September 21, 2024

ସକାଳର ଖବର, ୧୦-ଡିସେମ୍ବର-୨୦୨୩, ରବିବାର

Share

*╭─────────────────────╮*
*🌄ସକାଳର ଖବର, ୧୦-ଡିସେମ୍ବର-୨୦୨୩, ରବିବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ପ୍ରଥମ ‘ଓଡ଼ିଶା କନକର୍ସ ଡି’ ଏଲିଗାନ୍ସ’ ର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ୨ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ସମଗ୍ର ଭାରତରୁ ୫୦ରୁ ଅଧିକ ଭିଣ୍ଟେଜ୍‌ କାର୍‌କୁ ପ୍ରଦର୍ଶିତ କରାଯାଇଛି।

➡️୨-ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବ ଅନୁଷ୍ଠିତ। ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଚିହ୍ନଟ ହେଲା ମହାଯଜ୍ଞ ସ୍ଥଳ l

➡️୩-ଆମ ଓଡ଼ିଶା ନବୀନ ଓଡ଼ିଶାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ଜିଲ୍ଲା ନିମନ୍ତେ ୧୯ ସଂଯୋଜକଙ୍କୁ କଲେ ନିଯୁକ୍ତି l ଏମାନେ ନିଜ ନିଜ ଅଞ୍ଚଳରେ ଡିଜିଟାଲ ଭିତ୍ତିଭୂମିର ଉନ୍ନତୀକରଣ, ରାଜ୍ୟର ଜଗନ୍ନାଥ ସଂସ୍କୃତି ଓ ସମୃଦ୍ଧ ଓଡ଼ିଆ ସଂସ୍କୃତିର ବିକାଶ କରିବା ଦିଗରେ କାର୍ଯ୍ୟ କରିବେ ।

➡️୪-ଆଗାମୀ ୨ରୁ ୩ ଦିନ ମଧ୍ୟରେ ୨ରୁ ୪ ଡ଼ିଗ୍ରୀ ତଳକୁ ଖସିବ ପାରଦ, ଅନୁଭୂତ ହେବ ସ୍ଵାଭାବିକ ଶୀତ l

➡️୫-ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ପ୍ରଥମ ଦୃଶ୍ୟ । ଗର୍ଭଗୃହରେ ଦୁଇଟି ଫଟୋ ପୋଷ୍ଟ କରି କାର୍ଯ୍ୟକ୍ରମର ସୂଚନା ଦେଲା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ l ଜାନୁଆରୀ ୨୨ରେ ହେବ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ l

➡️୬-ଅଣ୍ଡା ଉଦ୍ୟୋଗରେ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗୀରର ‘ଓଭୋ ଫାର୍ମ’ ହେଲା ଦେଶରେ ପ୍ରଥମ l ବିଦେଶକୁ ରପ୍ତାନି ହେଉଛି ବଲାଙ୍ଗୀରରୁ ଉତ୍ପାଦିତ ଅଣ୍ଡା l

➡️୭-୫ କୋଟି ଟଙ୍କା ହରିଲୁଟ୍‌ l ଦୁର୍ନୀତି, ଅନିୟମିତତା, ଅବ୍ୟବସ୍ଥାରେ ବୁଡ଼ିଗଲା ଏଥରର ବାଲିଯାତ୍ରା ରାଜ୍ୟ ଉତ୍ସବ l

➡️୮-ବୌଦ୍ଧ ଓ କଂଟାମାଳ ପରେ ଏବେ ହରଭଙ୍ଗା ବ୍ଲକ ଅଂଚଳରେ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ କୁଟିଗାଡୁ ଓ ଆଡିପଦର ଜଙ୍ଗଲ ଜମିରୁ ୧୦ ଏକର ପରିମାଣର ଗଞେଇ ଗଛ କରାଗଲା ନଷ୍ଟ l

➡️୯-ଫେବ୍ରୁଆରି ୧୬ରୁ ୧୮ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜନ ହେବ ଇଲିଅସ୍‌ ଫ୍ୟାସନ୍‌ ସୋ l ମୁଖ୍ୟତଃ ରାଜ୍ୟର ଆଦିବାସୀ ଏବଂ ବୁଣାକାରମାନଙ୍କ ସାମଗ୍ରୀକୁ ବିଶ୍ବ ଦରବାରରେ ପରିଚିତ ଓ ବିକ୍ରିବଟା କରାଇ ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ କରିବା ଲାଗି ଏହା କରାଯିବ।

➡️୧୦-ଚହଳ ପକାଇଲା ବଲିଉଡ ହାର୍ଟଥ୍ରୋବ ହ୍ରିତକ ରୋଶନଙ୍କ ଫିଲ୍ମ ଫାଇଟରର ପ୍ରଥମ ଟିଜର । ନଜର ଆସିଲା ଦମଦାର ଚରିତ୍ରରେ ହ୍ରିତିକ, ଦୀପିକା ଓ ଅନୀଲଙ୍କ ଅଭିନୟ l ଜାନୁଆରୀ ୨୬ରେ ରିଲିଜ ହେବ ଫିଲ୍ମ ଫାଇଟର ।

➡️୧୧-ଚିଲିକାରେ ୧୪ ବିଦେଶୀ ପକ୍ଷୀ ଶିକାର, ସ୍କୁଟି ଓ ମୋବାଇଲ ଜବତ, ଜଣେ ଶିକାରୀ ଗିରଫ l

➡️୧୨-ବିଏସପିରୁ ବିଦାହେଲେ ସାଂସଦ ଦାନୀଶ ଅଲ୍ଲୀ । ଦଳ ବିରୋଧୀ କାର୍ଯ୍ୟପାଇଁ ନିଲମ୍ବନ କଲେ ମାୟାବତୀ l

➡️୧୩-୬୯ ମାସରେ ଭାରତ ପାଇଁ ବିପଦ ହୋଇଥିବା ୩୬,୮୩୮ URL ବ୍ଲକ କଲା IT ମନ୍ତ୍ରଣାଳୟ l ଏନେଇ ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଦେଲେ ସୂଚନା l

➡️୧୪-ଆସନ୍ତାକାଲି ଭାରତ ଉପରେ ହେବ ସାଇବର ଆକ୍ରମଣ, ମିଳିଲା ଧମକ l ପୂର୍ବରୁ ଆମେରିକା, ଇସ୍ରାଏଲ ଏବଂ ସ୍ବିଡେନ ଭଳି ଦେଶ ଉପରେ ସାଇବର ଆକ୍ରମଣ କରିଥିବା ପାକିସ୍ତାନୀ ଓ ଇଣ୍ଡୋନେସିଆ ହ୍ୟାକର୍ସଙ୍କ ଏକ ଗୋଷ୍ଠୀ ଭାରତ ଉପରେ ବି ଏପରି ବଡ଼ଧରଣର ଆକ୍ରମଣ କରିବାକୁ ଦେଇଛନ୍ତି ଧମକ l

➡️୧୫-ଇସ୍ଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନଆଇଏ)ର ଟିମ୍‌ ଗତକାଲି ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢ଼ାଉ କରି ୧୫ ଜଣଙ୍କୁ କଲେ ଗିରଫ l

➡️୧୬-ଆଜି ରାଜସ୍ଥାନ ଓ ଛତିଶଗଡରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବିଧାୟକ ଦଳ ନେତା ନିର୍ବାଚନ କରାଯିବ।

➡️୧୭-ଅସ୍ତ୍ରବିରତି ଶେଷ ପରେ ପୁଣି ଅଶାନ୍ତ ଗାଜା, ଇସ୍ରାଏଲର ଘନଘନ ରକେଟ୍‌ ମାଡ଼, ଦୁଇ ଦିନରେ ୭୦୦ ଲୋକଙ୍କ ହେଲାଣି ମୃତ୍ୟୁ l ସେପଟେ ଗାଜା ହସ୍ପିଟାଲରେ ସଢ଼ୁଛି ନବଜାତ ଶିଶୁଙ୍କ ଶବ l ଯାହା ଖୁବ୍‌ ଦୃଦୟ ବିଦାରକ।

➡️୧୮-ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନୁଷ୍ଠିତ ହେବ ପ୍ରଥମ T20 ମ୍ୟାଚ , ସନ୍ଧ୍ୟା ୭- ୩୦ରୁ ଷ୍ଟାର୍ ସ୍ପୋର୍ଟସରେ ହେବ ପ୍ରସାରିତ l

➡️୧୯-ଇତିହାସ ରଚିଲେ କାଶ୍ୱୀ ଗୌତମ l ୨୦ ବର୍ଷୀୟ କାଶ୍ୱୀଙ୍କୁ ଗୁଜରାଟ ଜାଏଣ୍ଟସ ୨ କୋଟି ଟଙ୍କା ଦେଇ କିଣିଛି। କାଶ୍ୱୀ ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ ଗୁଜରାଟ ପାଇଁ WPL ଖେଳିବେ।

➡️୨୦-ଘୋଷଣା ହେଲା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ତାରିଖ l ଡିସେମ୍ବର ୨୧ ତାରିଖ ଦିନ ନିର୍ବାଚନ କରାଯାଇ ସେହିଦିନ ଫଳାଫଳ ଘୋଷିତ ହେବ।

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029Va55L4h1t90flMIEIw26 ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ବିଶ୍ୱ ମାନବ ଅଧିକାର ଦିବସ ll*
*🔅ଆଜି ଅଭିନେତା ଶ୍ରୀ ଅଶୋକ କୁମାର ସ୍ମୃତି ଦିବସ ll*
*🔅ଆଜିଠାରୁ ବାୟୁ ସୁରକ୍ଷା ଦିବସ ll*
*🔅ଆଜି ଜାତୀୟ ଲେଜର ଦିବସ ll*
*🔅ଆଜି ନୋବେଲ ପୁରସ୍କାର ଦିବସ ll
*🔅ଆଜି ବିଶ୍ୱବ୍ୟାପୀ ମହମବତୀ ଆଲୋକ ଦିବସ ll*
*🔅ଆଜି ପାଲେଷ୍ଟାଇନ ଆନ୍ଦୋଳନ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ପଶୁ ଅଧିକାର ଦିବସ ll*

*📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର NEWS ଗ୍ରୁପରେ ଅଂଶଗ୍ରହଣ କରିବାକୁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*