯୋଗୀ ଥିଲେ | ୧୯୭୦ମସିହାରେ କଂଗ୍ରେସଦଳରେ ଯୋଗଦେଇ, ଓଡିଶା ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ନରି ସ୍ୱାଇଁ | ୧୯୮୦ ମସିହାରେ ନିଜର ମାଉସୀପୁଅ ଭାଇ ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କୁ ବିଧାୟକ ଭାବରେ ବିଜୟଲାଭ କରାଇଥିଲେ | ୧୯୮୫1 ରୁ ୧୯୯୦ ପର୍ଯ୍ୟନ୍ତ ସେ ତିର୍ତୋଲ ପଞ୍ଚାୟତ ସମିତି ର ଅଧକ୍ଷ ଭାବେ ନିର୍ବାଚିତ ହୋଇ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ | ସେ ଜଣେ ସଚୋଟ କଂଗ୍ରେସ କର୍ମୀ ଥିଲେ | ତାଙ୍କର ଆଶୁ ଆରୋଗ୍ୟ କାମନା କରି ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ, କୈଳାଶ ବେହେରା, ଭାଗବତ ପ୍ରସାଦ,ଗୌରାଙ୍ଗ ଚରଣ ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ମାନସ ସୁତାର, ନୃସିଂହ ମଲ୍ଲିକ, ବେଣୁଧର ନାୟକ, ପ୍ରଶାନ୍ତ ରାଉତ, ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧକ୍ଷ ଗଗନ ବିହାରୀ ସାହୁ, ଜ୍ୟୋତି ରଞ୍ଜନ ପରିଡା, ତପନ କୁମାର ରାଉତରାୟ, ଉପକୂଳ ଓଡିଶା ବିକାଶ ପରିଷଦ କର୍ମକର୍ତ୍ତା ଡକ୍ଟର ଧୃତିଧର ଦାସ, ବିକ୍ରମ ମହାନ୍ତି, ଡକ୍ଟର ଅରୁଣ ପାଣି, ସରୋଜ ନାୟକ ପ୍ରମୁଖ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ନିବେଦନ କରିଛନ୍ତି |