ଉପାନ୍ତ ଖବରରେ ଖବର ପ୍ରସାରଣ ପରେ ପ୍ରଭାବ—–
ଉପାନ୍ତ ଖବରରେ ଖବର ପ୍ରସାରଣ ପରେ ପ୍ରଭାବ—–
ମାସେ ୯ ଦିନ ପରେ ଖୋଲିଲା ଅଙ୍ଗନୱାଡି କେନ୍ଦ୍ର, ଶେଷରେ ଗାଁର ଝିଅର ହେଲା ବିଜୟ
(ଉମରକୋଟ ରୁ ଏମ୍ ଦିନ°ଶୁ ଆଚାରୀ ଙ୍କ ରିପୋର୍ଟ)
ଉମରକୋଟ – ଗାଁ ର ଝିଅ ଚାକିରି ପାଇଲେ ବାହା ହେଇ ଅନ୍ୟ ଗାଁ କୁ ପଳାଇବ , ଗାଁ ର ବୋହୁ କୁ ଚାକିରି ଦେଲେ ଗାଁ ରେ ହିଁ ରହିବ ବୋଲି ଜିଦ୍ ଧରି ଦୀର୍ଘ ୧ ମାସ ୮ ଦିନ ଧରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ସୀ ଗ୍ରାମ ପଞ୍ଚାୟତର ନୂଆ ପାରାରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଗ୍ରାମବାସି ପକାଇଥିବା ତାଲା ଶେଷରେ ଆଜି ଖୋଲିଲା। ଆଜି କୁନି ପିଲା ମାନେ ନିଜ କକ୍ଷରେ ପାଠ ପଢିବା ସୁଯୋଗ ପାଇଛନ୍ତି । ଅକ୍ଟୋବର ମାସରେ ଏହି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ଅବସର ଗ୍ରହଣ କରିବା ପରେ ଉମରକୋଟ ଶିଶୁ ବିଭାଗ ପକ୍ଷରୁ ଏଠାରେ ନୂତନ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ଵାନ କର ଯାଇଥିଲା। ତେବେ ମୋଟ ୮ ଜଣ ଆବେଦନ କରି ଥିଲେ। ତେବେ ଗ୍ରାମର ଝିଅ ଅଗନ୍ତି ବାଇ ଗଣ୍ଡ ସମସ୍ତଙ୍କ ଠାରୁ ଅଧିକ ମାର୍କ ଥିବାରୁ ନିଯୁକ୍ତି ମିଳିଥିଲା। ତେବେ ଏହାକୁ ଗ୍ରାମର କିଛି ଲୋକ ଏହାକୁ ବିରୋଧ କରି ଗ୍ରାମର ବୋହୁକୁ ଦେବା ପାଇଁ ଜିଦ ଧରିଥିଲେ । ଗ୍ରାମବାସିଙ୍କ ଯୁକ୍ତି ହେଲା ଝିଅକୁ ଚାକିରି ଦେଲେ ସେ ବିବାହ ହେଇ ଅନ୍ୟ ଗ୍ରାମକୁ ପଳାଇଯିବ। ତେଣୁ ଗ୍ରାମର ବୋହୁକୁ ଦେଲେ ସେ ଏଠାରେ ସବୁ ଦିନ ପାଈଁ ରହିବ ବୋଲି ଦାବି କରି କେନ୍ଦ୍ରରେ ତାଲା ଠୁଙ୍କି ଦେଲେ। ଫଳରେ ଆଜିକୁ ମାସେ ୮ ଦିନ ହେଲା ବାହାରେ ଥିବା ଗଛ ମୁଳେ ପିଲା ପାଠ ପଢି ଆସୁଥିଲେ। ତେବେ ଏହି ସମ୍ପର୍କରେ ଏକ ବିସ୍ତୃତ ଖବର ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଉମରକୋଟ ସି ଡି ପି ଓ ଙ୍କ ନିଦ ଭାଙ୍ଗିଛି। ଏତେ ବଡ ସମ୍ବେଦନ ଖବରକୁ ବିଭାଗ କିପରି ହାଲକା ଭାବେ ଗ୍ରହଣ କଲା ଏହାକୁ ନବରଙ୍ଗପୁର ଜିଲ୍ଲାପାଳ ତଦନ୍ତ କରିବା ପାଇଁ ଦାବି ହେଉଛି। ଆଜି ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ପାଇବା ପରେ ଆଜି ଉମରକୋଟ ତହସିଲଦାର ପୁରୁଷୋତ୍ତମ ବେନିୟା ,ସିଡିପିଓ ସଂଯୁକ୍ତା ବେହେରା,ପରିଦର୍ଶିକା ସରିତା ଜେନା , ସରପଞ୍ଚ ରତିରାମ ଗଣ୍ଡ , ଜୁନା ପାଣି ୱାର୍ଡ ମେମ୍ବର ଶୋଭା ରାମ ଗଣ୍ଡ ,କୁର୍ସି ୱାର୍ଡ ମେମ୍ବର ଭରତ ଗଣ୍ଡ, ଜୁମେରା ସାନ୍ତା ଓ ପୋଲିସ ପ୍ରଶାସନର ଉପସ୍ଥିତିରେ ଅଙ୍ଗନବାଡି କେନ୍ଦ୍ରର ତାଲା ଖୋଲା ଯାଇଥିଲା। ଶେଷରେ ଗ୍ରାମର ଝିଅର ହିଁ ବିଜୟ ହେଲା ବୋଲି ଚର୍ଚ୍ଚା ହେଉଛି।