September 21, 2024

ହଂସୁଆ ନଦୀର ଖନନ ଓ ଜଳ ନିଷ୍କାସନ ପାଇଁ କଂଗ୍ରେସ ର ର ଜଳସମ୍ପଦ ଅଫିସ ଘେରାଉ !

Share

ହଂସୁଆ ନଦୀର ଖନନ ଓ ଜଳ ନିଷ୍କାସନ ପାଇଁ କଂଗ୍ରେସ ର ର ଜଳସମ୍ପଦ ଅଫିସ ଘେରାଉ !
+++++++++++++++++++++++
ଜଗତସିଂହପୁର –: ଜଗତସିଂହପୁର ର ହଂସୁଆ ନଦୀ ଉଭୟ ପାର୍ଶ୍ୱରେ ହେକ୍ଟର ହେକ୍ଟର ଚାଷ ଜମି ଥିବା ବେଳେ, ନଦୀର ଗର୍ଭ ପୋତିହେଇ ପଡିବାରୁ ସଠିକ ଭାବେ ଜଳ ପ୍ରବାହିତ, ନିଷ୍କାସିତ, ଓ ସଫେଇ ଆଦି କାର୍ଯ୍ୟ ହୋଇ ପାରୁନି ! ଯାହା ଫଳରେ ଚାଷ ଉପରେ ଏହାର କୁପ୍ରଭାବ ପଡୁଛି ! ଏହାରି ସୁପରିଚାଳନା ଓ ଯତ୍ନ ର ଅବହେଳା ହେଉଥିବା ବିରୁଦ୍ଧରେ,ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ଇଂ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ନେତୃତ୍ବ,ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସଙ୍କ ସଭାପତିତ୍ୱ ଓ ଉପ-ସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ସଂଯୋଜନାରେ ହଂସୁଆ ନଦୀର ଶଯ୍ଯା ଖନନ, ବନ୍ଧ ସୁଦୃଢ଼ୀକରଣ , ନିୟମିତ ବ୍ଯବଧାନରେ ସଫେଇ, ଜଳ ନିଷ୍କାସନ ଓ ଧୋଇ ଯାଇଥିବା ଫସଲ ନିମନ୍ତେ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ ସମେତ ୫ଦଫା ଦାବିକୁ ନେଇ ଚର୍ଚ୍ଚିକା ବଜାର ସ୍ଥିତ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରେରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନଟବର ବାରିକ, ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ଉପ-ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ମହାନ୍ତି ଓ ଶ୍ରୀଯୁକ୍ତ ଧନଞ୍ଜୟ ସୂତାର , ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସଫି ଆଜମ, ପୂର୍ବତନ ଯୁବ କଂଗ୍ରେସ ସଭାପତି ବେଦଦ୍ୟୁତି ପୃଷ୍ଟିଙ୍କ ସମେତ ୨୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଯୋଗଦାନ କରି ଘେରାଉ କାର୍ଯ୍ୟକୁ ସଫଳ କରାଇଥିଲେ | ଜଳନିଷ୍କାସନ ଓ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆନ୍ଦୋଳନ ସ୍ଥଳକୁ ଆସି ଉପରୋକ୍ତ ସମସ୍ୟା ଗୁଡିକର ଆଶୁ ସମାଧାନ ନିମନ୍ତେ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଲା ପରେ ଘେରାଉ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ! ଦେଖିବାର ଅଛି ବିଭାଗୀୟ ଅଧିକାରୀ କାର୍ଯ୍ୟକାରୀ କରୁଛନ୍ତି କେବେ???

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !