ସଫଳତାର ରୂପ ରେଖ ନେଇପାରିଲାନି ବାର୍ଷିକ ଉତ୍ସବ
ଓଡ଼ିଶା ସାମ୍ବାଦିକ ସଂଗଠନ ତାର ସଷ୍ଟତମ ବାର୍ଷିକ ଉତ୍ସବ ଜଗତସିଂହପୁର ଜିଲ୍ଲା ର R&B ର IB ରେ ଖୁବ୍ ଧୁମ୍ ଧାମରେ ପାଳନ କରିବା ପାଇଁ ଆସା ବାନ୍ଧିଥିବା ବେଳେ ସବୁ ବିଫଳତାର ଗନ୍ଧ ବାଜିଥିଲା.ରାଜ୍ୟର ସଭାପତି ସମ୍ପାଦକ ଙ୍କ ଅନୁପସ୍ଥିତିରେ କାର୍ଯ୍ୟକ୍ରମ ଚାଲିଥିଲା ଚେୟାର ଖାଲି ପଡିଥିବାର ଦେଖିବାକୁ ମିଳିଥିଲା,ନିଜକୁ ସର୍ବେସର୍ବା ଭାବୁଥିବା ଜଗତସିଂହପୁର ଜିଲ୍ଲା ଶାଖାର ସଭାପତି ଅନରଗଳ ଭାଷଣ ବାଜି ମାରୁଥିଲେ ହେଲେ ଶୁଣିବାକୁ କେହି ନଥିଲେ,ନିମନ୍ତ୍ରିତ ଅତିଥି ତଥା ସମାଜ ସେବୀ ସାମ୍ବାଦିକ କାହାର ଦେଖା ଦର୍ଶନନଥିଲା ,ଜଗତସିଂହପୁର ଶାଖାର ସଭାପତି ନିଜେ ନିଜେ ସଭାକାର୍ଯ୍ୟ ଅତି ଦୟନୀୟ ଅବସ୍ଥାରେ ପରିଚାଳନା କରୁଥଲେ,ଓଡ଼ିଶା ସାମ୍ବାଦିକ ସଂଗଠନ ସଫଳତାର ସ୍ଵାଦ ଚାଖିପାରିନଥିଲା,କର୍ମୀ ମାନଙ୍କ ମଧ୍ୟରେ ଆସୋନ୍ତୋଷ ମନୋଭାବ ଦେଖା ଦେଇଥିଲା,ସଭାପତି ନିଜକୁ ମହାରାଜା ଭାବୁଥିବା ବେଳେ ତାଙ୍କର କୁତ୍ସିତ ଚିନ୍ତା ଧାରାକୁ ନେଇ କୌଣସି ନେତା ମନ୍ତ୍ରୀ ଆସିନଥିଲେ,କର୍ମୀ ମାନଙ୍କର ବି କୌଣସି ସହଯୋଗ ମିଳିନଥିଲା.ଯାହା ଫଳରେ ଓଜାର ବାର୍ଷିକ ଉତ୍ସବ ଫିକା ପଡିଯାଇଥିଲା,ରିପୋର୍ଟ ଶାରଦା ପ୍ରସନ୍ନ ପରିଜା,
