ବାଲେଶ୍ୱର ପୌରପାଳିକାର ୩୧ନଂ ୱାର୍ଡରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ ଅନୁଷ୍ଠିତ ..
ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୩୧ନଂ ୱାର୍ଡର ଅରଡବଜାର ଠାରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଳାପୋଲ ବୈତୁଲ ନୁର ମସଜିଦ ଗଳିରେ ଏହି ନୂତନ ରାସ୍ତା ନିର୍ମାଣ ହେବ । ପୌରାଧ୍ୟକ୍ଷା ସବିତା ସାହୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ମୋଟ ୧୪ଲକ୍ଷ ଟଙ୍କା ଖର୍ଚ୍ଚ ଅଟଳରେ ନିର୍ମିତ ହେବାକୁ ଥିବା ପାତ୍ର ବାବୁଙ୍କ ଘର ଠାରୁ ମୁନୀର ଖାଁଙ୍କ ଘର ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ନାଳ ନିର୍ମାଣକୁ ପ୍ରାଥମିକତା ଦିଆଯାଇଥିବା ସେ କହିଥିଲେ । ଏହା ସହିତ ସମ୍ପୂର୍ଣ୍ଣ ରାସ୍ତା ଫେଭର ବ୍ଲକ ଦ୍ୱାରା ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ । ପୌରପାଳିକାର ପ୍ରତ୍ୟେକ ୱାର୍ଡରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାସ୍ତା ଓ ନାଳ ନିର୍ମାଣ କରାଯାଉଥିବା ବେଳେ ଆଗାମୀ ଦିନରେ ଏହି ପ୍ରକିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ଶ୍ରୀମତୀ ସାହୁ କହିଥିଲେ । ୩୧ନଂ ୱାର୍ଡ କାଉନସିଲର ରଞ୍ଜିତା ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକଙ୍କ ଦାବି ଅନୁସାରେ ପୌର ପରିଷଦରେ ପ୍ରଦତ ପ୍ରସ୍ତାବକୁ ଗ୍ରହଣ କରାଯାଇଥିବାରୁ ପୌରାଧ୍ୟକ୍ଷାଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଅର୍ବାନ କୋଅପରେଟିଭ ବ୍ୟାଙ୍କ ସଭାପତି ସୂର୍ଯ୍ୟନାରାୟଣ କର, ଯୁବ ସଂଗଠକ ଭାଗବତ ସାହୁ, ବୈତୁଲ ନୁର ମସଜିଦ କମିଟିର ସଭାପତି ରଶିଦ ଖାଁ, ହମିର ଅଲ୍ଲୀ ଖାଁ, ଶେଖ ସରାଦୁଲ, ସମସୁଦ୍ଦିନ ଖାଁ ପ୍ରମୁଖଙ୍କ ସମେତ ସ୍ଥାନୀୟ ଅଂଚଳବାସୀ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
