July 6, 2024

ସକାଳର ଖବର, ୧୦-ନଭେମ୍ବର-୨୦୨୩, ଶୁକ୍ରବାର*

Share

*╭──────────────────╮*
*🌄ସକାଳର ଖବର, ୧୦-ନଭେମ୍ବର-୨୦୨୩, ଶୁକ୍ରବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ମାଣ୍ଡିଆ ଚାଷ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାୟଗଡା ଜିଲାକୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ଆସନ୍ତା ୨୭ ତାରିଖରେ ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ l

➡️୩-ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ଖାତାକୁ ଆସିବ ୧୫ ତମ କିସ୍ତି l ସାରା ଦେଶରେ ୮ କୋଟି ଚାଷୀ ଏହି ଯୋଜନାର ଲାଭ ପାଇବେ।

➡️୪-ଆଜିଠାରୁ ହେବ ଟୁ ପ୍ଲସ୍ ଟୁ ଭାରତ-ଆମେରିକା ମନ୍ତ୍ରୀ ସ୍ତରୀୟ ବୈଠକ: ଆଲୋଚନା ପାଇଁ ଦେଶରେ ପହଁଚିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ଅଷ୍ଟିନ୍ l ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ବୈଠକରେ ଆଲୋଚନା କରିବେ ଦୁଇ ଦେଶର ମନ୍ତ୍ରୀ ।

➡️୫-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଯୁକ୍ତି ପ୍ରଦାନ ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ି ୱାଇ ଚନ୍ଦ୍ରଚୂଡ଼ ୩ ଜଣ ନୂଆ ବିଚାରପତିଙ୍କୁ କରାଇଲେ ଶପଥ ପାଠ l

➡️୬-ଡିସେମ୍ବର ୪ ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ l ଏହା ଡିସେମ୍ବର ୨୨ ପର୍ୟ୍ୟନ୍ତ ଚାଲିବ l ଅଧିବେଶନରେ ଏହି ୧୯ ଦିନରେ ୧୫ଟି ବୈଠକ ହେବ l

➡️୭-ଆସନ୍ତା ୧୩ରୁ ୧୭ ଯାଏ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଏୟାର ଶୋରେ ଶକ୍ତି ପ୍ରଦର୍ଶନ କରିବ ଯୁଦ୍ଧ ବିମାନ ତେଜସ୍‌‌ ଓ ଧ୍ରୁବ ହେଲିକପ୍ଟର l

➡️୮-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀର ହେଲା ମୃତ୍ୟୁ, ୫ ଦିନରୁ ଥିଲା ଅସୁସ୍ଥ l

➡️୯-ବିବାଦ ଭିତରେ ବିହାର ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ଷ୍ଟ୍ରୋକ୍: ବିଧାନସଭାରେ ପାରିତ ହେଲା ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧିତ ବିଲ l

➡️୧୦-ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ଉପରେ ପ୍ରତିବନ୍ଧକ ଲଗାଇଲା ଓମାନ, କତାର l ଫିଲ୍ମଟି ଦୀପାବଳି ଅର୍ଥାତ୍‌ ଆସନ୍ତା ନଭେମ୍ବର ୧୨ରେ ପ୍ରେକ୍ଷାଳୟକୁ ଆସିବ ।

➡️୧୧-ଭାରତରେ ୨୦୨୬ ସୁଦ୍ଧା ଆରମ୍ଭ ହୋଇପାରେ E-Air Taxis ସର୍ଭିସ୍,୯୦ କି.ମି ଯାତ୍ରାକୁ ଲାଗିବ ୭ ମିନିଟ୍‌ l

➡️୧୨-ଅରୁଣାଚଳ ପ୍ରଦେଶରେ ମୃଦୁ ଭୂମିକମ୍ପ। ଭୂକମ୍ପ, ରିକ୍ଟର ସ୍କେଲରରେ ଏହାର ତୀବ୍ରତା ରହିଛି ୩.୧।

➡️୧୩-ଗ୍ଲୋବାଲ ମାକ୍ରୋ​ ଆଉଟଲୁକ୍‌ ରିପୋର୍ଟ ଜାରି କଲା ମୁଡିଜ୍​‌, ଚଳିତ ଆର୍ଥକ ବର୍ଷ ପାଇଁ ୬.୬%ରେ ବଜାୟ ରହିଲା ଅଭିବୃଦ୍ଧି ହାର l

➡️୧୪-ଗାଜାରେ ୩ ଦିନ ଯୁଦ୍ଧ ବନ୍ଦ କରିବାକୁ ବାଇଡେନ୍‌ଙ୍କ ଆହ୍ୱାନ, ସେପଟେ ଦୈନିକ ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ଇସ୍ରାଏଲ ରାଜି l

➡️୧୫-ଭାରତରେ ପହଞ୍ଚିଲେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ୍, ୨+୨ ମନ୍ତ୍ରିସ୍ତରୀୟ ବାର୍ତ୍ତାରେ ହେବେ ସାମିଲ୍ l

➡️୧୬-କରାଚି ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ ସରକାର l ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତର ଗୁଜୁରାଟ ରାଜ୍ୟରୁ ଥିବା ଜଣାପଡିଛି ।

➡️୧୭-କତାର କୋର୍ଟ ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ଶୁଣାଇଲେ ଫାଶୀଦଣ୍ଡାଦେଶ l ତେବେ କତାରର ଏହି ଦଣ୍ଡାଦେଶ ବିରୋଧରେ ଅପିଲ କଲେ ଭାରତ ସରକାର ।

➡️୧୮-ବିଶ୍ୱକପ୍ କ୍ରିକେଟରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଗତକାଲି ଖେଳା ଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟ୍‌ରେ ଶ୍ରୀଲଙ୍କାକୁ କଲା ପରାସ୍ତ l

➡️୧୯-୨୦୨୪ ଆଇପିଏଲ୍ ଖେଳିବେ ଋଷବ ପନ୍ତ, ନେବେ ଦଳର ନେତୃତ୍ୱ, ଏକ୍ସରେ ପୋଷ୍ଟ କରି ସୂଚନା ଦେଲେ ସୌରଭ ଗାଙ୍ଗୁଲି l

➡️୨୦-ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ସଫଳ ଅଧିନାୟିକା ମେଗ୍‌ ଲାନିଂ ଗତକାଲି ଅନ୍ତର୍ଜାତୀୟ କ୍ରିକେଟରୁ ନିଜକୁ ଅବସର କଲେ ଘୋଷଣା l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଭଗବାନ ଧ୍ଵନନ୍ତରୀ ଜୟନ୍ତୀ ll*
*🔅ଆଜି ଭାରତ ପରିବହନ ଦିବସ ll*
*🔅ଆଜି ଶାନ୍ତି ଏବଂ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଆକାଉଣ୍ଟିଂ ଦିବସ ll*
*🔅ଆଜି ବିଶ୍ୱ ପ୍ରତିରକ୍ଷା ଦିବସ ll*
*🔅ଆଜି କ୍ଷେତ୍ର କୋଡ୍ ଦିବସ ll*
*🔅ଆଜି ଜାତୀୟ ଭାନିଲା କପ୍ କେକ୍ ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*

You may have missed