December 12, 2024

ନେଟଙ୍ଗା ସବୁଜ ବାହିନୀ ର ନିଆରା ପଦକ୍ଷେପ: “ରବିବାର ଟାଇମ୍ ପାସ୍ କାର୍ଯ୍ୟକ୍ରମ” ରେ ପରିବେଶ ସୁରକ୍ଷା ଅଭିଯାନ 

Share

 

 

/ ବେଲଗୁଣ୍ଠା, 10,12,2024,ଡିସେମ୍ବର ପ୍ରଦୂଷିତ ପରିବେଶ ଯୋଗୁଁ ଆଜି ସାରା ବିଶ୍ବରେ ସୃଷ୍ଟି ହୋଇଛି ଏକ ଅପ୍ରିତିକର ହାହାକାର ମୟ ପରିସ୍ଥିତି। ଅସ୍ତବ୍ୟସ୍ତ ହୋଇପଡିଛି ସାରା ଜୀବଜଗତ। ଧୂଆଁ, ଧୂଳି ଓ ପ୍ରଦୂଷିତ ବାୟୁ ଗ୍ରହଣ କରି ଅଣନିଃଶ୍ବାସୀ ହୋଇପଡିଛି ସଂପୂର୍ଣ୍ଣ ଜୀବଜଗତ। ପ୍ରଚଣ୍ଡ ରୌଦ୍ରତାପ, ଅକାଳ ଚଡକ ତଥା ଅନୀୟମିତ ବୃଷ୍ଟିପାତ, ବଜ୍ରପାତ, ବାତ୍ୟା, ଭୂମିକମ୍ପ ଓ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟର ତାଡ଼ନାରେ ଜର୍ଜରିତ ଏ ଧରଣୀ ମାତା। ଜୈବ ବିବିଧତା ଓ ପରିବେଶ ସନ୍ତୁଳନତା ହ୍ରାସ ପାଇବା ଫଳରେ ପ୍ରକୃତି ମାତା ଆଜି ଭାରସାମ୍ୟ ହରାଇଛି। ତେଣୁ ଆଜି ଦାଉ ସାଧୁଛି ଦଇବ। ମାନବିକତା ଓ ସାମାଜିକ ମୂଲ୍ୟବୋଧ ହରାଇ ବସିଛି ଏ ମାନବ ସମାଜ। ମଣିଷ ର କୁକର୍ମ ଓ ଅପକର୍ମ ର ପରିଣତି ଭୋଗ କରୁଛନ୍ତି ସାରା ବିଶ୍ଵର ପଶୁପକ୍ଷୀ, ଜୀବଜନ୍ତୁ ତଥା ମାନବ ସମାଜ। ଏଥିପାଇଁ ବ୍ୟାପକ ସଚେତନତା, ପ୍ରକୃତି ସଂରକ୍ଷଣ ପାଇଁ ପଦକ୍ଷେପ ଓ ପରିବେଶ ସୁରକ୍ଷା ଅଭିଯାନ ତଥା ବୃକ୍ଷ ଚାରା ରୋପଣ ଭଳି ଆନ୍ଦୋଳନର ଆବଶ୍ୟକତା ରହିଛି।

ଏହି ସବୁ ସମସ୍ୟାର ମୁକାବିଲା କରିବା ପାଇଁ ତଥା ଏଥିରୁ ରକ୍ଷାପାଇବା ପାଇଁ ଅଣ୍ଟା ଭିଡିଛନ୍ତି ଏବଂ ପାଦ କାଢିଛନ୍ତି ନେଟଙ୍ଗା ଗ୍ରାମର ସବୁଜ ସଂଗ୍ରାମୀ ମାନେ। ଏହାକୁ ଦୃଷ୍ଟିରେ ରଖି ଏକ ଜୈବବିଭିନ୍ନତା ପୂର୍ଣ ତଥା ସନ୍ତୁଳିତ ଜୈବମଣ୍ଡଳ ଏବଂ ଏକ ସ୍ଵଚ୍ଛ, ସବୁଜ ଓ ସୁନ୍ଦର ପ୍ରାକୃତିକ ପରିବେଶ ଗଠନର ଲକ୍ଷ ନେଇ ଆଜି ଉପଲକ୍ଷେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ନେଟଙ୍ଗା ସବୁଜ ବାହିନୀ। ‘ରବିବାର ଟାଇମ୍ ପାସ୍’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ପ୍ରକୃତିକୁ ଭଲପାଉଥିବା ଏହି ସବୁଜ ପ୍ରେମୀ ମାନେ। ଆଜି ସକାଳ ୭ ଘଣ୍ଟା ସମୟ ରେ ନେଟଙ୍ଗା ସବୁଜ ବାହିନୀ ର ସଭ୍ୟମାନେ, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ପରିବେଶ ସୁରକ୍ଷା ଅଭିଯାନ ଜରିଆରେ ଗ୍ରାମ ରାସ୍ତା କଡ଼ ଓ ପୋଖରୀ ହୁଡ଼ାରେ ପଡ଼ିଥିବା ପଲିଥିନ୍, ପ୍ଲାଷ୍ଟିକ, ଅଳିଆ ଆଦି ସଫା କରିବା ସହିତ ଲଗାଯାଇଥିବା ସମସ୍ତ ଗଛରେ ପାଣି ଦେଇଥିଲେ। ରାସ୍ତା ପାର୍ଶ୍ବରେ ମଳତ୍ୟାଗ ନକରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହିତ ନିବେଦନ କରିଥିଲେ।

ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଦୁଇଥର ପ୍ରକୃତି ବନ୍ଧୁ ପୁରସ୍କାର ଏବଂ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସମ୍ମାନୀତ ହୋଇଥିବା ବିଜ୍ଞାନ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପ୍ରେରଣା ଓ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁଶାନ୍ତ କୁମାର ଲେଙ୍କା, ଅଭିମନ୍ୟୁ ପଣ୍ଡା, ଲୋକନାଥ ତ୍ରିପାଠୀ, ରଞ୍ଜିତ ପାତ୍ର ଓ ମାଧବ ନାୟକ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ ରମା ବଲ୍ଲଭ ସ୍ୱାଇଁ, ରାଜେନ୍ଦ୍ର ଲେଙ୍କା, ପ୍ରଫୁଲ୍ଲ ନାୟକ, ବସନ୍ତ ନାୟକ, ବାଲ୍ୟ ନାୟକ, ସାଲୁ ନାୟକ, କାର୍ତ୍ତିକ ନାୟକ, ସଂଗ୍ରାମ ଲେଙ୍କା, ବୁଲୁ ଲେଙ୍କା, ନିତ୍ୟାନନ୍ଦ ଲେଙ୍କା, ଭୁଲା ପ୍ରଧାନ, ଅନନ୍ତ ପାତ୍ର, ଗୁରୁନାଥ ଜେନା, ବାବୁଲା ଜେନା, ଅମୂଲ୍ୟ ଲେଙ୍କା, ଆଦିକନ୍ଦ ଲେଙ୍କା, ଅଭିରାମ ସ୍ୱାଇଁ, ଦଣ୍ଡପାଣି ଲେଙ୍କା, ଦୀନବନ୍ଧୁ ପରିଡ଼ା, ନକୁଳ ପରିଡ଼ା, ନବ ପାତ୍ର, ଗିରିଧାରୀ ଲେଙ୍କା ଓ ଜୁରିଆ ମଳିକ। ନେଟଙ୍ଗା ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରି ପରିବେଶ ପାଇଁ

ଶପଥଗ୍ରହଣ କରିଥିଲେ। ଉପସ୍ଥିତ ନେସବୁଜ ବାହିନୀ ର ସମସ୍ତ ସଦସ୍ୟ, ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀ ପ୍ରତ୍ୟେକେ ରବିବାର ଦିନ ଗାଁ ପାଇଁ ଦିନଟିଏ ସମୟ ଦେବାପାଇଁ ସମ୍ମତି ପ୍ରକାଶ କରିଥିଲେ।

ପ୍ରକାଶ ଥାଉକି, ନେଟଙ୍ଗା ସବୁଜ ବାହିନୀ ବର୍ଷର ପ୍ରତ୍ୟେକ ପର୍ବପର୍ବାଣୀ, ଜାତୀୟ ଦିବସ, ଜାତୀୟ ଉତ୍ସବ ଏବଂ ଉତ୍ସାହୀ ଓ ଆଗ୍ରହୀ ବ୍ୟକ୍ତିଙ୍କ ପରିବାରଜନଙ୍କ ଜନ୍ମୋତ୍ସବ, ଶ୍ରାଦ୍ଧ ଦିବସ, ଶ୍ରାଦ୍ଧବାର୍ଷିକୀ, ବିବାହ ଉତ୍ସବ, ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ତଥା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ବୃକ୍ଷ ଚାରା ରୋପଣ ଓ ପରିବେଶ ସୁରକ୍ଷା କାର୍ଯ୍ୟ ପାଇଁ ଉତ୍ସାହିତ କରିଥାନ୍ତି ଓ ବୃକ୍ଷ ଚାରା ଯୋଗାଇ ସହଯୋଗର ହାତ ବଢ଼ାଇ ଥାନ୍ତି। ଏହି ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ନେଟଙ୍ଗା ସବୁଜ ବାହିନୀ ପ୍ରାୟ ଏକ ହଜାର ବୃକ୍ଷ ଚାରା ରୋପଣ ଓ ବଣ୍ଟନ କରିଛନ୍ତି। ନେଟଙ୍ଗା ସବୁଜ ବାହିନୀର ଏହିପରି ନିଆରା ପଦକ୍ଷେପ ତଥା ଅନନ୍ୟ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକାରର ବିକାଶମୂଳକ କାର୍ଯ୍ୟକ୍ରମକୁ ଜନସାଧାରଣ ସ୍ଵାଗତ ଓ ପ୍ରଶଂସା କରିବା ସହ ସହଯୋଗ କରୁଛନ୍ତି। ନେଟଙ୍ଗା ସବୁଜ ବାହିନୀ ନିଜସ୍ବ ଉଦ୍ୟମ ଓ ଅନୁଦାନରେ ଏହି କାର୍ଯ୍ୟକ୍ରମ ସଂପାଦନ କରୁଥିଲା ବେଳେ ବିଦେଶରେ ରହୁଥିବା ନେଟଙ୍ଗା ଗ୍ରାମର ଉତ୍ସାହୀ ଓ ଆଗ୍ରହୀ ସହୃଦୟ ବ୍ୟକ୍ତିବିଶେଷ ଏବଂ ନେଟଙ୍ଗା ଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତି, ବୁଦ୍ଧିଜୀବୀ, ଅବସରପ୍ରାପ୍ତ ସରକାରୀ ବାକର୍ମଚାରୀ ତଥା ଗ୍ରାମବାସୀ ସହାୟତାର ହାତ ବଢ଼ାଇ ଆର୍ଥିକ ଅନୁଦାନ ଦେଇ ସାହାଯ୍ୟ କରୁଛନ୍ତି।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ